ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଜଣା ନମ୍ୱର୍ ରୁ ମେସେଜ୍ କରି ଲୋକମାନଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଉଛନ୍ତି ରୂପଜୀବୀ ମାନେ।ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସକଳ ସୃଷ୍ଟିର ଆଧାର ହେଉଛନ୍ତି ଈଶ୍ୱର।ଏଵନଗ ଏହି ଈଶ୍ୱରଙ୍କ ସ୍ୱତନ୍ତ୍ର ପ୍ରାଣୀ ହେଉଛି ମଣିଷ।କାରଣ ଈଶ୍ୱର ମଣିଷଙ୍କ ଏକ ନିଆରା ଶକ୍ତି ଦେଇଛନ୍ତି ଯାହାକୁ ବ୍ୟବହାର କରି ସେ ତାର ଜୀବନ ଯାପନ କରିଥାଏ।ସେହି ନିଆରା ଶକ୍ତି ଟି ହେଉଛି ବୁଦ୍ଧି।ଈଶ୍ୱର ମଣିଷ କୁ ବୁଦ୍ଧି ଦେଇଛନ୍ତି ତାହାକୁ ସତ୍ ଉପାୟରେ ବିନିଯୋଗ କରିବା ପାଇଁ। ହେଲେ କିଛି ମଣିଷ ଅଛନ୍ତି ଏହାକୁ ଅସତ୍ ଉପାୟ ରେ ବିନିଯୋଗ କରି ସମାଜକୁ କଳଙ୍କିତ କରୁଛନ୍ତି।ଆଉ ଆଜି କାଲି ମଣିଷ ପଇସା ଲୋଭରେ ଏମିତି ବୁଡ଼ିଯାଇଛି ଯେ ତାକୁ ଠିକ୍ ଆଉ ଭୁଲ୍ କାମ ମଧ୍ୟରେ ଫରକ୍ ଜଣା ପଡୁନାହିଁ।
ଖାଲି ପଇସା ପାଇବା ପାଇଁ ସେ ଖରାପ କାମ ମଧ୍ୟ କରିବାକୁ ପଛାଉନାହିଁ।ଆଜି କାଲି ଆମ୍ଭେ ସେକ୍ସ ରାକେଟ କଥା ବହୁତ ଶୁଣିବାକୁ ପାଉଛୁ।ତେବେ ଏବେ ଆମ୍ଭେ ଆପଣମାନଙ୍କୁ ଯେଉଁ ଖବର ଟି ଦେବା ପାଇଁ ଚାହୁଁଛୁ ତାହା ହେଉଛି ଲୋକ ମାନେ ପଇସା ଲୋଭ ରେ ନିଜର ଇଜ୍ଜତ୍ କୁ ମଧ୍ୟ ନିଲାମ କରିବା ପାଇଁ କୁଣ୍ଠାବୋଧ କରୁନାହାନ୍ତି।ଖବରଟି ହେଉଛି ଜଣେ ଲୋକ ନିଜର ଏକ ଚାଟିଂ ର ସ୍କ୍ରୀନସଟ୍ ସେଆର୍ କରିଛନ୍ତି ଯେଉଁଠି ଏକ ଅଜଣା ନମ୍ୱର୍ ସହ କଥା ହୋଇଛନ୍ତି।
ସେହି ଲୋକ ଜଣଙ୍କ କହିବା ଅନୁସାରେ ପ୍ରଥମେ ଏକ ଅଜଣା ନମ୍ୱର୍ ରୁ ତାଙ୍କ ପାଖକୁ ମେସେଜ୍ ଆସିଥିଲା।ମେସେଜ୍ ଆସିବା ପରେ ସେଠି ଆର ପାଖରେ ଥିବା ମଣିଷ ସେକ୍ସ୍ ବିଷୟ ରେ କଥା ହୋଇଥିଲା।ପରେ ସଙ୍ଗେ ସଙ୍ଗେ ଭିଡିଓ କଲ୍ କରିଥିଲା।ତେବେ କଥା ଟି ହେଉଛି, ଆଜି କାଲି ରୂପଜୀବୀ ମାନେ ଏପରି ଅଜଣା ନମ୍ୱର୍ ରୁ ମେସେଜ୍ କରି ଲୋକ ମାନଙ୍କୁ ଫସାଉଛନ୍ତି। ସେକ୍ସ୍ ବିଷୟ ରେ କଥା ବାର୍ତ୍ତା କରୁଛନ୍ତି।ପରେ ଭିଡିଓ କଲ୍ କରି ଲୋକମାନଙ୍କୁ ନିଜର ଉଲଗ୍ନ ଶରୀର ଦେଖାଉଛନ୍ତି।
ଆଉ ଯଦି ଲୋକ ମାନେ ସେଠି ଭିଡିଓ କଲ୍ ରେ ନିଜ ମୁହଁ ଦେଖାଉଛନ୍ତି ତେବେ କଥା ଶେଷ।କାରଣ ରୂପଜୀବୀ ମାନେ ଏହି ଭିଡିଓ କଲ୍ କୁ ରେକର୍ଡ କରି ପରେ ସେହି ଲୋକ ମାନଙ୍କୁ ଫସାଇ ତାଙ୍କ ପାଖରୁ ମାଗୁଛନ୍ତି ହଜାରେ କି ଦୁଇ ହାଜର ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା।ତେବେ ଏହି ଲୋକ ଯାହାଙ୍କ ପାଖକୁ ଏପରି ମେସେଜ୍ ଏବଂ କଲ୍ ଆସିଥିଲା ସେ ଏହି ପରି ଠକାମୀ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ତେବେ ବନ୍ଧୁ ଗଣ ଏପରି ଠକାମୀ ରୁ ଦୂରରେ ରହିବା ପାଇଁ ନିଜେ ସଚେତନ ଏବଂ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ସଚେତନ ମଧ୍ୟ କରାନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।