Akhaya Parija ଙ୍କୁ ED ଜେରା | କହିଲେ କେମିତି ଫସିଲେ ଅର୍ଚନା ଙ୍କ ଜାଲରେ…

 

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଗତ କାଲି ଅକ୍ଷୟ ପରିଜା ଙ୍କୁ ଜେରା କଲା ଇଡି । ଏ ନେଇ ମୁଁହ ଖୋଲିଛନ୍ତି ଅକ୍ଷୟ ପରିଜା ଙ୍କ ଓକିଲ । ଅକ୍ଷୟ ପରିଜା କେମିତି ଫସିଥିଲେ ଏବଂ କଣ ତାଙ୍କ ସହ ହୋଇଥିଲା ସମସ୍ତ ପ୍ରକାର ତଥ୍ୟ ଇଡି କୁ ଦେଇଥିଲେ । ଜେରା ପରେ ଗଣମାଧ୍ୟମ ସାମ୍ନାରେ ଅକ୍ଷୟ ପରିଜା ଙ୍କ ଓକିଲ କିଛି ତଥ୍ୟ ଉପସ୍ଥାପନ କରିଥିଲେ । 

 

ଓକିଲ ଙ୍କ କହିବା ଅନୁଯାୟୀ ଅର୍ଚ୍ଚନା ନାଗ ଙ୍କ ଘଟଣାରେ ଅକ୍ଷୟ ପରିଜା ଫସି ଯାଇଥିଲେ ଏବଂ ତାଙ୍କର ସମ୍ପୂର୍ଣ ବିଶ୍ୱାସ ରହିଛି ଆଇନ ତାଙ୍କୁ ନ୍ୟାୟ ଦେବ । ଜେରା ସମୟ ଅଧିକ ସମୟ ହୋଇନାହିଁ ବୋଲି କହିଥିଲେ । କିଛି ସମୟ ପାଇଁ ଜେରା ହୋଇଥିବା ବେଳେ ଅକ୍ଷୟ ପରିଜା ଙ୍କ ସହ ଯାହା ଯାହା ଘଟିଥିଲା ବିସ୍ତାର ଭାବେ ଜଣାଇଥିଲେ ଅକ୍ଷୟ ପରିଜା । 

 

ଅକ୍ଷୟ ପରିଜା ମଧ୍ୟ ମିଡ଼ିଆ ସାମ୍ନାରେ ନିଜର ବକ୍ତବ୍ୟ ପରବର୍ତ୍ତୀ ସମୟରେ ଦେଇଥିଲେ ଯେ ଇଡି ଯେତେଥର ଡାକିଲେ ସେ ଆସିବେ ଏବଂ ସେ ପୀଡ଼ିତ ସେ ଦୋଷୀ ନୁହନ୍ତି ତେଣୁକରି ତାଙ୍କୁ ନିହାତି ଭାବେ ନ୍ୟାୟ ମିଳିବ ।

 

 ଓକିଲ ଙ୍କ କହିବା ଅନୁଯାୟୀ ଇଡି ଙ୍କ ଦ୍ଵାରା ଏହି ଜେରା ସ୍ବାଗତ ଯୋଗ୍ୟ । ଇଡି ତଦନ୍ତର ମୂଳ ପର୍ଯ୍ୟନ୍ତ ପହଞ୍ଚି ଦୋଷୀ କୁ ଦଣ୍ଡ ଦିଅନ୍ତୁ ଏବଂ ଅକ୍ଷୟ ପରିଜା ଙ୍କୁ ନ୍ୟାୟ ମିଳୁ । ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଯେମିତି ଯାହା ଯାଉଛି ସମ୍ପୂର୍ଣ ଠିକ୍ । ସମସ୍ତ ପ୍ରକାର ସତ ସମସ୍ତଙ୍କ ସାମ୍ନାକୁ ଆସିବା ନିହାତି ଜରୁରୀ ଅଟେ ଏବଂ ନିର୍ଦ୍ଧୋଷୀ ମାନଙ୍କୁ ନ୍ୟାୟ ମିଳିଲେ ପୀଡ଼ିତ ଉପକୃତ ହେବେ ବୋଲି ଦର୍ଶାଇଥିଲେ । 

 

ଏହି ଘଟଣାରେ ଯେଉଁମାନେ ଅଛନ୍ତି ତାହା ସମ୍ପର୍କରେ ଶୀଘ୍ର ଖୁଲାସା ହେବା ସହ ଅନେକ ତରଫରୁ ତଦନ୍ତ ବର୍ତ୍ତମାନ ସୁଦ୍ଧା ଚାଲିଛି । ପ୍ରକୃତ ଦୋଷୀ କୁ ଦଣ୍ଡ ଦେବାପାଇଁ ମଧ୍ୟ ଇଡି  ଚେଷ୍ଟା ଜାରି ରଖିଛି । ଏହି ଘଟଣାରେ ଯେଉଁମାନେ ଅଛନ୍ତି ସେମାନେ ନିହାତି ଭାବେ ସାମ୍ନାକୁ ଆସିବା ଦରକାର । ଏହି ଘଟଣାର ସମ୍ପୂର୍ଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘଟଣାର ତଥ୍ୟ ଇଡି ହାତରେ ଶୀଘ୍ର ଲାଗିବ । 

 

ତେବେ ଇଡି ହାତରେ ବର୍ତ୍ତମାନ ସୁଦ୍ଧା ଅନେକ ସଫଳତା ମୁତାବକ ତଥ୍ୟ ସଂଗ୍ରହ ହେବା ବେଳେ ଅନେକ ଙ୍କୁ ଜେରା କରି ସାରିଲାଣି ଇଡି । ଅର୍ଚ୍ଚନା ନାଗ ଙ୍କ ମାୟାରେ ଅନେକ ଲୋକ ତଥା ବଡ ବଡିଆ ଫସି ଥିବାର ଦେଖା ଯାଇଥିଲା । ସେ ମାନଙ୍କୁ ଏକ ସ୍ଵତନ୍ତ୍ର ଲିଷ୍ଟ କରି ଇଡି ଅଧିକ ତଦନ୍ତ କରିବା ପାଇଁ ଧାର୍ଯ୍ୟ କରିଛି । 

ଆଗାମୀ ଦିନରେ ୧୫ ଜଣିଆ ଙ୍କୁ ଜେରା ନୋଟିସ ଜାରି କରିଛି ଇଡି । ସେହି ମାନଙ୍କ ମଧ୍ୟରେ ଥିବା ଲୁଚି ରହିଥିବା ବଡ ମୁଣ୍ଡକୁ ଶୀଘ୍ର ବାହାର କରିବ ଇଡି ବୋଲି ସମସ୍ତଙ୍କର ବିଶ୍ଵାସ ରହିଛି।

Leave a Reply

Your email address will not be published. Required fields are marked *