କପିଲ ଶର୍ମା ଶୋରେ ଓଡ଼ିଆ ଫିଲ୍ମ Daman ଟିମ | ରଚିଲା ଇତିହାସ…

 

ଓଡ଼ିଆ ଫିଲ୍ମ ଦମନ ବର୍ତମାନ ମାର୍କେଟ ନେବାକୁ ବସିଲାଣି ଓଡ଼ିଶାରେ ଉତ୍ତମ ଭାବେ ଏହି ଫିଲ୍ମ ଦର୍ଶକ ଙ୍କ ମନରେ ଜାଗା ସୃଷ୍ଟି କରି ଧୀରେ ଧୀରେ ବଲିଉଡ କୁ ଯିବାକୁ ଲାଗିଲାଣି । ସମସ୍ତଙ୍କର ଭଲ ପାଇବା ପାଇଁ ଆଜି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଏତେ ବଡ ସଫଳତା ମିଳିବାକୁ ଯାଉଛି । ଅନେକ ଅଣ ଓଡ଼ିଆ ମଧ୍ୟ ଏହି ଫିଲ୍ମ କୁ ଦେଖି ଏହା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦମନ ଫିଲ୍ମ ସତ୍ୟ ଘଟଣାକୁ ନେଇ ଆଧାରିତ ହୋଉଥିବା ବେଳେ ଏହି ଫିଲ୍ମ ଲୋକଙ୍କ ମନକୁ କିଣୁଛି । ଏହି ଫିଲ୍ମ ରେ ଜଣେ ଡାକ୍ତର ଙ୍କ ମହାନତା ସମ୍ପର୍କରେ ବର୍ଣ୍ଣନା କରାଯାଉଛି । 

 

ଏହି ଫିଲ୍ମ ବର୍ତ୍ତମାନ ହିନ୍ଦୀରେ ଭାଷା ରେକର୍ଡ ଚାଲୁଥିବା ବେଳେ ଏହାର ଗୀତ ମଧ୍ୟ ରେକର୍ଡ ଚାଲିଛି । ଏହି ଫିଲ୍ମ ବିନା ଅଭିନେତ୍ରୀ ରେ ସୁପରହିଟ ହୋଇଥିବା ବେଳେ ସବୁଆଡେ ଏହି ଫିଲ୍ମ ସମ୍ପର୍କରେ ଚର୍ଚ୍ଚା ଚାଲିଛି । କେହି କେବେ ଭାବି ବି ନଥିଲେ ଏହି ଫିଲ୍ମ ବିନା ଅଭିନେତ୍ରୀ ରେ ଏତେ ମାତ୍ରାରେ ହିଟ ହୋଇ ସମସ୍ତଙ୍କ ମନ କିଣିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଫିଲ୍ମ ପାଇଁ ଟ୍ୟାକ୍ସ ଫ୍ରି କରିଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଟ୍ୟାକ୍ସ ଫ୍ରି କରିବା ଦ୍ୱାରା ଦମନ ଫିଲ୍ମ ହିରୋ ବାବୁସାନ୍ ମହାନ୍ତି ଭିଡିଓ ଦ୍ଵାରା ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । 

 

ଦମନ ଫିଲ୍ମ କୁ ବର୍ତ୍ତମାନ ବଡ ବଡ଼ ଷ୍ଟାର ପ୍ରଶଂସା କରିବା ସହ ଏହି ଫିଲ୍ମ  ସମସ୍ତ ଓଡ଼ିଆ ଦେଖି ସାରିଲେଣି । ଦମନ ଫିଲ୍ମ ଆୟ କରିବାରେ ମଧ୍ୟ ରେକର୍ଡ କରିଛି । ସମସ୍ତ କ୍ଷେତ୍ରରେ ସଫଳତା ପାଇ ପାରିବା ପରେ ହିଁ ବଲିଉଡ ମୁହାଁ ହୋଇଛି ଫିଲ୍ମ ଦମନ । ବାବୁଶାନ୍ ଏବଂ ଫିଲ୍ମ ନିର୍ମାତା ବର୍ତ୍ତମାନ ମୁମ୍ବାଇ ଯାଇ ଏହାର ସମସ୍ତ ପ୍ରୋସେସ ଶେଷ କରିଛନ୍ତି । ତେବେ ଆଗାମୀ ଦିନରେ ସଫଳତା ମିଳିବ ବୋଲି ସମସ୍ତଙ୍କ ଆଶା ରହିଛି । 

 

ତହିଁ ମଧ୍ୟରେ ବାବୁଶାନ୍ ଏବଂ ଦମନ ଫିଲ୍ମ ଟିମ୍ ବର୍ତ୍ତମାନ କପିଲ ଶର୍ମା ଶୋ ଯିବାପାଇଁ ଚର୍ଚ୍ଚା ଜୋର୍ ଧରୁଛି । ଏହି ଶୋ ରେ ଅନେକ ସିନେ ଅଭିନେତା ଅଭିନେତ୍ରୀ ତଥା ଅନେକ ନିଆରା ପ୍ରତିଭା ଲୋକ ଆସନ୍ତି ।ତେବେ ବାବୁଶାନ୍ ଙ୍କ ବଲିଉଡ ଏଣ୍ଟ୍ରି ବର୍ତ୍ତମାନ କପିଲ ଶର୍ମା ଶୋ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ଓଡ଼ିଆ ଫିଲ୍ମ୍ ଦମନ ବର୍ତ୍ତମାନ ଯେଉଁ ସବୁ ସଫଳତା ପାଇ ଚାଲିଛି ଏବଂ ଇତିହାସ ସୃଷ୍ଟି କରି ଚାଲିଛି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ।

Leave a Reply

Your email address will not be published. Required fields are marked *