ଅର୍ଚ୍ଚନା ନାଗ ଘଟଣାରେ ବର୍ତ୍ତମାନ ଦିନକୁ ଦିନ ନୂଆ ତଥ୍ୟ ଆସିବା ପାଇଁ ତଦନ୍ତ ଜୋର୍ ଚାଲିଛି । ଘଟଣାରେ ସଂପୃକ୍ତ ଥିବା ଅନେକ ଲୋକଙ୍କ ସନ୍ଧାନ ପାଇଁ ଯାଞ୍ଚ କରୁଛି ତଦନ୍ତ କାରୀ ଟିମ୍ । କେଉଁଠି ନା କେଉଁଠି ଘଟଣାରେ ପୂର୍ଣ୍ଣଛେଦ ପକାଇବା ପାଇଁ ଆହୁରି କିଛି ତଥ୍ୟ ପୋଲିସ କୁ ଦରକାର ।
ଇଡି ଗତ ଏକ ସପ୍ତାହ ମଧ୍ୟରେ ତଦନ୍ତ କଡାକଡି ଭାବେ କରୁଥିବା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଅର୍ଚ୍ଚନା ବ୍ୟବହାର କରୁଥିବା କାର କୁ ଜବତ କରିଛି ଇଡି ଏବଂ ସେହି କାର ମଧ୍ୟରେ ଏକ ହାତ ଲେଖା ଇଂରାଜୀ ଚିଠି ମିଳିଛି ଯାହା ସମ୍ପର୍କରେ ଅଧିକ ଜାଣିବାପାଇଁ ବର୍ତ୍ତମାନ ତଦନ୍ତ ଜାରି ରହିଛି
ଅନ୍ୟ ପଟରେ ଅକ୍ଷୟ ପରିଜା , ଶ୍ରଦ୍ଧାଞ୍ଜଳି , ଖଗେଶ୍ୱର ଙ୍କୁ ଏହି ଘଟଣା ସମ୍ପୂର୍ଣ ରୂପେ ଜେରା ହୋଇଛି । ଏହି ଘଟଣାରେ କେଉଁ କେଉଁ ବ୍ୟକ୍ତି କେଉଁ ଭାବରେ ସମ୍ପୃତ୍କ ଅଛନ୍ତି ତାହା ଜାଣିବା ପାଇଁ ଚେଷ୍ଟା କରୁଛି ଇଡି । ଏହି ଘଟଣାରେ ଅନେକ ଲୋକ ସାମିଲ ଥିବା ବେଳେ ଅନେକ ବଡ ବଡିଆ ଲୋକମାନେ ଥିବାବେଳେ କେଉଁଠି ଏ ଘଟଣାର ଶେଷ ତାହା ଜାଣିବା କଷ୍ଟକର ହୋଇ ପଡ଼ିଛି ।
ଅର୍ଚ୍ଚନା ନାଗ ଘଟଣା ଧରା ପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହାର ପରବର୍ତ୍ତୀ ମୁହୂର୍ତ୍ତରେ ଅନେକ ତଥ୍ୟ ପୋଲିସ ହାତରେ ଲାଗିଥିଲା । ପୋଲିସ ଅର୍ଚ୍ଚନା ଏବଂ ସ୍ଵାମୀ ଜଗବନ୍ଧୁ ଙ୍କୁ ଆରେଷ୍ଟେ କରିବା ପରେ ଏହି ତଦନ୍ତ ରେ ଆଗାମୀ ଦିନରେ ଅନେକ ନୂଆ ନୂଆ ତଥ୍ୟ ହାସଲ କରିଥିଲା
ବର୍ତ୍ତମାନ ଇଡି ଦ୍ଵାରା ତଦନ୍ତ ହେଉଥିବା ବେଳେ କୁଆଡେ ଜଣେ ଓଡ଼ିଆ ହିରୋଇନ ଙ୍କ ଲିଙ୍କ ଏହି ଘଟଣାରେ ଥିବାର ଜଣା ପଡ଼ିଛି । ହିରୋଇନ ଜଣଙ୍କ କୁଆଡେ ଅର୍ଚ୍ଚନା ନାଗ ଙ୍କ କଥାରେ ବଡ ବଡ଼ ତାରକା ହୋଟେଲ ରେ ରାତି କାଟୁଥିବା ର ଜଣା ପଡ଼ିଛି । ଅର୍ଚ୍ଚନା ଙ୍କ ଠାରୁ ନେଇ ବଡ ବଡିଆ ଙ୍କ ଟଙ୍କା ଖାଉଥିବା ବେଳେ ଏହି ସତ ସାମ୍ନାକୁ ଆସିଛି ।
ତେବେ ଏହି ଘଟଣାରେ ମଧ୍ୟ ଶୀଘ୍ର ପରଦା ଉଠାଇବ ଇଡି । ଇଡି ର ତଦନ୍ତରେ ଯେତେବେଳେ ଓଡ଼ିଆ କଳାକାର ଙ୍କ ଲିଷ୍ଟ ଆସିଲା ସେତେବେଳେ ଅନେକ ଆଶ୍ଚର୍ୟ୍ଯ ହୋଇଛନ୍ତି । ଆଗାମୀ ଦିନରେ ଗୁମର ଖୋଲିବା ସହ ସମସ୍ତ କ୍ଷେତ୍ରରେ ଖୁଲସା ହେବ ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି ।
ବର୍ତ୍ତମାନ ସୁଦ୍ଧା ଯେତିକି ପ୍ରମାଣ ମିଳିଛି ସେହି ପ୍ରମାଣ ଆଧାର ରେ ଆଗକୁ ଆଗେଇ ଆସିବ ତଦନ୍ତ ଜାରୀ ଟିମ୍ । ଏହି ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ଏକାଥରେ ଇଡି ୧୫ ଜଣଙ୍କୁ ନୋଟିସ ଦେଇଛି ।
ଏହି ୧୫ ଜଣଙ୍କୁ ଜେରା ହେବା ପରେ ଧରା ପଡ଼ିବ ସେହି ବଡ ମୁଣ୍ଡ ଯିଏ ଏହି ଘଟଣାରେ ଥିଲା ଗଭୀର ଭାବେ ସାମିଲ । ଏହି ୧୫ ଜଣଙ୍କ ଭିତରେ ନେତା ଏବଂ ଅନେକ ବ୍ୟବସାୟୀ ଥିବାର ଜଣା ପଡ଼ିଛି । ଅର୍ଚ୍ଚନା ନାଗ ସେମାନଙ୍କୁ ଟଙ୍କା ଦେଉଥିବା ବେଳେ କାହିଁକି ସେ ଟଙ୍କା ତାଙ୍କୁ ଦେଇଛନ୍ତି ତାହାରି ଆଧାର ରେ ଆଗାମୀ ଘଟଣା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।