ଯଦି ସମ୍ପର୍କ କରିବାକୁ ଇଛା ତେବେ ବାହାରେ ପଇସା ଦେଇ କର – ଏଲିନା ସାମଲ 

 

ଆଜିକାଲି ପ୍ରେମ ଉପରେ କିଛି କହିଛନ୍ତି ଏଲିନା ସାମଲ । ଯାହା ଯାହା କଥା କହିଛନ୍ତି ସମସ୍ତଙ୍କ ମନକୁ ଛୁଇଁ ଯାଇଛି । ଭଲ ପାଇବାର ପ୍ରକୃତ ସଂଜ୍ଞା କଣ ପ୍ରଥମେ ୨ ଜଣ ବୁଝିବା ଦରକାର । ଭଲ ପାଇବା ମାନେ ନୁହେଁ ଯେ କେବଳ ଶାରୀରିକ ସମ୍ପର୍କ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କୌଣସି କାରଣରୁ ଦୂରେଇ ଯିବା ଏହା ଠିକ୍ ନୁହେଁ । 

 

ଭଲ ପାଇବା ଏବଂ ଶାରିରୀକ ସମ୍ପର୍କ ଦୁଇଟି ଅଲଗା ଅଲଗା ଜିନିଷ । ଯେ ପର୍ଯ୍ୟନ୍ତ ପୁଅ ଝିଅ ଦୁଇ ଜଣଙ୍କ ମଧ୍ୟରୁ ଦୁହିଁଙ୍କୁ ଅନୁଭବ ହୋଇନାହିଁ ଯେ ଦୁହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କ ଭଲ ପାଇବା ଆଗରେ ସବୁ କିଛି ଶ୍ରେୟ ସେତେବେଳେ ହିଁ ସେ ଆଗକୁ ବଢ଼ି ପାରିବେ । 

 

ଭଲ ପାଇବାର ପ୍ରକୃତ ମାନେ ବୁଝାଇବାକୁ ହିନ୍ଦୀ ଫିଲ୍ମ ବିବାହର ଉଦାହରଣ ଦେଇଛନ୍ତି ” ଏଲିନା ସାମଲ ” । ଏଲିନା ଙ୍କ କହିବା ଅନୁଯାୟୀ ପ୍ରକୃତ ପ୍ରେମର ଉଦାହରଣ କଣ ତାହା ବିବାହ ଫିଲ୍ମ ରେ ଭଲ ଭାବେ ଦର୍ଷାଯାଇଛି । କେବଳ ଚେହେରା ରେ ପ୍ରେମ ହୁଏନାହିଁ ପ୍ରେମ ଆତ୍ମା ରେ ହୁଏ । ଶାରୀରିକ ସଂପର୍କ କୁ ଆଧାର କରି ତ କେବେ ମଧ୍ୟ ନୁହେଁ । ତ ପ୍ରେମ ସମସ୍ତଙ୍କର ସେହିପରି ହେବା ଉଚିତ୍ । ପ୍ରେମର ସଠିକ୍ ମାନେ ବୁଝିବା ପରେ ହିଁ ଆଗକୁ ବଢିବା ଉଚିତ୍ ପ୍ରେମୀ ଯୁଗଳ ଯାହାଦ୍ବାରା ଆଗକୁ କୌଣସି ଅସୁବିଧାର ସମ୍ମୁଖିନ ହେବେ ନାହିଁ । 

 

ଆଜିକାଲି ସମାଜରେ ଯଦି କେହି ସେ-କ୍ସ୍ କରିବାକୁ ଭଲ ପାଉଛନ୍ତି ତେବେ ଏହା ସମ୍ପୂର୍ଣ ଭାବେ ଭୁଲ ଅଟେ । ଭଲ ପାଇବା ଏକ ପବିତ୍ର ସମ୍ପର୍କ ଯାହା ଅନେକ କ୍ଷେତ୍ରରେ ଉଦାହରଣ ମିଳେ । ଯଦି ସେ-କ୍ସ୍ ପାଇଁ କେହି ଭଲ ପାଆନ୍ତି ତେବେ ବାହାରେ ଟଙ୍କା ଦେଇ ମଧ୍ୟ କରିପାରିବେ କିନ୍ତୁ ଏହି ସ୍ବାର୍ଥ ପାଇଁ ପ୍ରେମ ଶବ୍ଦକୁ କଳଙ୍କିତ କରିବା ସମ୍ପୂର୍ଣ ରୂପେ ଭୁଲ ଅଟେ । 

 

ବାହା ହେବା ଆଗରୁ ଦୁଇଟି ଆତ୍ମା ଦୁହିଁଙ୍କୁ ଜାଣିବା ଜରୁରୀ ନା କି ଶାରୀରିକ ଭାବେ ଏକାଠି ହୋଇ ନିଷ୍ପତି ନେବା ଠିକ୍ । ଭଲ ପାଇବା ଆତ୍ମା ରୁ ହେଲେ ଭବିଶ୍ୱତ ରେ ବାଟ ଚାଲିବାକୁ କୌଣସି ଅସୁବିଧା ହେବନାହିଁ । ପ୍ରଥମେ ପରସ୍ପର ଙ୍କୁ ଜାଣିବା ଉଚିତ୍ ଏହାପରେ ହିଁ ଆଗକୁ ବଢିବା ଉଚିତ୍ । 

ପ୍ରକୃତ ପ୍ରେମର ଉଦାହରଣ ଆପଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶୁଭ୍ରାଂଶୁ ଏବଂ ଦେବସ୍ମିତା ଙ୍କ ପ୍ରେମରୁ ବୁଝି ପାରିଥିିବେ । ଦେବସ୍ମିତା ଙ୍କ ଦେହ ଖରାପ ହେବାପରେ ମଧ୍ୟ ହାତ ଛାଡି ନଥିଲେ ଶୁଭ୍ରାଂଶୁ ଏବଂ ଦେବସ୍ମିତା ଙ୍କୁ ୱିଲ୍ ଚେୟାର ରେ ବସାଇ ୭ ଜନ୍ମର ସାଥି କରିନେଲେ । ଏହାକୁ କୁହାଯିବ ପ୍ରକୃତ ପ୍ରେମର ଉଦାହରଣ । 

Leave a Reply

Your email address will not be published. Required fields are marked *