ସୁନ୍ଦରୀଙ୍କ ଖଣି ଅର୍ଚ୍ଚନା ଙ୍କ ଘର ନିଖୋଜ ଏହି ୮ ଯୁବତୀ ଙ୍କୁ ଖୋଜୁଛି ଇଡି 

 

 

ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟ ସମ୍ପର୍କରେ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଅର୍ଚ୍ଚନା ନାଗଙ୍କ ଗୁମର ଖୋଲୁ ବୋଲି ଅନେକ ଲୋକ ଚାହିଁବା ସହ ଶୀଘ୍ର ଏହି ଘଟଣାରେ ସଂପୃକ୍ତ ଥିବା ଯୁବକ ଯୁବତୀ ଙ୍କୁ ଖୋଜିବା ପାଇଁ ସମସ୍ତଙ୍କ ତରଫରୁ ଦାବି ରହିଛି । ବର୍ତ୍ତମାନ ଅର୍ଚ୍ଚନା ଏବଂ ସ୍ଵାମୀ ଜଗବନ୍ଧୁ ଜେଲ ଭିତରେ ଥିବାବେଳେ ଦୁହିଁଙ୍କୁ ବାରମ୍ବାର ରିମାଣ୍ଡ ରେ ନିଆ ଯାଉଛି । ଅନେକ ତଥ୍ୟ ପୋଲିସ ତଥା ଇଡି ହାତରେ ଲାଗି ସରିଲାଣି ଯାହାଦ୍ବାରା ଅର୍ଚ୍ଚନା ନାଗ ଙ୍କ ଚେର କେତେ ଦୂର ଲମ୍ବିଛି ତାହା ଜାଣିବା କଷ୍ଟକର ହେଇ ପଡୁଛି କାହିଁକି ନା ଦିନକୁ ଦିନ ଏହି ଘଟଣାରେ ନୂଆ ନୂଆ ମୋଡ ଆସିବା ସହ ଗୁପ୍ତ ତଥ୍ୟ ଆସୁଛି । 

 

ସମସ୍ତ ଘଟଣାରେ ପର୍ଦାଫାସ ହେବାପାଇଁ ତଦନ୍ତ ବର୍ତ୍ତମାନ ଜୋର୍ ସୋର ଚାଲିଛି । ଅର୍ଚ୍ଚନା ରଙ୍ଗ ମହଲରେ ୮ ଜଣ ଯୁବତୀ ଥିବାବେଳେ ବର୍ତ୍ତମାନ ସେହିମାନେ ନିଖୋଜ ଅଛନ୍ତି । ଅର୍ଚ୍ଚନା ନାଗ ଙ୍କ ପାଖରେ ଥିଲେ ଏହି ୮ ସୁନ୍ଦରୀ ଯୁବତୀ ଏବଂ ଅର୍ଚ୍ଚନା ଙ୍କ କଳା ସାମ୍ରାଜ୍ୟର ପଶା ସଦୃଶ ଥିଲେ । ନିଜର ସ୍ବାର୍ଥ ପାଇଁ ଯୁବତୀ ମାନଙ୍କୁ ବ୍ଯବହାର କରୁଥିବା ତଥା ଅନେକ ନେତା ତଥା ବଡ ବଡ଼ିଆ ଲୋକ ମାନଙ୍କୁ ନେଇ ତାଙ୍କ ରାତି ରଙ୍ଗୀନ କରୁଥିଲେ ଏହି ଯୁବତୀ ମାନେ।  ଏହି ଯୁବତୀ ମାନେ ବର୍ତ୍ତମାନ ନିଖୋଜ ଥିବାବେଳେ ଏହି ୮ ଜଣ ଯୁବତୀ ଯଦି ସାମ୍ନାକୁ ଆସନ୍ତି ତେବେ ଅର୍ଚ୍ଚନା ନାଗ ସାମ୍ରାଜ୍ୟର କଳା ତଥ୍ୟ ଆହୁରି ବାହାରି ପାରନ୍ତା ବୋଲି ଆଶା କରାଯାଉଛି । 

 

କିନ୍ତୁ ବର୍ତ୍ତମାନ ସମସ୍ତ ଯୁବତୀ ମାନେ ନିଖୋଜ ଥିବାବେଳେ ସେମାନଙ୍କ ବିଷୟରେ ଅଧିକ ସୂଚନା ପାଇଁ ଚେଷ୍ଟା କରୁଛି ତଦନ୍ତକାରି ଟିମ୍ । ଏହା ସହ ଯେଉଁ ମାନଙ୍କ ସହ ସୁନ୍ଦରୀ ଅର୍ଚ୍ଚନା ନାଗ ଙ୍କ ଲିଙ୍କ ଥିଲା ସେ ସମ୍ପର୍କରେ ବିଶେଷ ଭାବେ ଯାଞ୍ଚ କରି ସମସ୍ତଙ୍କୁ ଜେରା କରୁଛି ତଦନ୍ତ କାରୀ ଟିମ୍ । ଖୁବ୍ ଶୀଘ୍ର ଏହି ଘଟଣା ରେ ଜଡ଼ିତ ଥିବା ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ସମସ୍ତଙ୍କ ଆଶା ରହିଛି । ଇଡି ତରଫରୁ ସେହି ୮ ଜଣ ଯୁବତୀ ମାନଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ବର୍ତ୍ତମାନ ଜାରି ରହିଛି । 

 

ଆଗାମୀ ଦିନ ମାନଙ୍କରେ ଏହି ଯୁବତୀ ମାନଙ୍କ ଠାରୁ ହୁଏତ କିଛି ଗୁପ୍ତ ତଥ୍ୟ ମିଳିଯିବାର ସୂଚନା ରହିଛି । ତେବେ ଇଡି ପାଇଁ ଏହି ଯୁବତୀ ଙ୍କୁ ଧରିବା ବର୍ତ୍ତମାନ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି ପରିସ୍ଥିତି । ଆଗାମୀ ଦିନରେ ଏମାନଙ୍କୁ ଜେରା କଲେ ଏନେଇ ତଥ୍ୟ ବାହାରିବ ବୋଲି ଆଶା କରାଯାଉଛି । 

Leave a Reply

Your email address will not be published. Required fields are marked *