ପୁଣି ଆସୁଛି ବାତ୍ୟା ଡିସେମ୍ବର ୫ ରେ  ଲଘୁଚାପ ୮ ରେ ବାତ୍ୟା ! 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆଗାମୀ ସମୟରେ ଆସିବାକୁ ଯାଉଛି ଲଘୁଚାପ ଏବଂ ବାତ୍ୟା । ଏହି ସମ୍ପର୍କରେ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି । ଏହି ବର୍ଷ ୨୦୨୨ ରେ ଅନେକ ମାତ୍ରାରେ ବାତ୍ୟା ପରିସ୍ଥିତି ସାଂଘାତିକ ହୋଇଥିବା ବେଳେ ତଳ ତଳିଆ ଅଞ୍ଚଳର ଲୋକମାନେ ନାନା ପ୍ରକାର ଅସୁବିଧା ଭୋଗ କରିଥିଲେ । ଏହି ବର୍ଷ ଅନେକ ପରିମାଣରେ ବାତ୍ୟାରେ କ୍ଷୟକ୍ଷତି ହୋଇଥିବାର ଆକଳନ କରାଯାଇଥିଲା ବର୍ଷା ଋତୁ ରେ । 

 

ତେବେ ବାରମ୍ବାର ଲଘୁଚାପ ହେବା ଦ୍ବାରା ଏମିତି ପରିସ୍ଥିତି ଦେଖିବାକୁ ମିଳିଥିଲା ଓଡ଼ିଶାରେ । ଓଡ଼ିଶାର ନଦୀ କୂଳରେ ବସବାସ କରୁଥିବା ଲୋକମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥିଲେ । ଲଘୁଚାପ ପ୍ରଭାବ ଅଧିକ ରହୁଥିବା ଦ୍ଵାରା ଲୋକମାନେ ନିଜର କର୍ମ କ୍ଷେତ୍ରରେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁକରି ଲଘୁଚାପ ପୁର୍ବରୁ ଆପଣ ସଚେତନ ରହିଲେ ଆପଣଙ୍କୁ ଦରକାର ସମୟରେ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ପଡ଼ିବନି । 

 

ଭାରତୀୟ ପାଣିପାଗ ବିଭାଗ ତରଫରୁ ଏହି ସମ୍ପର୍କରେ ପୂର୍ବାନୁମାନ କରାଯାଇଛି ବଙ୍ଗୋପ ସାଗର ରେ ଲଘୁଚାପ ସୃଷ୍ଟି ହୋଇ ବାତ୍ୟା ହେବାର ଆଶଙ୍କା ରହିଛି। ତେବେ ଏହି ମାସ ୫ ତାରିଖରେ ଏହି ଲଘୁଚାପ ର ପ୍ରକୋପ ଆରମ୍ଭ ହେବାକୁ ଯାଉଛି । ଏହି ଲଘୁଚାପ ଟି ଦକ୍ଷିଣ ଆଣ୍ଡମାନ ସାଗର ରେ ସୃଷ୍ଟି ହେବାକୁ ଯାଉଛି । ଏହା ଦକ୍ଷିଣ ଆଣ୍ଡମାନ ସାଗର ରେ ସୃଷ୍ଟି ହୋଇ ଏହା ପଶ୍ଚିମ ଏବଂ ଉତ୍ତର ଆଡେ ଗତି କରିବ ବୋଲି ସୂଚନା ରହିଛି । 

 

ଏହି ଲଘୁଚାପ ଅନୁଭୁତ ହେବା ପରେ ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଲଘୁଚାପ । ୮ ତାରିଖ ମଧ୍ୟରେ ଏହା ଦକ୍ଷିଣ ଏବଂ ତାମିଲନାଡୁ ରେ ପୁଡୁଚେରୀ ଉପକୂଳରେ ପହଞ୍ଚି ବାତ୍ୟାର ରୂପ ଧାରଣ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ବାତ୍ୟାର ରୂପ ଧାରଣ କରିବ ବୋଲି କୌଣସି ସ୍ପଷ୍ଟ ଭାବେ ସୂଚନା ଦେଇନାହିଁ ଭାରତୀୟ ପାଣିପାଗ ବିଭାଗ । 

 

ତେବେ ଏହି ବାତ୍ୟା ସମ୍ପର୍କରେ ବିଦେଶୀ ପାଣିପାଗ ବିଭାଗ ସଂସ୍ଥା ଉଇନ ଡିଣ୍ଟ ଡ଼ଟକମ ତରଫରୁ ୮ ତାରିଖରେ ବାତ୍ୟା ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟା ସଂପର୍କରେ ଆଗାମୀ ଦିନରେ ଭାରତୀୟ ପାଣିପାଗ ବିଭାଗ ତରଫରୁ ସମ୍ପୂର୍ଣ ସୂଚନା ମିଳିବ ବୋଲି ଆଶା ରହିଛି ।

Leave a Reply

Your email address will not be published. Required fields are marked *