ଅର୍ଚ୍ଚନା ନାଗ ଘଟଣାରେ ବର୍ତ୍ତମାନ ଦିନକୁ ଦିନ ନୂଆ ଭାବେ ତଦନ୍ତ ଆଗକୁ ବଢୁଥିବା ବେଳେ ସାମ୍ନାକୁ ଆସୁଛି ଅନେକ ସତ । ବର୍ତ୍ତମାନ ଅର୍ଚ୍ଚନା ନାଗ ଏବଂ ସ୍ଵାମୀ ଜଗବନ୍ଧୁ ଜେଲ ଭିତରେ ଥିବାବେଳେ ଇଡି ଆଗକୁ ନେଉଛି ତଦନ୍ତ । ଏହି ତଦନ୍ତ ରେ ନୂଆ ନୂଆ ମୋଡ ଦିନକୁ ମିଳିଥିବା ବେଳେ ସାମ୍ନାକୁ ଆସିଛନ୍ତି ଅର୍ଚ୍ଚନା ନାଗ ଙ୍କ ଡାହାଣ ହାତ ଶ୍ରଦ୍ଧାଞ୍ଜଳି । ଶ୍ରଦ୍ଧାଞ୍ଜଳି ଙ୍କ ବୟାନ ରେକର୍ଡ କରିଥିବା ବେଳେ କିଛି ନୂଆ ସନ୍ଧାନ ପାଇଥିଲେ ଇଡି।
ଖଗେଶ୍ବର କୁ ୧୦ ଦିନିଆ ରିମାଣ୍ଡ ରେ ଆଣିଥିବା ବେଳେ ଏହି ରିମାଣ୍ଡ କାର୍ଯ୍ୟ ସମ୍ପୂର୍ଣ ହୋଇପାରିନଥିବା ବେଳେ ବର୍ତ୍ତମାନ ଆଉ ୫ ଦିନ ପାଇଁ ଏଡି ତଦନ୍ତ କରିଥିଲେ ବୋଲି ସୂଚନା ରହିଛି । ଅର୍ଚ୍ଚନା ନାଗ ଙ୍କ ସହ ଥିବା ସମସ୍ତ ଲୋକଙ୍କ ସହ ସମ୍ବନ୍ଧ ସମ୍ପୂର୍ଣ ରୂପେ ଖୋଲିବାକୁ ଲାଗିଛି ଏଡି । ଘଟଣାର ଏତେଦିନ ହେବା ପରେ ମଧ୍ୟ ଏହି ଘଟଣାରେ କୌଣସି ସମ୍ପୂର୍ଣ ତଥ୍ୟ ମିଳିନଥିବା ବେଳେ ପ୍ରକୃତ ଭାବେ ଜଡ଼ିତ ଥିବା ଲୋକମାନଙ୍କୁ ଖୋଜୁଛି ଇଡି।
ଅର୍ଚ୍ଚନା ନାଗ ଙ୍କ ଘଟଣାରେ ଆପଣ ମାନେ ଏତିକି ଲକ୍ଷ କରିପାରୁ ଥିବେ ତଦନ୍ତ ଯେତେ ଆଗକୁ ବଢୁଛି ସେତେ ବେଶୀ ତଥ୍ୟ ମିଳିବାରେ ଲାଗୁଛି। ଅନେକ ଲୋକଙ୍କୁ ପଚରା ଉଚରା କରିବା ପରେ ବର୍ତ୍ତମାନ ଇଡି ଦିଲ୍ଲୀ କୁ ଯାଇ ଅଧିକ ଏହି ଘଟଣା ସଂପର୍କରେ ଖୋଳ ତାଡ଼ କରିବାକୁ ଯାଉଛି । ସର୍ବ ପ୍ରଥମେ ଏହି ତଦନ୍ତ ରେ ଅର୍ଚ୍ଚନା ଜଗବନ୍ଧୁ ଙ୍କ ସହ ଖଗେଶ୍ବର ସହ ୩୭ ଲକ୍ଷ ଟଙ୍କାର କାରବାର ହୋଇଥିବାର ରେକର୍ଡ ରହିଛି ।
ଖଗେଶ୍ବର ଙ୍କୁ ଦୁଇ ଥର ରିମାଣ୍ଡ ରେ ନେବା ପରେ ବର୍ତ୍ତମାନ ତୃତୀୟ ଥର ରିମାଣ୍ଡ ପାଇଁ ଆବେଦନ କରିଛି ଇଡି । ଅର୍ଚ୍ଚନା ନାଗ ୫ ବର୍ଷରେ ୨.୫ କୋଟି ଟଙ୍କାର ସମ୍ପତି କେମିତି ରୋଜୋଗାର କଲେ ସେହି ସମ୍ପର୍କରେ ଅଧିକ ତଥ୍ୟ ପାଇବା ପାଇଁ ଚେଷ୍ଟା କରୁଛି ଇଡି । ସୁପ୍ରିମ ଅଟୋ ମୋବାଇଲ ଜରିଆରେ ଜଗବନ୍ଧୁ ଙ୍କ ପାଖକୁ ୨୨ ଲକ୍ଷ ୬୦ ହଜାର ଟଙ୍କା ଆସିଥିବାର ତଥ୍ୟ ରହିଛି ।
ଏହା ଛଡା ଅର୍ଚ୍ଚନା ଙ୍କ ପାଖରୁ ଖଗେଶ୍ବର ଙ୍କ ପାଖକୁ ୫ ଲକ୍ଷ ଟଙ୍କା ଯାଇଛି । ଜଗବନ୍ଧୁ ଙ୍କ ଆକାଉଣ୍ଟ କୁ ଏହି ଅଟୋ ମୋବାଇଲ ଜରିଆରେ ୩ ଲକ୍ଷ ଟଙ୍କା ଆସିଥିବାର ତଥ୍ୟ ରହିଛି । ତେବେ ଏହି ସମସ୍ତ ଟଙ୍କାର ଗୁମର ଆଗାମୀ ଦିନରେ ଇଡି ସଫଳତା ପୂର୍ଣକ ସମସ୍ତଙ୍କ ସାମ୍ନାକୁ ଆଣିବ ବୋଲି ଆଶା ରହିଛି ।