ସୁକାନ୍ତଙ୍କ ପରିବାରକୁ ସହାୟତା ର ହାତ ବଢ଼ାଇଲେ ରାନୀ ପଣ୍ଡା,କହିଲେ ମୁଁ ତୁମ ପରିବାର କୁ ପୋଷିବି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୁକାନ୍ତଙ୍କ ପରିବାରକୁ ସହାୟତା ର ହାତ ବଢ଼ାଇଲେ ରାନୀ ପଣ୍ଡା,କହିଲେ ମୁଁ ତୁମ ପରିବାର କୁ ପୋଷିବି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭଗବାନଙ୍କ ଦ୍ଵାରା ସୃଷ୍ଟ ଏହି ପୃଥିବୀ ରେ ବିଭିନ୍ନ ପ୍ରକାର ଘଟଣା ମାନ ଘଟୁଛି।ପ୍ରତିଦିନ ଅସଂଖ୍ୟ ଘଟଣା ସମ୍ପର୍କ ରେ ଅବଗତ ହେଉଛୁ ଆମ୍ଭେ ମାନେ।ବର୍ତ୍ତମାନ ପ୍ରତିଦିନ କେଉଁଠି ନା କେଉଁଠି ସଡ଼କ ଦୁର୍ଘଟଣା ସମ୍ପର୍କ ରେ ଆମ୍ଭେ ଜାଣିବା ପାଇଁ ପାଉଛୁ।ତେବେ ପାଠକ ଗଣ ଆପଣ ମାନେ  ଏହି କିଛି ଦିନ ପୂର୍ବରୁ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ସଡ଼କ ଦୁର୍ଘଟଣା ସମ୍ବନ୍ଧରେ ଜାଣିଥିବେ ତ।ଏହି ଦୁର୍ଘଟଣାଟି ଆଠଗଡ଼ ରାସ୍ତା ରେ ଡାଳଖାଇ ଠାକୁରାଣୀଙ୍କ ମନ୍ଦିର ସାମ୍ନା ରେ ରାନୀ ପଣ୍ଡାଙ୍କ କାର୍ ସାମ୍ନା ପଟରୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲା।

 

ଫଳରେ ଏହି ବାଇକ୍ ଟି ଚଳାଉଥିବା ଯୁବକ ସୁକାନ୍ତ ବାଇକରୁ ପଡ଼ିଯାଇଥିଲେ।ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯାଇଥିଲେ ଲୋକମାନେ। ହେଲେ ବର୍ତ୍ତମାନ ସୁକାନ୍ତଙ୍କର ହସ୍ପିଟାଲ୍ ରେ ହିଁ ମୃତ୍ୟୁ ହୋଇଛି। କାରରେ ବସିଥିବା ରାନୀ ପଣ୍ଡା ମଧ୍ୟ ଗୁରୁତର ଅବସ୍ଥା ରେ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ଏହି ଘଟଣା ଘଟିବା ପରେ ପୋଲିସ୍ ରାନୀ ପଣ୍ଡାଙ୍କ କାର୍ ଡ୍ରାଇଭରଙ୍କୁ ପଚରା ଉଚରା କରୁଛି।ତେବେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହେଉଛି ରାନୀ ପଣ୍ଡା ସୁକାନ୍ତଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। 

 

ଆଜି ସକାଳେ ରାନୀଙ୍କ ଭାଇ ସୁକାନ୍ତଙ୍କ ପରିବାର ପାଖକୁ ଯାଇ ଦେଖା କରିଥିଲେ।ସେହି ସମୟ ସେ ତାଙ୍କ ପରିବାରକୁ ୩୫,୦୦୦ ଟଙ୍କା ଦେଇଥିଲେ ଏବଂ କହିଥିଲେ ଯେ ଆଜି ପରଠାରୁ ସୁକାନ୍ତଙ୍କ ପରିବାର ର ଖର୍ଚ୍ଚ ରାନୀ ଉଠାଇବେ ବୋଲି ରାନୀ ନିଜେ କହିଛନ୍ତି।ସୁକାନ୍ତ ଙ୍କ ପିଲାଙ୍କ ପାଠ ପଢ଼ା ଠୁ ଆରମ୍ଭ କରି ସବୁ ଖର୍ଚ୍ଚ ରାନୀ ପଣ୍ଡା ନିଜେ କରିବେ ବୋଲି ତାଙ୍କ ଭାଇ କହିଥିଲେ।ଏବଂ ସେ କହିଥିଲେ ଯେ ରାନୀ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି,ସେ ଠିକ୍ ହେବା ପରେ ଆସି ସୁକାନ୍ତଙ୍କ ପରିବାରଙ୍କୁ ଦେଖା କରିବେ ବୋଲି କହିଛନ୍ତି।

 

ଏହା ପରେ ସୁକାନ୍ତଙ୍କ ପରିବାର ସହାୟତା ଅର୍ଥକୁ ଗ୍ରହଣ କରିଥିଲେ।ଏହି କଥାରୁ ଜଣା ପଡ଼ୁଛି ଯେ ରାନୀ ପଣ୍ଡା ଏହି ଦୁର୍ଘଟଣାକୁ ନେଇ ଭିତରେ ଭିତରେ ପଶ୍ଚାତାପ କରୁଛନ୍ତି,କାରଣ ନିଜେ ଗୁରୁତର ଥାଇ ମଧ୍ୟ ସେ ନିଜ କଥା ଚିନ୍ତା ନକରି ତାଙ୍କ ପାଇଁ ଆଘାତ ହୋଇଥିବା ପରିବାରଙ୍କ ବିଷୟରେ ସେ ଚିନ୍ତା କରୁଛନ୍ତି।ଭୁଲ୍ ତ ସମସ୍ତଙ୍କ ଦ୍ଵାରା ହୋଇଥାଏ ହେଲେ ସେହି ଭୁଲକୁ ମାନି ତାକୁ ଠିକ୍ ସମସ୍ତେ କରନ୍ତି ନାହିଁ।କିନ୍ତୁ ଏଠି ରାନୀ ପଣ୍ଡା ତାଙ୍କ ଭୁଲକୁ ମାନିଛନ୍ତି ଏବଂ ତାକୁ ଠିକ୍ କରିବା ପାଇଁ ଚିନ୍ତା ମଧ୍ୟ କରିଛନ୍ତି।ତେବେ ଏତେ ପର୍ଯ୍ୟନ୍ତ ସରକାରୀ ସହାୟତା ମିଳିପାରିନାହିଁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *