ମଣିଷ ଜୀବନ ପାଣି ଫୋଟକା ପରି କେତେବେଳେ ଫାଟିଯିବ ତାହା ସମ୍ପର୍କରେ କେହି କିଛି କହି ପାରିବେ ନାହିଁ । ଜନ୍ମ ମୃତ୍ୟୁ କେବଳ ଏହା ଭଗବାନ ଙ୍କ ପାଖରେ ହିଁ ଥାଏ । ଏହାକୁ କେହି ମଧ୍ୟ ପରିବର୍ତ୍ତନ କରି ପାରନ୍ତି ନାହିଁ ।
ଯେତେବେଳେ ଜଣେ ସାଧାରଣ ଲୋକର ମୃତ୍ୟୁ ହୁଏ ସେତେବେଳେ ତାର ବନ୍ଧୁ ପରିବାର ବର୍ଗ , ସାଙ୍ଗ ସାଥି କାନ୍ଦି ଥାଆନ୍ତି କିନ୍ତୁ ଯେତେବେଳେ ଜଣେ କଳାକାର ର ମୃତ୍ୟୁ ଘରେ ସେତେବେଳେ ସାରା ସଂସାର କାନ୍ଦିଥାଏ । ପ୍ରିୟ କଳାକାର ମାନଙ୍କୁ ହରାଇ ସାରିବା ପରେ ଅନେକ ସମୟରେ ଫ୍ୟାନ ମାନେ ଦୁଃଖୀ ଥାଆନ୍ତି । କଳାକାରର ମୃତ୍ୟୁ ହୁଏ ସତ କିନ୍ତୁ ସେ କରି ଯାଇଥିବା କଳା ତାହା କେବେ ନଷ୍ଟ ହୁଏନାହିଁ ଯାହାଦ୍ବାରା ସେ ମୃତ୍ୟୁ ପରେ ବି ସାରା ଜୀବନ ଜୀବନ୍ତ ରହିଥାଏ ।
ଜଣେ ହାସ୍ୟକାର ଙ୍କ ପରଲୋକରେ ଆଜି କାନ୍ଦୁଛି ସାରା ଜଲିଉଡ ଜଗତ । ନିଜର ବୟସ ଥିବାବେଳେ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରିଦେଉଥିଲେ ହାସ୍ୟକାର ଜଣଙ୍କ । ପରେ ଦେହ ଖରାପ ହେବା କାରଣରୁ ମଞ୍ଚ ଠାରୁ ଦୂରେଇ ଗଲେ ରୋଗ ବୈରାଗ ପିଛା ଛାଡ଼ିଲା ନାହିଁ ।
ଗୋବିନ୍ଦ ବାରିକ ଜଣେ ଓଡ଼ିଆ ଯାତ୍ରା ଜଗତର ହାସ୍ୟ ଅଭିନେତା ଥିଲେ । ଆଜି ତାଙ୍କର ମୃତ୍ୟୁ ରେ ଦୁଃଖ ପ୍ରକାଶ କରିଛନ୍ତି ଅନେକ କଳାକାର । ଗୋବିନ୍ଦ ବର୍ତ୍ତମାନ ସମସ୍ତ ଦାୟିତ୍ଵ ଜଞ୍ଜାଳ ରୁ ମୁକ୍ତି ପାଇ ଯାଇଛନ୍ତି ଏବଂ ଶେଷ ବିଶ୍ୱାସ ତ୍ୟାଗ କରିଛନ୍ତି ।
୬୮ ବର୍ଷ ବୟସରେ ଗୋବିନ୍ଦ ବାରିକ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କ ଦେହ ଖରାପ ହେବାରୁ କଟକ ବଡ଼ ମେଡ଼ିକାଲ ରେ ଭର୍ତି ହୋଇଥିଲେ ଏବଂ ସେହିଠାରେ ହିଁ ତାଙ୍କ ପରଲୋକ ହୋଇଛି । ବୁଧବାର ସକାଳୁ ଅସୁସ୍ଥ ହୋଇ ପଡ଼ିଥିଲେ ଗୋବିନ୍ଦ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଘରାଲୋକ ତାଙ୍କୁ ଶୀଘ୍ର ବଡ ମେଡିକାଲ ନେଇ ଯାଇଥିଲେ । ସେଠାରେ ଚିକିତ୍ସା ହେଉ ହେଉ ଆଜି ମଧ୍ୟାହ୍ନ ସମୟରେ ତାଙ୍କର ପରଲୋକ ହୋଇଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟସ୍ତ ମଠ ସାହିରେ ଜନ୍ମ ଗ୍ରହଣ କରିଥିଲେ ଗୋବିନ୍ଦ ବାରିକ । ଅଭିନୟ ପ୍ରତି ଦୁର୍ବଳତା ଥିବାରୁ ଅନେକ ଯାତ୍ରାରେ ସେ ସାମ୍ନାକୁ ଆସିଛନ୍ତି । ଅନେକ ଯାତ୍ରାରେ ଅଭିନୟ କରିଥିଲେ ଗୋବିନ୍ଦ ସେହି ମଧ୍ୟରୁ ଏହି ଯାତ୍ରା ଗୁଡ଼ିକ କିଛି ଅଟେ :- ବନ୍ଧା ପଡ଼ିଛି ମୋ ବାହା ମୁକୁଟ , ମଶାରି ଫୁଲ, ମିଛ ସମ୍ପର୍କ, ପଣତକାନି , ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର, ପବିତ୍ରତା ଆଦି ଅନେକ ପରଦାରେ ନଜର ଆସିଥିଲେ ଗୋବିନ୍ଦ ।