Anubhav ଲଣ୍ଡନ ରୁ କହିଲେ ମୁଁ ଏଇଠି ଖେଳ କରୁଛି…

 

 

ଅନୁଭବ ମହାନ୍ତି ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଅନୁଭବ ମହାନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ ଅଭିନେତା । ଅନୁଭବ ଅନେକ ସମୟରେ ସୋସିଆଲ ମିଡିଆରେ ହେଡଲାଇନ ଥାଆନ୍ତି ।ଅନୁଭବ ମହାନ୍ତି ଙ୍କ ଅନେକ ଫ୍ୟାନ ଫଲୋଇଙ୍ଗ ଅଛନ୍ତି । ଅନୁଭବ ମହାନ୍ତି ଅନେକ ଦିନ ଧରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ବିବାଦ ଘେରରୁ ମୁକୁଳି ଯାଇଛନ୍ତି । 

 

ଅନେକ ଦିନ ଧରି ସୋସିଆଲ ମିଡିଆରେ ଅନୁଭବ ବର୍ଷା ଙ୍କ ସହ ବିବାଦ ଦେଖା ଯାଇଥିଲା । ଏହି ବିବାଦ ଦୀର୍ଘ ଦୁଇ ବର୍ଷ ହେବ ଚାଲିଥିବା ବେଳେ ବର୍ତ୍ତମାନ ଦୁହେଁ ଦୁହିଁଙ୍କ ପାଖରୁ ଦୂରେଇ ଯାଇଛନ୍ତି । ବର୍ଷା ଅନୁଭବ ଙ୍କ ଠାରୁ ଦୂରେଇବା ପରେ ଆଗାମୀ ନିର୍ବାଚନରେ ଆସିବାର ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡିଆରେ ଜୋର୍ ଧରିଛି ତେଣୁକରି ଆଗାମୀ ଦିନରେ ବର୍ଷା ଙ୍କୁ ରାଜନୀତି ରେ ଦେଖିବାର ସମ୍ଭାବନା ମଧ୍ୟ ରହୁଛି । 

 

ତେବେ ଅନୁଭବ ମହାନ୍ତି ନିଜ ଜୀବନରେ ମଧ୍ୟ ଆଉ ଏକ ପାଦ ଆଗେଇବାକୁ ଚେଷ୍ଟା କରିଛନ୍ତି । ଅନୁଭବ ବର୍ତ୍ତମାନ Uk ରେ ଲଭ ଇନ ଲଣ୍ଡନ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି । ଏବଂ ଏହି ଫିଲ୍ମ ସେଟ୍ ରୁ ହିଁ ଭିଡିଓ କରି ନିଜ ଫ୍ୟାନ ମାନଙ୍କ ପାଖକୁ ପଠାଇଛନ୍ତି । ଅନୁଭବ ମହାନ୍ତି ଙ୍କ ଏହି ନୂଆ ଫିଲ୍ମ ଅଭିନେତ୍ରୀ ସ୍ଵପ୍ନା ପ୍ରିୟଦର୍ଶିନୀ ଙ୍କ ସହ ଆସିବାକୁ ଯାଉଛି ଯାହାଦ୍ବାରା ଏହି ଫିଲ୍ମ ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ିବାରେ ଲାଗୁଛି ।

 

ଅନୁଭବ ମହାନ୍ତି ଏହି ଫିଲ୍ମ ରେ ସମ୍ପୂର୍ଣ ଅଲଗା କାହାଣୀ ଥିବାର ଦର୍ଶାଇଥିଲେ । ତେବେ ଏହି ଫିଲ୍ମ ପାଇଁ ଲଣ୍ଡନ ଠାରେ ଅନେକ ସୁନ୍ଦର ସୁନ୍ଦର ଦୃଶ୍ୟ ମାନ ରେକର୍ଡ କରାଯାଉଛି । ଦର୍ଶକ ମାନଙ୍କୁ ଏକ ସୁନ୍ଦର ଫିଲ୍ମ ଭେଟି ଦେବା ଉଦ୍ଦେଶ୍ୟରେ ସମସ୍ତେ ଦିନରାତି ପରିଶ୍ରମ କରିବାରେ ଲାଗି ପଡିଛନ୍ତି । କିପରି ଏହି ଫିଲ୍ମ ଟି ଭଲରେ ଭଲରେ ଶେଷ ହୋଇ ପାରିବ ତାହା ପାଇଁ ଚେଷ୍ଟା ଜାରି ରଖିଛନ୍ତି ପୁରା ଟିମ । 

ଏହି ଫିଲ୍ମ ରେ ନିଆରା କାହାଣୀ ସହ ଏକ ସୁନ୍ଦର ଲଭ ଷ୍ଟୋରି ଦେଖିବାକୁ ପାଇବେ ଦର୍ଶକ । ସମ୍ପୂର୍ଣ ଭାବେ ନୂଆ ପ୍ରେମ କାହାଣୀ ଉପରେ ଆଧାରିତ ହେଉଥିବା ଏହି ଫିଲ୍ମ ଉପରେ ଧିରେ ଧିରେ ଲୋକପ୍ରିୟତା ବଢ଼ିବାରେ ଲାଗିଲାଣୀ । ଏହି ଫିଲ୍ମ ଟି ବିଦେଶରେ ସୁଟିଙ୍ଗ ହେଉଥିବା ବେଳେ ଅନେକ ପ୍ରକାର ସୁନ୍ଦର ସୁନ୍ଦର ଦୃଶ୍ୟ ରେକର୍ଡ ଚାଲିଛି ଯାହାଦ୍ବାରା ଦର୍ଶକ ମାନେ ପୂର୍ଣ୍ଣ ରୂପରେ ଲାଭ ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *