ବାସ୍ତୁଶାସ୍ତ୍ର ର ଭୂମିକା ଆମ ଜୀବନରେ ନିହାତି ଭାବେ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । କାରଣ ବାସ୍ତୁଶାସ୍ତ୍ର ଦ୍ଵାରା ଆମେ ଘରର ଅନେକ ଉତ୍ତମ କାର୍ଯ୍ୟ କରିବା ସହ ଶାରୀରିକ ଏବଂ ମାନସିକ ସ୍ତରରେ ଏହା ମଧ୍ୟ ପ୍ରଭାବ ପକାଇଥାଏ । ଘରର ପରିବେଶ ତଥା ଏହାର ଚତୁପାର୍ଶ୍ଵ ରେ ଥିବା ସମସ୍ତ ଉର୍ଜା ଆମ ଜୀବନରେ ସକାରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇଥାଏ । ଘର ଆରମ୍ଭ କରି ଘରର ଜିନିଷ ରଖିବା ସ୍ଥାନକୁ ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସୁଦ୍ଧ କରିବା ଆବଶ୍ୟକ ନହେଲେ ଏହାର ବିପରୀତ ପ୍ରଭାବ ଆମ ଜୀବନରେ ପକାଇଥାଏ । କେଉଁ ସ୍ଥାନରେ କେଉଁ ଜିନିଷ ରଖିବା ଉଚିତ୍ ତାହା ଆମେ ବାସ୍ତୁ ଶାସ୍ତ୍ର କୁ ଲକ୍ଷ କରୁ ଏବଂ ତାହାକୁ ଆଧାର କରି ସ୍ଥାନ ନିର୍ଣ୍ଣୟ କରୁ ।
କିନ୍ତୁ କେତେ ମାତ୍ରାରେ ଲୋକମାନେ ଜାଣି ପାରନ୍ତି ନାହିଁ ଏବଂ ଭୁଲ କରିଦିଅନ୍ତି ଯାହାଦ୍ବାରା ଏହା ତାଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଘରେ ଅନେକ ଜିନିଷ ଥିବାବେଳେ ସେ ମଧ୍ୟରୁ ଗୋଟିଏ ହେଉଛି ଫ୍ରିଜ। ଫ୍ରିଜ ରେ ଆପଣ ଆପଣଙ୍କ ମନ ମୁତାବକ ଜିନିଷ ରଖିଥାନ୍ତି ଯେମିତି କି ପରିବା ପତ୍ର , ଲେମ୍ବୁ , ଲଙ୍କା ତଥା ଅନ୍ୟାନ୍ୟ ଜିନିଷ ମଧ୍ୟ ରଖନ୍ତି କିନ୍ତୁ ଆପଣ ଜାଣିଛନ୍ତି କି ଫ୍ରିଜ ମଧ୍ୟରେ ଆପଣ ଅନେକ ଜିନିଷ ରଖିବା ଭୁଲ ମଧ୍ୟ ହୋଇଥାଏ ଯାହାକୁ ଆପଣ ଫ୍ରିଜ ରେ ଯଦି ରଖନ୍ତି ତେବେ ଏହାର ପ୍ରଭାବରେ ଘର ବାତାବରଣ ମଧ୍ୟ ବି-ଷାକ୍ତ ହୋଇପାରେ । ତେଣୁକରି ଏହିସବୁ ଘଟଣାକୁ ଆପଣଙ୍କୁ ନଜର ରେ ରଖିବାକୁ ହେବ ।
ଲେମ୍ବୁ ଏବଂ ଲଙ୍କା ସମସ୍ତେ ଯାନ ବାହାନ ରେ ଲଗାନ୍ତି । ଏହା ଦୋକାନ ତଥା ଅନେକ ଅଫିସ ରେ ମଧ୍ଯ ବ୍ୟବହାର ହୁଏ । ଏହାଦ୍ବାରା ମାନ୍ୟତା ରହିଥାଏ ଗାଡ଼ି ଭିତରେ ନକାରାତ୍ମକ ଶକ୍ତିର ପ୍ରବେଶ ହୁଏନାହିଁ । ଯଦି ଅଫିସ କିମ୍ବା ଘରେ ଟଙ୍ଗାଯାଏ ତାହାଲେ ଏହା ମଧ୍ୟରେ ଖରାପ ଶକ୍ତିର ପ୍ରବେଶ ହୁଏନାହିଁ କିମ୍ବା କାହାର ଖରାପ ଦୃଷ୍ଟି ପ୍ରଭାବିତ କରିପାରେ ନାହିଁ । କଞ୍ଚା ଲଙ୍କାର ରାଗକୁ ମଙ୍ଗଳ ଙ୍କ ପ୍ରଭାବ ଭାବେ ଜଣାଯାଏ ଏବଂ ରଙ୍ଗ ସବୁଜ ଯାହାଦ୍ବାରା ବୁଧଙ୍କ ପ୍ରଭାବ ରହିଥାଏ । ଲେମ୍ବୁ ଙ୍କ ଖଟା ଅର୍ଥାତ୍ ରାହୁ ପ୍ରଭାବିତ ଜିନିଷ । ତେଣୁକରି ଏହି ଦୁଇଟି ଜିନିଷ କୁ ନେବା ମାନେ ଏକା ସାଙ୍ଗରେ ସମସ୍ତଙ୍କୁ ନେବା ।
ଯଦି ଫ୍ରିଜ ଭିତରେ ଆପଣ ଲେମ୍ବୁ ଲଙ୍କା କୁ ଏକାଠି ଥୁଅନ୍ତି ତାହାଲେ ଏହାଦ୍ବାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଲେମ୍ବୁ ଲଙ୍କା ଏକାଠି ଥୋଇବା ଅର୍ଥ ରାହୁ, ବୁଧ , ମଙ୍ଗଳ ଙ୍କୁ ଏକାଠି କରିବା । ଏପରି କରିବା ଦ୍ବାରା ଘର ଲୋକଙ୍କ ମନରେ ସବୁବେଳେ କଳହ ଅଶାନ୍ତି ଭାବନା ସୃଷ୍ଟି ହୁଏ । ତେଣୁକରି ଗୋଟିଏ ସ୍ଥାନରେ ଲେମ୍ବୁ ଲଙ୍କା ରଖିବା ଉଚିତ୍ ନୁହେଁ।