ଏହି ୪ ଟି ଭାଗ୍ୟଶାଳୀ ରାଶିର ଡିସେମ୍ବର ମାସର ମାସିକ ରାଶିଫଳ ଜାଣନ୍ତୁ କେମିତି ରହିବ ଭାଗ୍ୟ…

 

 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଟି ରାଶି ର ସନ୍ଧାନ ମିଳେ। ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ସମୟ ଆଧାର ରେ ରାଶି ନିର୍ଣ୍ଣୟ କରାଯାଏ । ଏହି ରାଶି ସାରା ଜୀବନ ତାହାର ଭଲ ମନ୍ଦ ପରିସ୍ଥିତି ଜାଣିବାକୁ ହେଲେ ଦେଖା ଯାଇଥାଏ । ଆଉ ଦିନ କିଛି ଗଲେ ନୂଆ ବର୍ଷ ଆସିଯିବ ୨୦୨୩ । 

 

ତେବେ ଏହି ନୂଆବର୍ଷ ଆଗରୁ କେମିତି ରହିବ ୪ ଟି ରାଶି ମାନଙ୍କର ଭାଗ୍ୟ ଆସନ୍ତୁ ଜାଣିବା ବିସ୍ତୃତ ଭାବେ । 

 

ମିଥୁନ ରାଶି – ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଏହି ମାସରେ ଶେଷ କରିବା ପାଇଁ ଚେଷ୍ଟା କରିବେ । ଅନେକ ଟଙ୍କା ଯାହା ଆପଣଙ୍କ ନିକଟକୁ ଫେରିବାକୁ ଥିଲା ତାହା ଏହି ବର୍ଷ ଶେଷ ସମୟ ଅର୍ଥାତ୍ ଡିସେମ୍ବର ମାସରେ ଆପଣଙ୍କୁ ପ୍ରାପ୍ତ ହେବ । ମାଲି ମକଦ୍ଦମା ରେ ଆପଣ ବିଜୟ ଲାଭ କରିବେ । ଆଗାମୀ ଦିନରେ ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶ୍ରୁତି ବଦ୍ଧ ହେବେ । 

 

ସିଂହ ରାଶି – ଅଯଥା ଖର୍ଚ୍ଚରୁ ମୁକ୍ତି ପାଇବେ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ସଫଳତା ପାଇବା ସହ ପରିବାର ଲୋକଙ୍କ ସାମ୍ନାରେ ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ସାବ୍ୟସ୍ତ ହେବେ । ଆପଣ ଆଗାମୀ ମାସରେ ବିତର୍କ ରେ ବିଜୟ ଲାଭ କରିବେ ବନ୍ଧୁ ମାନଙ୍କ ସାମ୍ନାରେ ପ୍ରିୟ ହେବେ । ଆପଣଙ୍କ କୌଣସି ସ୍ତଗିତ ଥିବା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ପ୍ରିୟଜନ ଙ୍କ ସହ ସମ୍ପର୍କ ମଧୁର ରହିବ । 

 

କର୍କଟ ରାଶି – ଜମି ସମ୍ବନ୍ଧରେ ଲାଭ ପାଇବା ସହ କୌଣସି କ୍ଷେତ୍ରରେ ନୂତନ ଭାବେ ବିନିଯୋଗ କରିବେ । ନୂତନ ବନ୍ଧୁ ପ୍ରାପ୍ତି ହେବାର ସମ୍ଭାବନା ଅଛି ଆଗାମୀ ଡିସେମ୍ବର ମାସରେ ଏହି ବନ୍ଧୁତା ଆପଣଙ୍କର ବହୁତ୍ ଲମ୍ବା ଚାଲିବ । ଏହି ମାସରେ ଯଦି ଆପଣ ଘର ତିଆରି କରିବାକୁ ଚାହିଁବେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସମୟ ସାବ୍ୟସ୍ତ ହେବ । ଘର ଉପକରଣ ଯଦି ଚାହିଁବେ ତେବେ ଏହି ମାସରେ କିଣି ପାରିବେ । 

 

କୁମ୍ଭ ରାଶି – ମାନସିକ ଶାନ୍ତି ପାଇବେ । ପରିଶ୍ରମର ଫଳ ପାଇବେ । ଅନେକ କ୍ଷେତ୍ରରେ ଆପଣଙ୍କ ପ୍ରଶଂସା ହେବା ସହ ଅନେକ କ୍ଷେତ୍ରରେ ଆପଣଙ୍କ ଠାରୁ କୌଣସି ତଥ୍ୟ ଶିଖିବା ପାଇଁ ଅନେକ ଚେଷ୍ଟା କରିବେ । କୌଣସି ପରୀକ୍ଷା ଫଳ ଆପଣଙ୍କର ଆଗାମୀ ଦିନରେ ବାହାରିବା ଆଶଙ୍କା ରହିଛି ଯେଉଁଥିରେ ଆପଣଙ୍କ ଫଳାଫଳ ଭଲ ଆସିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *