ସମୟ ସମୟରେ ଅନେକ ପରିବର୍ତନ ଦେଖା ଯାଏ । ସରକାର ଙ୍କ ତରଫରୁ ଅନେକ ନିଷ୍ପତି ତଥା ବଜେଟ ନିୟମ କିଛି ମାସର ପ୍ରଥମାର୍ଦ୍ଧରେ ଆରମ୍ଭ କରାଯାଏ । ଦେଶର ତଥା ରାଜ୍ୟର ସ୍ଥିତି ଆକଳନ କରି ଏହି ନିର୍ଣ୍ଣୟ କରାଯାଇ ଥାଏ । ତେବେ ଏହି ମହଙ୍ଗା ଯୁଗରେ ଅନେକ ଜିନିଷ ମହଙ୍ଗା ଉପରେ ମହଙ୍ଗା ହେବା ଅନେକ ସାଧାରଣ ବର୍ଗ ଲୋକମାନଙ୍କ ପ୍ରତି ଅନେକ ଅସୁବିଧା ସୃଷ୍ଟି କରୁଛି ।
ତେବେ ଡିସେମ୍ବର ମାସର ୧ ତାରିଖରୁ ଅନେକ ନିୟମ ତଥା ବଜେଟ ରେ ପରିବର୍ତ୍ତନ ଆସିବ ଯାହାକୁ ଆପଣମାନେ ଜାଣିବା ନିହାତି ଦରକାର । ନୀତି ଦିନିଆ ବଜେଟ ଉପରେ ଆମର ପ୍ରଭାବ ପଡିଥାଏ । ତେବେ ଡିସେମ୍ବର ମାସରେ ଘରେ ଘରେ ବ୍ୟବହାର ହେଉଥିବା ଗ୍ୟାସ ଦରରେ ଆସିପାରେ ବଡ ପରିବର୍ତ୍ତନ। ଗ୍ୟାସ ଦର ଶୀତ ଦିନ କାରଣରୁ ହ୍ରାସ କରାଯିବ ବୋଲି ସୂଚନା ରହିଛି ।
ବ୍ୟସ୍ତ ବହୁଳ ଜୀବନରେ Atm ରୁ ଟଙ୍କା ସମସ୍ତେ ଉଠାଇବାକୁ ଦରକାର କରିଥାନ୍ତି । ସେଥିପାଇଁ ଅନେକ ସ୍ଥାନରେ Atm ମେସିନ ର ସୁବିଧା ମଧ୍ୟ ରହିଛି । ତେବେ ବର୍ତ୍ତମାନ ଠାରୁ Atm ମେସିନ ରୁ ଟଙ୍କା ଉଠାଇବା ଆହୁରି ସୁରକ୍ଷିତ ହେବାକୁ ଯାଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ Atm ତରଫରୁ ଟଙ୍କା ଉଠାଇବା ବେଳେ ମୋବାଇଲ ଫୋନ୍ ଲିଙ୍କ ଥିବା ନମ୍ବର୍ ରେ Otp ଆସିଲେ ଆପଣ ଟଙ୍କା ଉଠାଇ ପାରିବେ । ତେବେ ଏହା ସମ୍ପର୍କରେ ଅନ୍ୟାନ୍ୟ ବ୍ୟାଙ୍କ୍ ମଧ୍ୟ ଚିନ୍ତା କରୁଛନ୍ତି ।
ଯେଉଁମାନେ ପେନସନ ପାଉଛନ୍ତି ସେମାନଙ୍କୁ ତାଙ୍କ ଜୀବିତ ପ୍ରମାଣ ପତ୍ର ଦେବାକୁ ହେବ। ଯଦି ଆପଣ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ଜୀବିତ ପ୍ରମାଣ ପତ୍ର ଦେଇ ନାହାନ୍ତି ତେବେ ଆପଣଙ୍କୁ ଆଗାମୀ କ୍ଷେତ୍ରରେ ଅସୁବିଧାର ସାମ୍ନା କରିବାକୁ ପଡିପାରେ ତେଣୁକରି ଯେଉଁମାନେ ଏହା କରାଇ ନାହାନ୍ତି ଶୀଘ୍ର କରାଇ ନିଅନ୍ତୁ ନହେଲେ ପରେ ଅସୁବିଧାରେ ପଡ଼ିବେ ।
ଡିସେମ୍ବର ମାସରେ ଦେଶର ବିଭିନ୍ନ ସ୍ଥାନରେ ଟ୍ରେନ ସମୟ ବଦଳିବାକୁ ଯାଉଛି । ଶୀତ ଅଧିକ ହେବା କାରଣରୁ ଏହି ନିଷ୍ପତି ନିଆଯାଇଛି । ଏହା ଛଡା ଡିସେମ୍ବର ମାସରେ ୧୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ୍ ବନ୍ଦ ରହିବାକୁ ଯାଉଛି । ଏହି ଛୁଟି ରେ ଦିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ର ଛୁଟି ସାମିଲ କରାଯାଇଛି । ଏହା ଛଡା ବଡଦିନ ଏବଂ ଡିସେମ୍ବର ୩୧ ତାରିଖ ଗୁରୁ ଗୋବିନ୍ଦ ଜୟନ୍ତୀ ମଧ୍ୟ ପଡୁଛି ଯାହାଦ୍ବାରା ଡିସେମ୍ବର ମାସରେ ୧୩ ଦିନ ଛୁଟି ପାଇବେ ବ୍ୟାଙ୍କ୍ କର୍ମଚାରୀ ।