କାନ୍ଦୁଛି କଳାକାର ଜଗତ, ଆରପାରିରେ ଏହି ଲୋକପ୍ରିୟ ହାସ୍ୟ ଅଭିନେତା…!

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାନ୍ଦୁଛି କଳାକାର ଜଗତ, ଆରପାରିରେ ଏହି ଲୋକପ୍ରିୟ ହାସ୍ୟ ଅଭିନେତା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯୁବକ ଅବସ୍ଥାରେ ନିଜର କଳା ବଳରେ ଲୋକଙ୍କୁ ହସାଇ ବେଦମ୍ କରୁଥିବା ଲୋକ  ଏବଂ ଯାତ୍ରା ଜଗତ ରେ ଚହଳ ସୃଷ୍ଟି କରିଥିବା ଲୋକ ଏବେ ଆଉ ଆମ ଗହଣରେ ଉପସ୍ଥିତ ନାହାଁନ୍ତି ।ସେ ଏବେ ସବୁ ଦିନ ପାଇଁ ଅଫେରା ପଥର ପଥିକ ହୋଇଯାଇଛନ୍ତି ।ଯିଏ ନିଜର ଅଭିନୟ ବଳରେ ଯତ୍ରଜଗତରେ ଅନେକ ସୁନାମ ଅର୍ଜନ କରିଥିଲେ ସିଆ ଏବେ ଆଉ ଦେଖିବାକୁ ମିଳିବେ ନାହିଁ ।ଗଲା ବୁଧୁବାର ଦିନ ତାଙ୍କୁ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

 

ଯେତେ ବେଳେ ଏହା ଜୋର୍ ରେ ହେଲା ସେତେବେଳେ ସେ ଘର ଲୋକଙ୍କ ଦ୍ଵାରା କଟକ ବଡ଼ ମେଡିକାଲ୍ କୁ ଅଣାଯାଇଥିଲା ।ସେଠାରେ ସେ ଚିକିତ୍ସାଧୀନ  ଅବସ୍ଥାରେ ଆଜି ଅପରାହ୍ନ ରେ ଦେହ ତ୍ୟାଗ କରିଛନ୍ତି।ସେ  ଯାତ୍ରା ଜରିଆରେ ଲୋକଙ୍କୁ ହସାଇପରିଲେ କିନ୍ତୁ ନିଜ ସମୟରେ ଦୁଃଖ ଓ ଜଞ୍ଜାଳ ମଧ୍ୟରୁ ବାହାରି ପାରିଲେ ନାହିଁ ଯାହାଦ୍ଵାରା ସେ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡ଼ି  ଆରପାରିକୁ ଚାଲିଗଲେ ।

 

ଏହି ଭଳି ଯେବେ ଅଭିନେତା ଯାହାଙ୍କୁ ସମସ୍ତେ ହାସ୍ୟ କଳାକାର ଭାବରେ ଜାଣିଛନ୍ତି ସିଏ ଆଉ କେହି ନୁହେଁ ଆପଣଙ୍କ ପ୍ରିୟ କଳାକାର ଗୋବିନ୍ଦ ବେହେରା।ଯିଏ କି ଯାତ୍ରା ଜଗତରେ ଅନେକ ଅଭିନୟ କରିଛନ୍ତି ଏବେ ଲୋକଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି।ସେ  ୬୮ ବର୍ଷ ବୟସରେ ନିଜର ପ୍ରାଣ ତ୍ୟାଗ କରିଛନ୍ତି। କେନ୍ଦ୍ରାପଡ଼ା ର ପଟ୍ଟାମୁଣ୍ଡାଇ ନିକଟସ୍ଥ ମଠାସାହି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ହାସ୍ୟ ଅଭିନେତା ଗୋବିନ୍ଦ ବେହେରା।ତାଙ୍କର ପିଲାଟି ଦିନରୁ ମଞ୍ଚସ୍ଥ ନାଟକ ଉପରେ ଦୁର୍ବଳତା ରହିଥିଲା। 

 

ସେଥିପାଇଁ ସେ ଘରୁ ଚାଲି ଚାଲି ମଞ୍ଚ ନିକଟକୁ ବାହାରିଯାଉଥିଲେ  ମଞ୍ଚରେ ଅଭିନୟ ପ୍ରଦର୍ଶନ କରିବା ପାଇଁ।୧୯୭୨ ମସିହାରେ ପ୍ରତିଷ୍ଠିତ  ନାଟ୍ୟ ସଂସ୍ଥା ଶ୍ୟାମ ମହାପାତ୍ରଙ୍କ  “ସାରୁଅ” ଯାତ୍ରା ପାଟିରେ ଯୋଗ ଦେଇଥିଲେ।ସେ ମଶାରୀ ଫୁଲ, ସୁନ୍ଦରୀ ଝିଅଙ୍କୁ ଦୁରୁ ଜୁହାର, ମିଛ ସମ୍ପର୍କ  ,ପନତକାନି ,ପବିତ୍ରତା , ବନ୍ଧା ପଡ଼ିଛି ମୋ ବାହା ମୁକୁଟ। ଏହିଭଳି ଅନେକ ନାଟକ ରେ ଅଭିନୟ କରି ଲୋକଙ୍କ ଦୃଷ୍ଟି ଭଜନ ହୋଇପାରିଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *