ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପ୍ରିୟଙ୍କା ଚୋପ୍ରା ଯଦି ସଫଳତା ର ସିଢ଼ୀ ଚଢ଼ିଛି ତେବେ ତା ସୁନ୍ଦରତା ପାଇଁ – ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏ ସମାଜ ମନୁଷ୍ୟ ଙ୍କୁ ନେଇ ଗଠିତ।ସବୁଦିନ ବିଭିନ୍ନ ପ୍ରକାର କଥା ଶୁଣିବାକୁ ମିଳିଥାଏ।ପ୍ରତିଦିନ କିଏ ନା କିଏ କିଛି ନ କିଛି ମନ୍ତବ୍ୟ ଦେଇଥାନ୍ତି।ବଲିଉଡ ଏକ ବଡ଼ ଇଣ୍ଡଷ୍ଟ୍ରି।ସବୁଦିନ ଅନେକ ଖବର ଆସିଥାଏ ସବୁ ଅଭିନେତା ଅଭିନେତ୍ରୀ ଙ୍କ ବିଷୟରେ।ଏଇ କିଛି ଦିନ ହେବ ଶୁଣିବାକୁ ମିଳିଛି ଯେ ପ୍ରିୟଙ୍କା ଚୋପ୍ରା ସଫଳ ହେବା ପାଇଁ ଗୁଣିଗାରେଡି ର ସାହାଯ୍ୟ ନେଇଛନ୍ତି।
ତେବେ ସବୁବେଳେ ନିଜ ମନ୍ତବ୍ୟ କୁ ନେଇ ଚର୍ଚ୍ଚା ରହୁଥିବା ଜଟଣୀ ବିଧାୟକ ସୁର ରାଉତରାୟ ଏହାକୁ ନେଇ ମଧ୍ୟ ନିଜ ମନ୍ତବ୍ୟ ରଖିଛନ୍ତି।ବିଧାୟକ ସୁର କହିଛନ୍ତି ପ୍ରିୟଙ୍କା ଚୋପ୍ରା ଏକ ସଫଳ ଅଭିନେତ୍ରୀ।ସେ ବିଶ୍ଵ ସୁନ୍ଦରୀ ହୋଇଥିଲେ,ଅନେକ ସଫଳ ଫିଲ୍ମ ମଧ୍ୟ କରିଛନ୍ତି।ସେ ବହୁତ୍ ସୁନ୍ଦର,ତାଙ୍କୁ ଦେଖିଲେ କୌଣସି ପୁରୁଷ ଲୋଭେଇଯିବ।ତାଙ୍କର ବହୁତ୍ ଟାଲେଣ୍ଟ ଅଛି।ତାଙ୍କୁ ସଫଳ ହେବା ପାଇଁ କୌଣସି ଗୁଣିଗାରେଡି ର ଆବଶ୍ୟକତା ନାହିଁ।
ବିଧାୟକ ସୁର କହିଛନ୍ତି ସେ ଛୋଟ ବେଳୁ ଏଇ ଗୁଣିଗାରେଡି କୁ ବିଶ୍ୱାସ କରନ୍ତି ନାହିଁ।ସେ ଭଗବାନ ଙ୍କୁ ବିଶ୍ୱାସ କରନ୍ତି।ପ୍ରିୟଙ୍କା ଙ୍କ ସୌନ୍ଦର୍ଯ୍ୟ ଭଗବାନ ଙ୍କ ଗିଫ୍ଟ ବୋଲି କହିଛନ୍ତି।ସେ କହିଛନ୍ତି ପ୍ରିୟଙ୍କା ଯଦି କିଛି ଭଲ କରିବାକୁ ଚାହୁଛନ୍ତି ତେବେ ଗରିବଙ୍କୁ ସାହାଯ୍ୟ କର, ଲୋକ ଙ୍କ ଦୁଃଖ ରେ ସୁଖ ରେ ତାଙ୍କ ପାଖରେ ଠିଆ ହୁଅ।ସେ ପ୍ରିୟଙ୍କା ଙ୍କୁ ଜଣେ ସଫଳ ଅଭିନେତ୍ରୀ ଭାବେ ବହୁତ୍ ସମ୍ମାନ କରନ୍ତି ବୋଲି କହିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।