ଏହି ରାଶିର ଲୋକମାନେ ସୁନା ମୁଦି ପିନ୍ଧିବା ଅନୁଚିତ୍ | ଜାଣନ୍ତୁ କେଉଁ ରାଶି…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ସୁନା ତ ଘରେ ଘରେ ସମସ୍ତେ ଧାରଣ କରିଥାନ୍ତି । ଏକ ରିସର୍ଚ୍ଚ ରୁ ଜଣା ପଡ଼ିଥିଲା ଭାରତୀୟ ମହିଳାଙ୍କ ପାଖରେ ସବୁଠାରୁ ବେଶୀ ସୁନା ରହିଥାଏ । ଭାରତୀୟ ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଭଲ ପାଉଥିବା ବେଳେ କେତେକ ପୁଅ ମାନେ ମଧ୍ୟ ଭଲ ପାଇଥାନ୍ତି । ସୁନା ଧାତୁ ସମସ୍ତଙ୍କ ପ୍ରିୟ ହୋଇଥାଏ ଏହା ଯେତେ ଲୋକପ୍ରିୟ ସେତେ ଦାମୀ ମଧ୍ୟ ହୋଇଥାଏ । ସୁନା ୧୦ ଗ୍ରାମ ପିଛା ପଚାଶ ହଜାର ଟଙ୍କା ପାଖାପାଖି ଦାମ ରହିଥାଏ। 

 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୁନା ଧାରଣ କରିବା ବେଶ୍ ଶୁଭଫଳ ହୋଇଥିବା ବେଳେ ଏହା ସ୍ବାସ୍ଥ୍ୟପାଇଁ ମଧ୍ୟ ବହୁତ୍ ଭଲ ହୋଇଥାଏ । ମନ୍ଦିର ରେ ଦେବୀ ଦେବତା ଙ୍କ ପ୍ରତିମା ରେ ମଧ୍ୟ ସୁବର୍ଣ୍ଣ ଧାତୁ ଧାରଣ କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ଆମେ ଆମର ତର୍ଜନି ଆଙ୍ଗୁଠି ରେ ସୁନା ମୁଦି ଧାରଣ କରୁ ତେବେ ଏହାଦ୍ବାରା ଏକାଗ୍ରତା ଲାଭ ହେବା ସହ ରାଜଯୋଗର ପ୍ରାପ୍ତି ହୋଇଥାଏ । ଏହା ଛଡା ଆହୁରି ଅନେକ ବିଶେଷତ୍ଵ ରହିଛି । 

 

ଆପଣ ଯଦି ଆପଣଙ୍କ ହାତର ଅନାମିକା ଆଙ୍ଗୁଠି ରେ ସୁନା ମୁଦି ଧାରଣ କରନ୍ତି ତେବେ ଯଦି ଆପଣ ଅନେକ ଦିନ ଧରି ସନ୍ତାନ ସୁଖରୁ ବଞ୍ଚିତ ଥାଆନ୍ତି ତେବେ ଶୀଘ୍ର ଆପଣଙ୍କୁ ଶୁଭ ଖବର ମିଳିଥାଏ। ଆପଣଙ୍କର ଯଦି ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ ଯେମିତି କି ଥଣ୍ଡା ଏବଂ ଶ୍ୱାସ ଜନିତ ସମସ୍ୟା ତେବେ ଆପଣ ଅନାମିକା ଆଙ୍ଗୁଠି ରେ ସୁନା ମୁଦି ଧାରଣ କଲେ ଏହି ସମସ୍ତ କ୍ଷେତ୍ରରୁ ମୁକ୍ତି ପାଇବେ । ବିବାହ ପରେ ମୁଦି ପିନ୍ଧିଲେ ଘରେ ଶାନ୍ତିର ବାତାବରଣ ଦେଖା ଯାଏ। 

 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଛି ରାଶି ମାନଙ୍କୁ ସୁନା ଧାରଣ କରିବା ପାଇଁ ମନା କରାଯାଇଛି କାହିଁକି ନା ଏମାନେ ଯଦି ସୁନା ମୁଦି ଧାରଣ କରିବେ ତେବେ ଏମାନଙ୍କ ଉପରେ ବିପରୀତ ଫଳ ପ୍ରଦାନ ହେବ । 

 

ବୃଷ ରାଶି , ମିଥୁନ ରାଶି , କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କୁ ସୁନା ଧାରଣ କଲାବେଳେ ସାବଧାନ ହେବାକୁ ହେବ। ଏହି ରାଶି ମାନଙ୍କ ଦ୍ଵାରା ଏହି ସୁନା ଧାତୁ ନଷ୍ଟ ହେବା ବା ହଜିଯିବାର ସମ୍ଭାବନା ଅଧିକ ରହିଥାଏ । ତେଣୁକରି ଏହି ରାଶି ମାନଙ୍କୁ ସମ୍ପୂର୍ଣ ରୂପେ ସୁନା ଧାତୁ ଧାରଣ କରିବା ନିମନ୍ତେ ବାରଣ କରାଯାଇଛି । 

 

ଏହି ରାଶି ମାନଙ୍କ ବ୍ୟତୀତ ତୁଳା ଏବଂ ମକର ରାଶି ମାନଙ୍କର ମଧ୍ୟ ସୁନା ଧାରଣ କରିବା ଉଚିତ୍ ନୁହେଁ । ଆପଣ ସକାରାତ୍ମକ ଉଦ୍ଦେଶ୍ୟରେ ଧାରଣ କରିଥିଲେ ମଧ୍ୟ ଏହି କ୍ଷେତ୍ରରେ ଶୁଭ ଖବର ପ୍ରାପ୍ତି ହେବନାହିଁ ।

Leave a Reply

Your email address will not be published. Required fields are marked *