ରାଣୀ ପଣ୍ଡା ଙ୍କ ବର୍ତ୍ତମାନ ଚର୍ଚ୍ଚିତ ଘଟଣା ଆପଣଙ୍କୁ ଆଉ ଅଛପା ନଥିବ । ରାଣୀ ପଣ୍ଡା ଙ୍କ କାରରେ ଧକ୍କା ହୋଇ ପ୍ରାଣ ହରାଇଥିଲେ ସୁକାନ୍ତ । ରାଣୀ ପଣ୍ଡା ଏକ ଭୋଜି ସାରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଘଟି ଯାଇଥିଲା ଏହି ଅଘଟଣ ।
ରାଣୀ ପଣ୍ଡା ଆଠଗଡ଼ ମୁଣ୍ଡଳୀ ରାସ୍ତାରେ ଯାଉଥିବା ବେଳେ ପିଟି ହେଇଥିଲା ସୁକାନ୍ତ ଙ୍କ ବାଇକ । ଦୁଇ ଗାଡ଼ି ଏତେ ଜୋରେ ପରସ୍ପର ସହ ଧକ୍କା ହୋଇଥିଲା ଯେ ଦୁହିଁଙ୍କ ଗାଡ଼ି ଆଗଭାଗ ସମ୍ପୁର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିଲା ।
ରାଣୀ ପଣ୍ଡା ଏହି ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସୁକାନ୍ତ ଙ୍କର ମୃତ୍ୟୁ ହୋଇଥିଲା । ଏହି ଅଘଟଣ ଘଟିବା ପରେ ରାଣୀ ପଣ୍ଡା ଏବଂ ସୁକାନ୍ତ ଙ୍କୁ ଆଠଗଡ଼ ମେଡିକାଲ ନିଆଯାଇଥିଲା ଏବଂ ଏହା ପରେ ସୁକାନ୍ତ ଙ୍କ ଅବସ୍ଥା ସାଙ୍ଘାତିକ ଜାଣିବା ପରେ ତାଙ୍କୁ କଟଟ ମେଡିକାଲ ରେଫର କରିଥିଲେ ଡାକ୍ତର ।
ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ରାଣୀ ପଣ୍ଡାଙ୍କ ଡ୍ରାଇଭର ଥାନାରେ ଅଟକ ରହିଥିବା ବେଳେ ରାଣୀ ପଣ୍ଡାଙ୍କ ଶରୀର ର କିଛି ଅଂଶ କ୍ଷତାକ୍ତ ହୋଇଥିବା ବେଳେ ରାଣୀ ପଣ୍ଡାଙ୍କ ଚିକିତ୍ସା ପାଇଁ ତାଙ୍କୁ ପଠା ଯାଇଥିଲା ।
ରାଣୀ ପଣ୍ଡା ଆଜି ସକାଳୁ ଲାଇଭ ଆସି ନିଜର ମନର କଥା ସମସ୍ତଙ୍କ ପାଖରେ ଜଣାଇଛନ୍ତି । ରାଣୀ ପଣ୍ଡା ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ସେହି ନିମନ୍ତେ ତାଙ୍କୁ ଅନେକ କ୍ଷେତ୍ରରେ ଅପମାନିତ ହେବା ସହ ନିନ୍ଦା ଅପନିନ୍ଦା ମଧ୍ୟ ମିଳୁଛି ବୋଲି ଜଣାଇଥିଲେ ।
ରାଣୀ ପଣ୍ଡା ଙ୍କ କହିବା ଅନୁଯାୟୀ ତାଙ୍କ ଖରାପ ସମୟ ଆଜି ପଡ଼ିଛି ଯାହାଦ୍ବାରା ତାଙ୍କୁ ସମସ୍ତେ ନିନ୍ଦା ଦେଉଛନ୍ତି ଏବଂ ତାଙ୍କ ଭଲ ସମୟ ଆସିଲେ ତାଙ୍କ ପ୍ରତି ଅପନିନ୍ଦା ପ୍ରଚାର କରୁଥିବା ଲୋକଙ୍କୁ ଉଚିତ୍ ଶିକ୍ଷା ଦେବେ ।
ରାଣୀ ପଣ୍ଡା କାନ୍ଦି କାନ୍ଦି ଗଣ ମାଧ୍ୟମ ଙ୍କୁ ତାଙ୍କ ବିରୁଦ୍ଧରେ ଅପ ପ୍ରଚାର ନ କରିବାପାଇଁ ଅନୁରୋଧ କରିଛନ୍ତି । କାହିଁକି ନା ଅପପ୍ରଚାର ଦ୍ଵାରା ରାଣୀ ପଣ୍ଡା ଙ୍କ ପାଇଁ ଓଡ଼ିଶା ବାସୀଙ୍କ ମନରେ ପରିବର୍ତ୍ତନ ଆସିପାରେ ତେଣୁକରି ତାଙ୍କୁ ବିନା ଦୋଷରେ ଦଣ୍ଡିତ ନ କରାଯାଉ ବୋଲି ଅନୁରୋଧ କରିଥିଲେ ରାଣୀ ପଣ୍ଡା ।
ରାଣୀ ପଣ୍ଡାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ରାଣୀ ପଣ୍ଡାଙ୍କ ଏହି ଭିଡିଓ ଫ୍ୟାନ ମାନେ ଦେଖିବା ପରେ ତାଙ୍କୁ ସମବେଦନା ଜଣାଇ ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ଏବଂ ଆଗାମୀ ଦିନରେ ସବୁକିଛି ଠିକ୍ ହେଇଯିବ ବୋଲି କହିଛନ୍ତି ଫ୍ୟାନ ମାନେ ।