ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବ୍ରହ୍ମପୁର ର ଏମ କେ ସି ଜି ମେଡିକାଲ୍ କଲେଜରେ ଛାତ୍ରୀଙ୍କୁ କାମୁଡ଼ି ବନ୍ଧା ହେଲେ ଡ଼ାକ୍ତର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ସମାଜରେ ବର୍ତ୍ତମାନ୍ ସମୟରେ ଏମିତି ଘଟଣା ଘଟିବାରେ ଲାଗିଛି ଯାହା କି ଥମିବାର ନାମ ନେଉନାହିଁ। ଦିନ ପରେ ଦିନ ନାରୀଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି , ଖାସ୍ କରି ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ପୂର୍ବରୁ ଗୁରୁ ଶିଷ୍ୟ ସଂପର୍କ ବିଷୟରେ ବହୁତ କିଛି ଉଦାହରଣ ଦିଆଯାଉଥିଲା କିନ୍ତୁ ଏବେ ତାହା କଳୁଷିତ ହେବାରେ ଲାଗିଛି।କିଛି ଦିନ ପୂର୍ବରୁ ଏମିତି ଏକ ଘଟଣା ଲୋକଙ୍କ ସମ୍ମୁଖକୁ ଆସିଥିଲା ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା।
ପରେ ଏବେ ଆଉ ଏକ ଘଟଣା ଲୋକଙ୍କ ସମ୍ମୁଖକୁ ଆସିଛି ଯେଉଁଥିରେ ମେଡିକାଲ୍ କଲେଜ ର ଛାତ୍ରୀ ଜଣକ ନିଜ ସାରଙ୍କ ବିରୁଦ୍ଧରେ ଅଭିଯୋଗ କରିଛି। ଏହିଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ର ଏମ କେ ସି ଜି ମେଡିକାଲ୍ କଲେଜରେ।ଯେଉଁଠି ନିଜ ସାରଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ଅଭିଯୋଗ କରିଛି ଯେ ସେ ଛାତ୍ରୀ ଜଣକୁ ସାର୍ ଜଣକ ଖରାପ ବ୍ୟବହାର କରିବା ସହ ତାର ହାତ କୁ ପ୍ରଥମେ କାମୁଡି ଥିଲେ ଆଉ ପରେ ତାର ଗାଲ କୁ ମଧ୍ୟ କାମୁଡ଼ିଥିଲେ।
ଏହି ଭଳି ଆଚରଣ ପୁଣି ବଡ଼ ମେଡିକାଲ୍ କଲେଜ ରେ ଘଟିବା ବାସ୍ତବରେ ଏହା ଏକ ନିନ୍ଦନୀୟ ଘଟଣା। ଆଗରୁ ଗୁରୁ ଶିଷ୍ୟ ସଂପର୍କ ରେ ଅନେକ କାହାଣୀ ରେ ବର୍ଣ୍ଣିତ ହୋଇଛି। କିନ୍ତୁ ସେସବୁ ଦିନକୁ ଦିନ ଖରାପ ହେବାରେ ଲାଗିଛି।ଶୁଣିବାକୁ ମିଳୁଛି ଯେ ଏହି ଘଟଣା ପଛରେ ପରସ୍ପର ମଧ୍ୟରେ କିଛି ଆପୋଷ ବୁଝାମଣା ଭୁଲ ହେତୁ ଏହା ଘଟିଛି। ସୂଚନା ମୁତାବକ ସେ ଛାତ୍ରୀ ଜଣକ ଶେଷ ବର୍ଷ ତା,ସେହି ହସ୍ପିଟାଲ ର ହାଉସ ସର୍ଜନ ସୂପର୍ଣ୍ଣ କୁମାର ପାଢ଼ୀ ତାଙ୍କର ବ୍ୟକ୍ତିଗତ କାରଣ କୁ ନେଇ ବଚସା ହୋଇଥିଲା ଯାହା ଦ୍ଵାରା ସେ ରାଗିଯାଇ ତାଙ୍କ ଛାତ୍ରୀ ଙ୍କୁ କାମୁଡି ରକ୍ତାକ୍ତ କରିଦେଇଥିଲେ।
ଶୁଣିବାକୁ ମିଳୁଛି ଯେ ଏମ କେ ସି ଜି ମେଡିକାଲ୍ କଲେଜ ରେ ଏମ ବି ବି ଏସ ଫାଇନାଲ ୟାର ରେ ପଢୁଥିବା ଛାତ୍ରୀ ରହୁଥିବା ଛାତ୍ରାବାସ ବାହାରେ କଥା ହେବା ସମୟରେ ସୂପର୍ଣ ଆସି ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ କାମୁଡି ଦେଇଥିଲେ।ଏତେ ବଡ଼ ମେଡିକାଲ୍ ରେ ଡକ୍ଟର ହୋଇ ଏମିତି ପାଗଳାମି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଲୋକଙ୍କ ମୁତାବକ ଏତେ ବଡ ଡକ୍ଟର ହେବା ପରେ ଏହିଭଳି ନୃଶଂସ କାଣ୍ଡ ବାସ୍ତବରେ ଘୃଣ୍ୟ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।