ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହସ୍ପିଟାଲ୍ ରେ ତିନି ଦିନ ରହିବା ପରେ ଲାଇଭ୍ ଭିଡିଓ କରି ନିଜ କଥା ରଖିଲେ ରାନୀ ପଣ୍ଡା।ଆସନ୍ତୁ ଜାଣିବା କ’ଣ କହୁଛନ୍ତି ରାନୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁମାନେ ଆପଣମାନେ ତ ପ୍ରତିଦିନ ଘଟୁଥିବା ଘଟଣା ସମ୍ପର୍କରେ ବିଭିନ୍ନ ମାଧ୍ୟମ ଦ୍ଵାରା ଜାଣିବା ପାଇଁ ପାଉଥିବେ।ତେବେ କିଛି ଘଟଣା ଲୋକ ଲୋଚନକୁ ଆସୁଛି ତ କିଛି ଘଟଣା ସେମିତି ରହିଯାଉଛି।ତେବେ ଯଦି ସେହି ଘଟଣା କୌଣସି ସେଲେବ୍ରିଟିଙ୍କ ବିଷୟରେ ହୋଇଥିବ ତେବେ ତ ସେହି ଘଟଣା ନିଶ୍ଚୟ ଭାଇରାଲ ହେବ।ଏମିତି କିଛି ଘଟିଛି ଯାତ୍ରାର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡାଙ୍କ ସହ।ତେବେ ପାଠକଗଣ ଆପଣମାନେ ତ ତିନି ଦିନ ପୂର୍ବରୁ ରାନୀ ପଣ୍ଡାଙ୍କ କାର ଏବଂ ଏକ ବାଇକ୍ ଆରୋହୀଙ୍କ ମଧ୍ୟରେ ହୋଇଥିବା ସଡ଼କ ଦୁର୍ଘଟଣା ସମ୍ପର୍କରେ ଜାଣିଥିବେ ନିଶ୍ଚୟ।
ତେବେ କହି ରଖିବା ପାଇଁ ଚାହିଁବି ଯେ ସେହି ଦୁର୍ଘଟଣାରେ ବାଇକ୍ ଆରୋହୀ ସୁକାନ୍ତ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଏବଂ ରାନୀ ଗୁରୁତର ଭାବରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ତେବେ ଏହି ଦୁର୍ଘଟଣା ପାଇଁ ରାନୀ ପଣ୍ଡା ପଶ୍ଚ୍ୟାତାପ କରି ଆଗକୁ ସୁକାନ୍ତଙ୍କ ପରିବାରର ଭରଣ ପୋଷଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।ଏତିକି ସବୁ ହେବା ପରେ ମଧ୍ୟ ଲୋକ ମାନେ ରାନୀ ପଣ୍ଡାଙ୍କ ବିଷୟରେ ବହୁତ କିଛି କଥା କହୁଛନ୍ତି।ସେଥି ପାଇଁ ରାନୀ ପଣ୍ଡା ଆଜି ଲାଇଭ୍ ଆସି ସେହି ବିଷୟ ରେ କିଛି କହିଛନ୍ତି।ଆଉ ଆପଣ ମାନେ ତ ଜାଣିଥିବେ ରାନୀ ପଣ୍ଡା ଯେଉଁ ଭିଡିଓ ବି ପୋଷ୍ଟ କରନ୍ତି ତାହା ସବୁବେଳେ ଭାଇରାଲ୍ ହୋଇଥାଏ।ତେବେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ରାନୀ ପଣ୍ଡା।
ଏହି ଯେଉଁ ଦୁର୍ଘଟଣାଟି ଘଟିଥିଲା ସେଥିରେ ବାଇକ୍ ଆରୋହୀ ସୁକାନ୍ତଙ୍କ ମୃତ୍ୟୁ ଯୋଗୁଁ ରାନୀଙ୍କୁ ବହୁତ ଲୋକ ଏପଟ ସେପଟ କଥା କହୁଛନ୍ତି।ସେଥି ପାଇଁ ରାନୀ କହିଲେ ଯେ ସେ ବାଧ୍ୟ ହୋଇ ଆଜି ଲାଇଭ୍ ଭିଡିଓ କରିଛନ୍ତି,ତାଙ୍କୁ ଜମା ବି ଇଚ୍ଛା ନଥିଲା ଭିଡିଓ କରିବା ପାଇଁ କାରଣ ସେ ସମ୍ପୂର୍ଣ ସୁସ୍ଥ ହୋଇନାହାନ୍ତି।ନିଜର ଚ୍ୟାନେଲ୍ ର ଟିଆରପି ବଢ଼ାଇବା ପାଇଁ ଏପରି ମିଥ୍ୟା ଅପପ୍ରଚାର ନ କରିବା ପାଇଁ କହିଛନ୍ତି ସବୁ ଗଣମାଧ୍ୟମକୁ।ଏହି ଭିଡିଓ ରେ ରାନୀ ପଣ୍ଡା କାନ୍ଦି କାନ୍ଦି ସବୁ କଥା କହୁଥିଲେ।ଏଭଳି ମିଛ କଥା କହି ଓଡ଼ିଶା ବାସୀଙ୍କ ମନରେ ରାନୀଙ୍କ ପ୍ରତି ଘୃଣା ଭାବ ଭର୍ତ୍ତି କରିବା ବନ୍ଦ କରନ୍ତୁ।
ଆଜି ତାଙ୍କର ସମୟ ଭଲ ନାହିଁ ସେଥିପାଇଁ ସମସ୍ତେ ଏମିତି କହୁଛନ୍ତି,ତାଙ୍କର ସମୟ ଭଲ ଆସିଲେ ସେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବେ ବୋଲି କହିଛନ୍ତି।ରାନୀ ଆହୁରି କହିଛନ୍ତି ଯେ ଦୁର୍ଘଟଣା ପରେ କେହି ସାହାଯ୍ୟ କରିବା ପାଇଁ ଆସିନଥିଲେ,ପ୍ରାୟ ୧୦ମିନିଟ୍ ପରେ ସବୁ ଆସିଥିଲେ।ଗଣ ମାଧ୍ୟମ ବହୁତ ମିଛ କଥା କହୁଛି ଯେପରି ,ରାନୀ ଜଣେ ମାଆଙ୍କ ପାଖରୁ ତା’ର ପୁଅ କୁ ଛଡ଼ାଇ ନେଇଛନ୍ତି।ଦୁର୍ଘଟଣା ପରେ ରାନୀ ସେଥି ଫଟୋ ଉଠାଇଥିଲେ ବୋଲି କହିଛନ୍ତି।ଏହି କଥାରେ ରାନୀ କହିଥିଲେ ଯେ ସେ ଫଟୋ ଉଠାଉ ନଥିଲେ ବରଂ ସେତେବେଳେ ସେ ସମସ୍ତଙ୍କୁ ଫୋନ୍ କରୁଥିଲେ।ତେବେ ସେ ମିଛ କଥା ପ୍ରଚାର ନା କରିବା ପାଇଁ ମିଡ଼ିଆକୁ ଅନୁରୋଧ କରିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।