ଆଜିକାଲି ଦୁନିଆରେ ଯେତିକି ଟେକ୍ନୋଲୋଜି ଶକ୍ତିଶାଳୀ ହେବାକୁ ଲାଗୁଛି ସେତିକି ଭୟଙ୍କର କାଣ୍ଡ ଘଟିବାକୁ ଲାଗୁଛି । ଦିନକୁ ଦିନ ଲୋକମାନେ କାହାକୁ ବିଶ୍ୱାସ କରିବାକୁ ମଧ୍ୟ ଭୟଭୀତ ହୋଇ ଗଲେଣି । ଅନଲାଇନ ମାଧ୍ୟମରେ ଲୋକମାନେ ଅନେକ ଟଙ୍କା ହରାଇବା ସହ ଅନେକ ଠକାମୀ ର ଶିକାର ହେଉଛନ୍ତି । ଏ ଟେକ୍ନୋଲୋଜି ଦୁନିଆରେ ଜଣେ ଆଉ ଜଣଙ୍କ ବିଶ୍ଵାସରେ ବିଶ ଦେବାପାଇଁ ଥରେ ହେଲେ ଚିନ୍ତା କରୁନାହାନ୍ତି ।
ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ଦେହଜୀବୀ ମାନେ WhatsApp କୁ ଆଧାର କରି ଭିଡିଓ କଲ କରି ଲୋକଙ୍କୁ ଫସାଇ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ପ୍ରଥମେ ଲୋକମାନଙ୍କ WhatsApp ନମ୍ବର୍ ଯୋଗାଡ କରିବା ଏବଂ ଏହା ପରେ କିଛି ନକହି ନିଜର ପରିଚୟ ନଦେଇ ସିଧା ସଳଖ ଭିଡିଓ କଲ କରୁଛନ୍ତି । ଏବଂ ଏହା ପରେ ଯଦି ବ୍ୟକ୍ତି ଜଣଙ୍କ ନିଜର ମୁଁହ ଦେଖାଇ ଦେଉଛନ୍ତି ତେବେ କଲ କରୁଥିବା ଯୁବତୀ ଜଣଙ୍କ ସ୍କ୍ରିନ ସଟ ନେଇ ଯାଉଛନ୍ତି ନିଜ ଫୁଙ୍ଗୁଳା ଦେହ ସହ ଅତି ସହଜରେ ।
ତେବେ ଏହା ପରେ ଆରମ୍ଭ ହେଇଯାଉଛି ବ୍ଲାକ ମେଲ । ମନ ମୁତାବକ ଟଙ୍କା ନଦେଲେ ମିଳୁଛି ଧମକ ଉପରେ ଧମକ । ତେବେ ସୋସିଆଲ ମିଡିଆରେ ଏକ ସ୍କ୍ରିନ ସଟ ଭାଇରାଲ ହେବାରେ ଲାଗିଛି ଯାହା ଜଣେ ସଚେତନ ନାଗରିକ ସେ ଆର କରିଛନ୍ତି । ଅଳ୍ପରେ ବର୍ତ୍ତି ଯାଇଛନ୍ତି ଯୁବକ ଜଣଙ୍କ । ଏବଂ ବାକି ଯୁବକ ମାନେ କିପରି ଏହିପରି ଫସି ନ ଯାଆନ୍ତୁ ସେ ନେଇ ଦେଇଛନ୍ତି ସଚେତନ ବାର୍ତ୍ତା । ତେବେ ଏହିପରି ଘଟଣା ଆଗରୁ ଅନେକ ଥର ଦେଖିବାକୁ ମିଳିଥିବା ବେଳେ ଏହି ଘଟଣା ଟି ଟିକିଏ ଭିନ୍ନ ଅଟେ ।
ଅନେକ କ୍ଷେତ୍ରରେ କିଛି ନକହି ଭିଡିଓ କଲ୍ କରୁଥିବା ବେଳେ ଯଦି ଫଟୋ ନେଇ ଯାଆନ୍ତି ତେବେ ଖେଳ ଶେଷ କିନ୍ତୁ ବ୍ୟକ୍ତି ଙ୍କ ସହ ଘଟିଛି ସମ୍ପୂର୍ଣ ସେହିପରି କିନ୍ତୁ ଟିକିଏ ଅଲଗା । ଏକ ଅଲଗା ନମ୍ବର୍ ରୁ ମେସେଜ ଆସିବା ପରେ ଆରମ୍ଭ ହେଉଛି ପ୍ରେମାଳପ ଧୀରେ ଧୀରେ କଥା ସେ-କ୍ସ୍ ଆଡ଼କୁ ଯାଇ ସାରିବା ପରେ କଥା ଆଗେଇ ଯାଉଛି ଭିଡିଓ କଲ୍ କୁ । ତେବେ ଏହି କ୍ଷେତ୍ରରେ ଯୁବକ ଜଣଙ୍କ ଆଗରୁ ହିଁ ସଚେତନ ଥିଲେ ତେଣୁକରି ଭିଡିଓ କଲ୍ ଉଠାଇ ଉପଯୁକ୍ତ ପ୍ରମାଣ ନେଇଯାଇଥିଲେ ।
ଯୁବତୀ ଜଣଙ୍କ ପୂର୍ଣ୍ଣ ଚେଷ୍ଟା କରିବା ପରେ ମଧ୍ୟ ନିଜ ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇପାରି ନଥିଲେ । ଅନେକ କଥା ପରେ ମଧ୍ୟ ଯୁବକ ଯୁବତୀ ଙ୍କ କଥାରେ ଆସିନଥିବା ବେଳେ ଯୁବତୀ ଜଣଙ୍କ ନିଜର ମଣ୍ଡ ଉଦ୍ଦେଶ୍ୟରେ ଫେଲ ହୋଇ ହାର୍ ମାନି ନେଉଥିଲେ । ତେବେ ଯୁବକ ଙ୍କ ସହ ଏହିପରି ଘଟିଥିବାରୁ ସେ ସଚେତନ ବାର୍ତା ଦେବାପାଇଁ ଏହା ସର୍ବ ସମ୍ମୁଖରେ ଆଣିଛନ୍ତି ।