ଇଡି ସାମ୍ନାରେ ଆସିଲା ସତ । ଖଗେଶ୍ୱର ସହ ହୋଇଥିଲା ଅର୍ଚ୍ଚନାର ଡ଼ିଲ୍ । ଶୋଇବା ପାଇଁ ଏତେ ଟଙ୍କା ଅର୍ଚ୍ଚନା ନେଉଥିଲା

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଇଡି ସାମ୍ନାରେ ଆସିଲା ସତ । ଖଗେଶ୍ୱର ସହ ହୋଇଥିଲା ଅର୍ଚ୍ଚନାର ୫୦ ଲକ୍ଷର ଡ଼ିଲ୍ । ଶୋଇବା ପାଇଁ ଏତେ ଟଙ୍କା ଅର୍ଚ୍ଚନା ନେଉଥିବା ସନ୍ଦେହ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଅର୍ଚ୍ଚନା ନାଗ ମାମଲାରେ ଇଡି ଦ୍ବାରା ଗିରଫ ହୋଇଛନ୍ତି ବ୍ୟବସାୟୀ ଖଗେଶ୍ବର ପାତ୍ର । ତୃତୀୟ ଥର ପାଇଁ ଇଡ଼ି ଖଗେଶ୍ବର ପାତ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ହେଲେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ତେଣୁ ଖଗେଶ୍ୱର ଏବେ ବିଚାରବିଭାଗୀୟ ହେପାଜତକୁ ଯାଇଛନ୍ତି । ତେବେ ଆଜି କୋର୍ଟରେ ହାଜର ହୋଇ ଫେରିବା ପରେ ଖଗେଶ୍ବର ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ସେ ନିର୍ଦୋଷ । କାହାଠାରୁ ସେ ଟଙ୍କାଟିଏ ନେଇ ନାହାନ୍ତି । ଶ୍ରଦ୍ଧାଞ୍ଜଳିକୁ ସେ ଚିହ୍ନନ୍ତି ନାହିଁ । ଏହି ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ସେ କାହାକୁ ସହଯୋଗ କରିନାହାନ୍ତି ବୋଲି ସଫେଇ ମଧ୍ୟ ରଖିଛନ୍ତି । 

 

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅର୍ଚ୍ଚନା ଜଗବନ୍ଧୁଙ୍କ ସାଙ୍ଗ ହେଲା ଖଗେଶ୍ୱର । ଆଉ ଅଭିଯୋଗ ଅନୁଯାୟୀ ଅର୍ଚ୍ଚନାଙ୍କ ହନିଟ୍ରାପ ବ୍ୟବସାୟ ପଛରେ ଶ୍ରଦ୍ଧାଞ୍ଜଳିଙ୍କ ବଡ ଭୂମିକା ରହିଛି । ଏପରି ସ୍ଥିତିରେ ଖଗେଶ୍ବର କେମିତି ଚିହ୍ନିପାରିଲାନି ଶ୍ରଦ୍ଧାଞ୍ଜଳିଙ୍କୁ ବୋଲି ପ୍ରଶ୍ନ ଉଠୁଛି । ସୂଚନାଯୋଗ୍ୟ ନଭେମ୍ବର ୧୧ ତାରିଖ ଦିନ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖିଥିଲେ ଖଗେଶ୍ବର ପାତ୍ର । ଏହାପରେ ସେ ଇଡି ଦ୍ୱାରା ଗିରଫ ହୋଇଥିଲେ । ପରେ ଇଡି ୧୦ ଦିନିଆ ରିମାଣ୍ଡରେ ନେଇଥିଲେ । ପୁଣିଥରେ ନଭେମ୍ବର ୨୧ ତାରିଖ ଦିନ ତିନି ଦିନିଆ ରିମାଣ୍ଡରେ ନେଇଥିଲା ଇଡି । 

 

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ସରି ଯାଇଛି ସହଯୋଗୀ ଖଗେଶ୍ବରର ରିମାଣ୍ଡ ଅବଧି । ଆଉ ଏହି ଶେଷ ଦିନରେ ଇଡି ସାମ୍ନାରେ ସବୁ ସତ ଓଗାଳିଛି ଖଗେଶ୍ବର ପାତ୍ର । ଖଗେଶ୍ବର-ଅର୍ଚ୍ଚନା-ଜଗବନ୍ଧୁଙ୍କ ଭିତରେ ଥିଲା ଘନିଷ୍ଠ ସମ୍ପର୍କ ପୁରୁଣା । ୩୫ ଲକ୍ଷର କାରବାରର ଏବେ ଖୋଲିଲା ଗୁମର । ଖଗେଶ୍ବର ଓ ତା ମାଲିକାନାରେ ଥିବା ସୁପ୍ରିମ ଅଟୋମାବାଇଲ ସହ ୫ ଥର ଟଙ୍କା ଦେଣଦେଣ କରିଛନ୍ତି ଅର୍ଚନା ଓ ଜଗବନ୍ଧୁ । ଆଉ ହାତରେ ଲାଗିଲା ଟଙ୍କା ନେଣଦେଣର ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । 

 

ତେବେ ୫ ଥରରେ ପ୍ରାୟ ୩୫ ଲକ୍ଷ ଟଙ୍କା କରାବାର ହୋଇଥିବା ବେଳେ ଦ୍ବିତୀୟ ଟ୍ରାନଜେକ୍ସନ ରେ ସୁପ୍ରିମ ଅଟୋମାବାଇଲ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କ ଆକାଉଣ୍ଟକୁ ଯାଇଛି ସର୍ବାଧିକ ୨୨ଲକ୍ଷ ୬୦ହଜାର ଟଙ୍କା । ଏତେ ଟଙ୍କାର ଟ୍ରାନଜେକ୍ସନ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ କାହିଁକି ହୋଇଥିଲା ତାହା ବାରମ୍ବାର ଜେରା ପରେ ବି ଖଗେଶ୍ବର ମୁହଁ ଖୋଲୁନଥିବା ବେଳେ ଏହାର ସତ କାଢ଼ିବା ପାଇଁ ତୃତୀୟ ଥର ରିମାଣ୍ଡ ଆବେଦନ କରିଥିଲା ଇଡି । ତେବେ ଆସନ୍ତା ୩୦ରେ ନାଗ ଚାନ୍ଦ ଦମ୍ପତ୍ତିଙ୍କୁ ରିମାଣ୍ଡରେ ଆଣିବାକୁ ଇଡି ଯୋଜନା ରଖିଥିବା ବେଳେ ଏମାନଙ୍କ ପାଇଁ ତିଆରି ହୋଇଛି ସ୍ବତନ୍ତ୍ର ପ୍ରଶ୍ନ ଖସଡା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *