ସୋନମ କହିଦେଲେ ମତେ ପୁଅମାନେ ଖାଇବାକୁ ଚାହାଁନ୍ତି | କାହିଁକି ଏମିତି କହିଲେ ଜାଣନ୍ତୁ…

 

 

ଆଜି ଆମେ ଆପଣଙ୍କୁ ସୋନମ୍ ଙ୍କ ବିଷୟରେ କିଛି କହିବାକୁ ଯାଉଛୁ ଯିଏ କି ମିସ ଏସିଆ , ମିସ ଓଡ଼ିଶା , ମିସ ଇଣ୍ଟରନ୍ୟାସନାଲ ହୋଇ ସାରିଛନ୍ତି । ଅନେକ କ୍ଷେତ୍ରରୁ ଚର୍ଚ୍ଚା ସାଉଁଟି ନିଜକୁ ଆଗକୁ ବଢିବାରେ ଦୃଢ ବିଶ୍ବାସ ରଖି ଆଗେଇ ଯାଉଛନ୍ତି । ଆଜି ସେ ନିଜେ ତାଙ୍କ ବିଷୟରେ କିଛି ଅକୁହା କଥା କ୍ୟାମେରା ସାମ୍ନାରେ ଖୋଲିଛନ୍ତି । 

 

ନିଜ ଟ୍ୟାଲେଣ୍ଟ ପାଇଁ ସୋନମ୍ ଅନେକ କ୍ଷେତ୍ରରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଅନେକ ଫିଲ୍ମ ରେ ମଧ୍ୟ ସାମ୍ନାକୁ ଆସି ସାରିଛନ୍ତି ସୋନମ୍ । ସୋନମ୍ ଙ୍କ ଘର ବ୍ରହ୍ମପୁର ରେ ହୋଇଥିବା ବେଳେ ଘରେ ତାଙ୍କର ବାପା, ମା , ଭାଇ ଭାଉଜ ଥିବାବେଳେ ସମସ୍ତେ ତାଙ୍କୁ ତାଙ୍କର ଆଗକୁ ବଢିବା ଇଛାଶକ୍ତି କୁ ପ୍ରେରଣା ଦିଅନ୍ତି । ସୋନମ୍ ଙ୍କୁ ଅନେକ ପୁଅ ମାନେ ପ୍ରପୋଜ କରିଥିବା ବେଳେ ସୋନମ୍ ଙ୍କୁ ବହୁତ୍ ଡରାଲଗେ ତାଙ୍କୁ ଲାଗେ ପୁଅ ମାନେ ତାଙ୍କୁ ଯେମିତି ଖାଇଯିବେ । 

 

ସଫଳତା ପାଇବା ଆଗରୁ ସୋନମ୍ ଙ୍କର କେବେ ସେମିତି ଇଛା ନଥିଲା ମଡେଲିଂ କରିବାକୁ । ସୋନମ୍ ହେଉଛନ୍ତି ଜଣେ ବିନଦାସ ଝିଅ ସ୍ଵପ୍ନ ଆଗରୁ ଦେଖୁ ନଥିଲେ । ଖାଉଥିଲେ ପିଉଥିଲେ ଖୁସିରେ ରହୁଥିଲେ ବାସ। ଯେତେବେଳେ ସୋନମ୍ କୀଟ ରେ ପାଠ ପଢୁଥିଲେ ସେତେବେଳେ ଅନେକ ପ୍ରତିଯୋଗୀତା ରେ ଭାଗ ନେଇ ପ୍ରାଇଜ ଆଣୁଥିଲେ । 

 

ସେହିଠାରୁ ତାଙ୍କୁ ଫିଲ୍ମ ପାଇଁ ଅଫର୍ ଆସିଥିଲା । ଏହା ପରେ ସେ ଆଗକୁ ବଢିଥିଲେ ଷ୍ଟ୍ରଗଲ କଣ ଜାଣିଥିଲେ ଏବଂ ଧୀରେ ଧୀରେ ଏହି ଲାଇନ୍ ରେ ଆଗକୁ ବଢ଼ିଥିଲେ । ଧୀରେ ଧୀରେ ସୋନମ୍ ଙ୍କୁ ବହୁତ୍ ଅଫର ମିଳିଥିଲା ଯାହାଦ୍ବାରା ସଫଳତାର ଶୀର୍ଷ ରେ ପହଞ୍ଚିବା ପାଇଁ ସୋନମ୍ ନିଜର ଇଛାକୁ ସଜାଡି ଥିଲେ । 

 

ଆଗାମୀ ଦିନରେ ସୋନମ୍ ଶ୍ରୀତମ ଦାସ ଙ୍କ ସହ ଫିଲ୍ମ ରେ ଆସୁଛନ୍ତି ଯାହାର ନାମ ” ମିତାଲି ଅପା ” ଏହି ଫିଲ୍ମ ରେ ଶ୍ରୀତମ ଦାସ କିନ୍ନର ଚରିତ୍ରରେ ସମସ୍ତଙ୍କ ସାମ୍ନାକୁ ଆସିବେ । ସୋନାଲି ଏହି ଫିଲ୍ମ ରେ ଗାଉଁଲି ଚରିତ୍ରରେ ସମସ୍ତଙ୍କ ସାମ୍ନାକୁ ଆସିବେ । ଆଉ ଅନ୍ୟ ଏକ ଫିଲ୍ମ ସୋନମ୍ ଙ୍କର ଆସୁଛି ଯାହାର ନାମ ” ଲଭ ରିଆକ୍ସନ୍ ” । 

ବର୍ତ୍ତମାନ ସୁଦ୍ଧା ସୋନମ୍ କୌଣସି ଲିଭଇନ ରିଲେସନ ରେ ରହି ନାହାନ୍ତି କି ରହିବାକୁ ଚାହାନ୍ତିନି ମଧ୍ୟ । ସୋନମ ଙ୍କ ପାଇଁ ତାଙ୍କ ପରିବାର ସର୍ବ ପ୍ରଥମେ ଗୁରୁତ୍ଵପୂର୍ଣ୍ଣ ଅଟେ । ଆଗାମୀ ଦିନରେ ତାଙ୍କ ଫିଲ୍ମ ଆସୁଥିବା ମିତାଲି ଅପା ରେ ସୋନମ୍ ଚୁମକି ଚରିତ୍ରରେ ଦର୍ଶକ ମାନଙ୍କ ସମ୍ନାକୁ ଆସିବାକୁ ଯାଉଛନ୍ତି । 

Leave a Reply

Your email address will not be published. Required fields are marked *