ଦର୍ଶକ ବନ୍ଧୁ ଆଜି ଆପଣ ମାନଙ୍କୁ ଏହା ଜଣାଇବୁ ଯେ ଆପଣଙ୍କ ପିଲା କିପରି ଭଲ ପାଠ ପଢ଼ିବ । ବର୍ତ୍ତମାନ ପିଲା କେମିତି ଭଲ ପାଠ ପଢିବେ ଏଥିପାଇଁ ପିଲା ମାନଙ୍କ ଠାରୁ ଅଧିକ ଚିନ୍ତା କରୁଛନ୍ତି ତାଙ୍କର ପିତା ମାତା ମାନେ । ତେବେ ଆସନ୍ତୁ ଜାଣିବା ପିଲା ଙ୍କ ଭଲ ପାଠ ପଢିବା ପାଇଁ କିଛି କଥା ।
ତେବେ ପ୍ରଥମ କଥା ଟି ହେଉଛି ଅଭ୍ୟାସ ।କୁହାଯାଏ ଯେ ଅଭ୍ୟାସ ବଳେ ସର୍ବ ସିଦ୍ଧି । କୁହାଯାଏ ଯେ ଅଭ୍ୟାସ ଯେ କୌଣସି ବୟସ ତଥା ଯେ କୌଣସି ମୁ-ହୂ-ର୍ତ୍ତ ରେ ଆରମ୍ଭ କରାଯାଇ ପାରେ । ପାଠ ପଢା ଜୀବନ ଟି ଯେତେବେଳେ କମ୍ ବୟସ ରୁ ଆରମ୍ଭ ହୁଏ ସେତେବେଳେ ତାହା ଭବିଷ୍ୟତ ଜୀବନ କୁ ସୁଖ ମୟ କରିଥାଏ । ଏଥିପାଇଁ ଛୋଟ ପିଲା ଙ୍କୁ ବାପା ମାଆ ପ୍ରତିଦିନ କିଛି ନି-ର୍ଦ୍ଧି-ଷ୍ଟ ସମୟ ରେ ବସାଇ କିଛି ପାଠ ଆଲୋଚନା କରିବା ଉଚିତ୍ ।
ଦ୍ଵିତୀୟ କଥା ଟି ହେଉଛି ସକାରାତ୍ମକ ଭାବନା । ଗୋଟେ ପିଲା ମନ ରେ ହୁଏତ କୌଣସି ବିଷୟ ପ୍ରତି ଭ-ୟ ରହିଥାଇ ପାରେ । ଯେମିତିକି ଅନେକ ପିଲା ଏହା କୁହନ୍ତି ଯେ ମୋର ଗଣିତ କିମ୍ବା ଇଂରାଜୀ ହେଉନି ,ତେବେ ସେହି ପିଲା ଟି ମନ ରୁ ସେହି ଭ-ୟ କୁ ଦୂର କରିବା ହେଉଛି ବାପା ମାଆ ଙ୍କ ର ଦା-ୟି-ତ୍ଵ ।” ମୋର ଗଣିତ ହେଉନି କି ଇଂରାଜୀ ହେଉନି ” ଏପରି ଭାବନା କେବେ ବି ଯେମିତି ନିଜ ପିଲା ର ମନ ରେ ନ ଆସିବ ସେଥି ପ୍ରତି ଧ୍ୟାନ ଦେବେ ।
ତୃତୀୟ କଥା ଟି ହେଉଛି ପ୍ରାଥମିକତା ।ସାଧାରଣତଃ ଛୋଟ ପିଲା ମାନେ ଏହା ବୁଝି ନଥାନ୍ତି କି କାହାକୁ କେତେବେଳେ ଅଧିକ ପ୍ରାଥମିକତା ଦେବାକୁ ପଡ଼ିବ । ସାଧାରଣତଃ ପାଠ ପଢିବା କଥା ଶୁଣିଲେ ଅଧିକାଂଶ ପିଲା ମାନେ ଇଛା କରନ୍ତି ନାହିଁ ପଢ଼ିବା ପାଇଁ ସେଥିପାଇଁ ସେମାନଙ୍କୁ ଗା-ଳି ନ ଦେଇ ଭଲ ଭାବରେ ବୁଝାଇବାକୁ ହେବ ଯେ ଜୀବନ ରେ ପାଠ ପଢା କୁ କେତେ ପ୍ରାଥମିକତା ଦେବା ଉଚିତ୍ ।
ଚତୁର୍ଥ କଥା ଟି ହେଉଛି ଏକାଗ୍ରତା । ପିଲା ର ଏକାଗ୍ରତା ଯେତେ ଅଧିକ ହେବ ସେ ସେତେ କମ୍ ସମୟ ରେ ପାଠ କୁ ପଢି ମନେ ରଖି ପାରିବ । ସେଥିପାଇଁ ପଢ଼ିବା ପୂର୍ବରୁ ପିଲା କୁ କିଛି ସମୟ ଧ୍ୟାନ ବା ପ୍ରାଥନା କରିବା ପାଇଁ କୁହନ୍ତୁ । ଯାହା ଦ୍ଵାରା କି ମନ ଶାନ୍ତ ହୋଇଥାଏ ଏବଂ ମନ ରେ ଏକାଗ୍ରତା ଆସିଥାଏ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।