ଦିନକୁ ଦିନ ସମାଜରେ ପରିବର୍ତ୍ତନ ଆସିବାକୁ ଲାଗିଲାଣି । ପୁରୁଣା ଯୁଗରେ ବିବାହ ସମୟରେ କେବଳ ପରିବାର ଲୋକେ ଯାଇ ଝିଅ ପୁଅ ନିର୍ଣ୍ଣୟ କରୁଥିଲେ ଏବଂ ବିବାହ ସ୍ଥିର କରୁଥିଲେ । ବର୍ତ୍ତମାନ ଆଧୁନିକ ଯୁଗର ତାଳେ ତାଳେ ଲୋକମାନେ ଦିନକୁ ଦିନ ତଳକୁ ଖସିବାକୁ ଲାଗିଲାଣି । ଯେଉଁଠି ଦେଖ ଅନ୍ୟାୟ ଅତ୍ୟାଚାର , ପରକୀୟା ପ୍ରୀତି।
କେଉଁଠି ସ୍ଵାମୀ ସ୍ତ୍ରୀ କୁ ଧୋକା ଦେଉଛି ତ କେତେବେଳେ ସ୍ତ୍ରୀ ସ୍ୱାମୀକୁ ଧୋକା ଦେଇ ଅନ୍ୟ ପୁରୁଷ ସହ ସମ୍ବନ୍ଧ ରଖୁଛନ୍ତି । ଆଜିର ସମାଜରେ ପ୍ରେମ କରୁଥିବା ଝିଅମାନେ ନିଜର ହିତାହିତ ଜ୍ଞାନ ହରାଇ ବସୁଛନ୍ତି ଯାହା ଫଳରେ ଅଧିକ ରୁ ଅଧିକ ଧୋକା ଖାଉଛନ୍ତି । ପୁଅ ଗେଲୁ ସୁନା କହିବା ପରେ ଝିଅମାନେ ନିଜର ଆପା ହରାଇ ସବୁକିଛି ଦେବାପାଇଁ ରେଡି । ଏମିତି କି ପୁଅଙ୍କ ମିଠା ମିଠା କଥାରେ ଭାସିଯାଇ Oyo ହୋଟେଲ ମଧ୍ୟ ଯିବାପାଇଁ ରେଡ଼ି ।
ଦୁଇ ମିନିଟ ର ସୁଖ ପାଇଁ ଝିଅମାନେ ସାରା ଜୀବନର ଦୁଃଖ ଜୀବନରେ ନିଜେ ନିଜେ ଡ଼ାକି ଆଣୁଛନ୍ତି । ତେଣୁକରି ଆଜିର ସମାଜରେ ଝିଅ ଙ୍କୁ ନେଇ ବେଶ ଚର୍ଚ୍ଚା ହେବା ସହ ଅନେକ ଘଟଣା ରେ ଝିଅଙ୍କ ପ୍ରତି ଅନ୍ୟାୟ ହେଉଥିବାର ଦେଖିବାକୁ ମିଳୁଛି । ଆଗ କାଳରେ କେମିତି ପୁଅ ଝିଅ ବିବାହ ଆଗରୁ କେହି କାହାର ମୁଁହ ଦେଖୁ ନଥିଲେ ଆଜି କାଲି ବିବାହ ସ୍ଥିର ହେବାପରେ ପୁଅ ଝିଅ ଅନେକ ଦିନ ଫୋନ ରେ କଥା ହେଇ ହୋଟେଲ ଯାଇ ସମ୍ପର୍କ ରଖି ଯଦି ଉଚିତ୍ ମନେ କରୁଛନ୍ତି ବାହା ହେଉଛନ୍ତି ନହେଲେ ନାହିଁ ।
ଏହି ଘଟଣାରେ କେତେକ ଘରେ ମଧ୍ୟ ପୂର୍ଣ୍ଣ ଶିକୃତି ଦେଉଥିବା ବେଳେ ଏହା ଠିକ୍ ନୁହେଁ ବୋଲି କହିଥିଲେ ଯୁବତୀ ଜଣଙ୍କ । ଗଛ ଯେଉଁଠି ଷ୍ଟ୍ରଙ୍ଗ ନାହିଁ ତାହାର ପତ୍ର ଷ୍ଟ୍ରଙ୍ଗ ହୋଇପାରିବ ନାହିଁ । ଯେମିତି ଘର ସେମିତି ପିଲା ବହୁତ୍ ବଡ ବଡ଼ ଘରେ ବହୁତ୍ ଗୁମର ଲୁଚି ରହିଛି । ଏହି ସବୁ ଘଟଣାରେ ଦିନକୁ ଦିନ ସମାଜ ପାଇଁ କୁ ପ୍ରଭାବ ପଡ଼ୁଥିବାର ଅନେକ ମାତ୍ରାରେ ଦେଖା ଯାଉଛି ।
ଆଜିର ସମାଜ ଭଲ ଜିନିଷ ଶୀଘ୍ର ଗ୍ରହଣ କରୁନଥିବା ବେଳେ ଖରାପ ଜିନିଷ କୁ ଶୀଘ୍ର ଗ୍ରହଣ କରି ନେଉଛନ୍ତି । ଝିଅମାନେ ସତର୍କ ରହିବାକୁ ହେବ । ଗେଲୁ ସୁନା କଥା ରେ ନପଡ଼ି ହୋଟେଲ ନଗଲେ ଅନେକ ବିପଦରୁ ରକ୍ଷା ପାଇ ପାରିବେ। ଜୀବନରେ ଆଗକୁ ବଢିବା ପାଇଁ ନିଜ ମୂଲ୍ୟ ଝିଅ ମାନଙ୍କୁ ପ୍ରଥମେ ଶିଖିବାକୁ ହେବ ।