ଚର୍ଚ୍ଚା ରେ ରହିଥିବା ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ ଆଜି କୋର୍ଟ ରେ ହାଜର ହୋଇଛି।ଆସନ୍ତୁ ଜାଣିବା ଏହି ଘଟଣା ସମ୍ବନ୍ଧ ରେ।

 

         

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚର୍ଚ୍ଚା ରେ ରହିଥିବା ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ ଆଜି କୋର୍ଟ ରେ ହାଜର ହୋଇଛି।ଆସନ୍ତୁ ଜାଣିବା ଏହି ଘଟଣା ସମ୍ବନ୍ଧ ରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସକଳ ସୃଷ୍ଟି ର ଆଧାର ହେଉଛନ୍ତି ଈଶ୍ୱର ଏବଂ ସେହି ଈଶ୍ୱର ଙ୍କ ଶ୍ରେଷ୍ଠ ରଚନା ହେଉଛି ମଣିଷ।ହେଲେ ସେହି ମଣିଷ ଜୀବନ ରେ କିଛି ନିର୍ଦ୍ଧିଷ୍ଟ ନାହିଁ।ଜୀବନ ରେ କେବେ କେମିତି କ’ଣ ହେବ ତାହା କେହି ଜାଣିନାହାନ୍ତି।ଆଜି ଖୁସି ଅଛି ତ କାଲି ଦୁଃଖ ନିଶ୍ଚୟ ଆସିବ।ଆଉ ଯଦି ଜଣେ ଖରାପ କାମ କରୁଛି ତ ସେ ତା’ର କର୍ମ ର ଫଳ ନିଶ୍ଚିତ ପାଇବ।ସେମିତି ସେକ୍ସ୍ ରାକେଟ ଭଳି ଅତ୍ୟନ୍ତ ଖରାପ କାମ କରି ଏବେ ଫସି ଯାଇଛନ୍ତି ଜଗବନ୍ଧୁ ଚାନ୍ଦ ଓ ତା’ ସ୍ତ୍ରୀ ଅର୍ଚ୍ଚନା ନାଗ। ଭୁବନେଶ୍ୱର ରେ ବଡ଼ ବଡ଼ ଲୋକ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଅର୍ଜନ କରିଥିଲେ ଏହି ଦୁଇଜଣ।

 

ତେବେ ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅର୍ଚ୍ଚନା କୁ ଝାରପଡ଼ା ଜେଲ୍ ରେ ରଖାଯାଇଛି।ଏବେ ଏହି କେସ ଟି ଇଡି ତଦନ୍ତ କରୁଛି।ଏବେ ଜଗବନ୍ଧୁ ମଧ୍ୟ ଜେଲ୍ ରେ ରହିଛି।ତେବେ ଏବେ ଯେଉଁ ଖବର ସାମ୍ନା କୁ ଆସିଛି ତାହା ହେଉଛି ଅର୍ଚ୍ଚନା ଏବେ ଭିଡିଓ କନଫରେନ୍ସିଂ ଜରିଆ ରେ ନୁହେଁ ବରଂ ବ୍ୟକ୍ତିଗତ ଭାବେ ଅର୍ଚ୍ଚନା କୁ ହାଜର କରାଯାଇଛି।ତେବେ ଏଥି ପାଇଁ ହୋଇଥିଲା କଡ଼ା ସୁରକ୍ଷା।ଝାଡପଡା ଜେଲ ରୁ ଭୁବନେଶ୍ୱର କୋର୍ଟ ପୁରା କଡ଼ା ସୁକ୍ୟୁରିଟି । କୋର୍ଟ ଭ୍ୟାନ କୁ ଢାଙ୍କି ଦିଆଯାଇଥିଲା ଏବଂ ଏହାକୁ ଘେରି ରହିଥିଲେ ବହୁତ ସଂଖ୍ୟକ ମହିଳା ପୋଲିସ । 

 

କଡ଼ା ସୁରକ୍ଷା ବଳୟ ମଧ୍ୟରେ SDGM କୋର୍ଟ ରେ ଅର୍ଚ୍ଚନା କୁ ହାଜର କରିଥିଲା ପୋଲିସ।ଭିଡ଼ ମଧ୍ୟରେ ଗଣମାଧ୍ୟମ କୁ ଅର୍ଚ୍ଚନା କହିଥିଲା ତଦନ୍ତ ହେଉଛି ,ସତ ବାହାରିବ, ଦୟା କରି ମିଛ ଖବର ପ୍ରସାରଣ କରନ୍ତୁ ନାହିଁ।ତେବେ ସିନେମା ପ୍ରୋଜଜକ ଅକ୍ଷୟ ପରିଜା ଙ୍କୁ ବ୍ଲାକମେଲ୍ କରି ତିନି କୋଟି ଟଙ୍କା ମାଗିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ସେହି ମାମଲା ରେ ଆଜି କୋର୍ଟ ରେ ହାଜର କରାଯାଇଥିଲା ଅର୍ଚ୍ଚନାକୁ।କୋର୍ଟ ରେ ଅର୍ଚ୍ଚନା ର ଓକିଲ କହିଥିଲେ ଯେ ଅର୍ଚ୍ଚନା ନିର୍ଦ୍ଦୋଶ ବୋଲି ତାଙ୍କୁ ଜାମିନ ଦିଆଯାଉ।

 

ତେବେ ଏହା ଉପରେ ଶୁଣାଣି କରି ରାୟ ସଂଗ୍ରହିତ ରଖିଛନ୍ତି କୋର୍ଟ।ଶୁଣାଣି ସରିବା ପରେ ଅର୍ଚ୍ଚନାକୁ ପୁଣି ଝାରପଡ଼ା ଜେଲ୍ କୁ ଫେରେଇ ଦିଆଯାଇଛି ।ତେବେ ଏବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ କ’ଣ ପାଇଁ ଅର୍ଚ୍ଚନା କୁ ରିମାଣ୍ଡ ରେ ନେଇ ତଥ୍ୟ ବାହାର କରୁନାହିଁ ପୋଲିସ୍।କେଉଁ କାରଣ ପାଇଁ ସ୍ୱାମୀ ସ୍ତ୍ରୀ ଏବଂ ସହଯୋଗୀ ଙ୍କୁ ସାମ୍ନା ସାମ୍ନି ରଖି ଜେରା କରୁନାହିଁ ପୋଲିସ୍।ପୋଲିସ୍ ଉପରେ ରହିଛି କି ଅଦୃଶ୍ୟ ଚାପ।ତେବେ ଏହି ବିଷୟ ରେ ତଦନ୍ତ କରିବା ପରେ ଜଣ ପଡ଼ିବ ସତ କଥା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *