କପିଲ ଶର୍ମା ଶୋ’ରେ ପହଁଚିଲେ ବାବୁଶାନ ଓ ଦମନ ଫିଲ୍ମର ପୁରା ଟିମ ।ଏବେ ସାରା ଦେଶ ଦେଖିବ ପ୍ରଥମଥର ପାଇଁ ଓଡ଼ିଆ ଫିଲ୍ମର ଦମ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କପିଲ ଶର୍ମା ଶୋ’ରେ ପହଁଚିଲେ ବାବୁଶାନ ଓ ଦମନ ଫିଲ୍ମର ପୁରା ଟିମ ।ଏବେ ସାରା ଦେଶ ଦେଖିବ ପ୍ରଥମଥର ପାଇଁ ଓଡ଼ିଆ ଫିଲ୍ମର ଦମ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତୋ ଜାଣିଥିବେ ଯେ ଲୋକପ୍ରିୟ ଜାତୀୟ ଟିଭି ଶୋ’ ଦି କପିଲ୍‌ ଶର୍ମା ଶୋ’ । ଟିଭି ଦୁନିଆଁରେଯଦି କେଉଁ ଗୋଟେ ଶୋର ରାଜ୍ ଚାଲିଥାଏ ତେବେ ତାହା ଲୋକପ୍ରିୟ ସୋ କପିଲ୍ ଶର୍ମା ସୋ ଏକ ଅଲଗା ହିଁ ପରିଚୟ ସୃଷ୍ଟି କରିଛି, ଦେଶ ଓ ଦୁନିଆଁର ଲୋକେ ଏହାର ଫ୍ୟାନ୍ସ ଅଟନ୍ତି । କପିଲ୍ ଶର୍ମା ଶୋକୁ ଆଜି ସବୁ ବୟସର ବ୍ୟକ୍ତି ପସନ୍ଦ କରନ୍ତି, ଛୁଆ ହେଉ କିମ୍ବା ବୁଢା ସମସ୍ତଙ୍କ ମୁହଁରେ ଏହାର ଯାଦୁ ମୁଣ୍ତରେ ଚଢିଛି । ଦେଖିବାକୁ ଗଲେ ଏହା ଏକ କମେଡି ଶୋ । 

 

କପିଲ୍ ଶର୍ମା ଶୋରେ ନିଜେ କମେଡିଆନ୍ କପିଲ୍ ଶର୍ମା ହୋଷ୍ଟ୍ କରୁଛନ୍ତି, ଓ ତାଙ୍କ ଛଡା ଏହି ଶୋରେ ଅନ୍ୟ କଳାକାର ବି ହୋଇଥାନ୍ତି ଯେପରି ଏହି ଶୋକୁ ଆହୁରି ମଜାଦାର୍ ବନାଏ । ତେବେ ରିଲିଜ୍ ହୋଇଥିବା ନୂଆ ନୂଆ ବଲିଉଡ୍ ଫିଲ୍ମର ପ୍ରମୋସନ୍ ପାଇଁ ସେହି ଫିଲ୍ମର କଳାକାର ମାନଙ୍କ ସହିତ ପୂରା ଟିମ୍ କପିଲ ଶର୍ମାଙ୍କ ଶୋ’କୁ ଯାଇଥାଏ । କିନ୍ତୁ ବର୍ତମାନ ସମୟରେ ଯାହା ଶୁଣିବାକୁ ମିଳୁଛି ଯେ ପ୍ରଥମଥର ପାଇଁ ଗୋଟେ ଓଡିଆ ଫିଲ୍ମକୁ ପ୍ରମୋଟ କରିବ କପିଲ୍ ଶର୍ମା ଶୋ । 

 

ତେବେ ଅଜ୍ଞା ହଁ ଦର୍ଶକବନ୍ଧୁ ଆପଣ ମାନେ ଠିକ୍ ଶୁଣିଛନ୍ତି ଆଉ ସେ ଫିଲ୍ମଟି ହେଉଛି ନିକଟରେ ରିଲିଜ୍ ହୋଇଥିବା ବାବୁଶାନ୍ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ଦମନ୍ । ଯାହାକି ଆଗକୁ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଜଣେ ଯୁବ ଡାକ୍ତରଙ୍କ ମାନବିକତାକୁ ଚିତ୍ରଣ କରିଛି । ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଗତ ସପ୍ତାହରେ ବଡ଼ ପରଦାରେ ରିଲିଜ ହେବା ପରେ ଓଡ଼ିଆ ସିନେଶିଳ୍ପ ପୁଣିଥରେ ବର୍ତ୍ତମାନ ଚଳଚଞ୍ଚଳ ହୋଇଉଠିଛି । 

 

ଫିଲ୍ମର କାହାଣୀ ଓଡ଼ିଶାର ମୌଳିକ କାହାଣୀକୁ ନେଇ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଯେଉଁଥିରେ ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଏହି ଫିଲ୍ମଟି ପ୍ରଥମ କରି ଓଡିଆ ସହ ବଲିଉଡ୍‌କୁ ମଧ୍ୟ ହଲଚଲ୍ କରିଦେଇଛି ବୋଲି ଶୁଣିବାକୁ ମିଳୁଛି । ନିକଟରେ ରାଜ୍ୟ ସରକାର ମଧ୍ୟ ଦମନ ଚଳଚ୍ଚିତ୍ର ପାଇଁ ଟିକସ ଛାଡ଼ କରିବା ପରେ ଏହା ଇତିହାସ ରଚିଥିଲା । ଆଉ ଏବେ ଫିଲ୍ମର ପ୍ରମୋସନ୍ ପାଇଁ ଦମନ୍ ଟିମ୍ କପିଲ୍ ଶର୍ମା ଶୋ’ରେ ପହଞ୍ଚିଛି ବୋଲି ଜଣା ପଡିଛି । ଯାହାକୁ ନେଇ ଓଡିଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନରେ ଉତ୍କଣ୍ଠା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *