ପ୍ରେମ ପ୍ରତାରଣା ପରେ ବ୍ଲାକମେଲ | ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ…

 

 

ଆଜିକାଲି ଯୁଗରେ ପ୍ରେମ ସମସ୍ତେ କରୁଛନ୍ତି । ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ । ପ୍ରେମକୁ ସବୁବେଳେ ଲୋକମାନେ ସ୍ୱାସତ ଭାବେ ଜାଣିଥାନ୍ତି । ପ୍ରେମ ସମସ୍ତଙ୍କ ମଧ୍ୟରେ କେବେ ନା କେବେ ହୋଇଥାଏ । ଭଗବାନ ଙ୍କ ପାଖରୁ ମଧ୍ୟ ଅନେକ ଉଦାହରଣ ମିଳେ ଯେଉଁଥିରେ ପ୍ରେମକୁ କିପରି ସମ୍ମାନ କରାଯାଏ ସେ ସମ୍ପର୍କରେ ବର୍ଣ୍ଣିତ ଥାଏ । ତେବେ ଆଜିର ଯୁବପିଢି ମାନେ ଏହି ପ୍ରେମକୁ ଏମିତି ଅଲଗା ରାସ୍ତାରେ ନେଇ ଗଲେଣି ଯାହାକୁ ଶୁଣିବାକୁ ଏବଂ ଦେଖିବାକୁ ମଧ୍ୟ ଖରାପ ଲାଗୁଛି । 

 

ଅନେକ ଲୋକ ପବିତ୍ର ପ୍ରେମ କରୁଥିବା ବେଳେ ଅନେକ ଅସାଧୁ ଲୋକ ଏହି ଦୁନିଆରେ ରହିଛନ୍ତି ଯେଉଁମାନେ ପ୍ରେମ ଉପରୁ ଭରଷା ଉଠାଇ ସାରିଲେଣି । ପ୍ରେମ ଦୁଇ ଜଣଙ୍କ ମଧ୍ୟରେ ବିଶ୍ୱାସର ପ୍ରତୀକ । ପ୍ରେମ ଦୁଇ ଜଣଙ୍କ ହୃଦୟର ମିଳନ ଅଟେ । ତେବେ ଏହି ପ୍ରେମରେ ଯଦି ତୃତୀୟ ଲୋକ ପ୍ରବେଶ କରେ ତଥା ନିଜର ଅନ୍ତରଙ୍ଗ ମୁହୂର୍ତ୍ତ ସମ୍ପର୍କରେ ତୃତୀୟ ଲୋକେ ଜାଣନ୍ତି ତେବେ ଏହା ଅତ୍ୟନ୍ତ ଲଜ୍ୟାଜନକ କଥା ଅଟେ । ଆଜିକାଲି ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ଅନ୍ଧ ଭଳି ବିଶ୍ୱାସ କରିବା ତାଙ୍କ ପ୍ରତି କ୍ଷତି କାରକ ସାବ୍ୟସ୍ତ ହେଉଛି । 

 

ପ୍ରେମ କରିବା ପରେ ଅନେକ ଯୁବକ ଯୁବତୀ ଙ୍କ ଭିଡିଓ ଭାଇରାଲ ହୋଇଥାଏ। ପ୍ରେମ କରିବା ଦ୍ୱାରା ଅନେକ ଯୁବକ ଯୁବତୀ ହଇରାଣ ହେବା ସହ ତାଙ୍କର ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଜି ଜଣେ ମହିଳାଙ୍କ ଘଟଣା ଆମ ସାମ୍ନାକୁ ଆସୁଛି । ମହିଳା ଜଣଙ୍କ ଆଗାମୀ ପରିସ୍ଥିତି ରେ ହଇରାଣ ହେବାରୁ ବଞ୍ଚି ଯାଇଛନ୍ତି । ମହିଳାଙ୍କୁ ପ୍ରେମିକ ଜଣଙ୍କ ଅନ୍ତରଙ୍ଗ ଫଟୋ ଏବଂ ଭିଡିଓ ଭାଇରାଲ କରିଦେବା ପାଇଁ ଧମକ ଦେଇଥିବା ବେଳେ ଯୁବତୀ ଜଣଙ୍କ ଆଣିଛନ୍ତି ଏହାର ସଂଘଟିକ ଅଭିଯୋଗ । ସମୟ ଥାଉ ଥାଉ ସାବଧାନ ହୋଇଛନ୍ତି ମହିଳା ଏବଂ ତାଙ୍କୁ ନ୍ୟାୟ ଦେବାପାଇଁ ଅନୁରୋଧ କରିଛନ୍ତି । 

 

ମହିଳା ଙ୍କ ନାଁ ତୃପ୍ତି ଦାସ ହୋଇଥିବା ବେଳେ ସେ ସଞ୍ଜୀବ ପାଲ ନାମକ ଯୁବକ ଙ୍କୁ ଦୀର୍ଘ ୩ ବର୍ଷ ଧରି ଭଲ ପାଉଥିଲେ । ତେବେ ତାଙ୍କ ଭଲ ପାଇବାର ଫାଇଦା ଉଠାଇ ବର୍ତ୍ତମାନ ସଞ୍ଜୀବ ପାଲ ତାଙ୍କୁ ଧମକ ଉପରେ ଧମକ ଦେଇ ଚାଲିଛନ୍ତି । 

 

ସଞ୍ଜୀବ ଏବଂ ତୃପ୍ତି ଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀ ଙ୍କ ଭଳି ସମ୍ପର୍କ ଥିବାବେଳେ ୭ ମାସ ହେବ ତାଙ୍କୁ ବ୍ଲାକମେଲ କରୁଛନ୍ତି ସଞ୍ଜୀବ । ତାଙ୍କ କଥାରୁ କୌଣସି ପ୍ରକାର ଓହୋରି ଗଲେ କିମ୍ବା କୌଣସି କଥା ନ ରଖିଲେ ମିଳୁଛି ଧମକ ଉପରେ ଧମକ । ଯେଉଁଠିକୁ ଡାକିଲେ ନ ଆସିଲେ ମଧ୍ୟ ସଞ୍ଜୀବ ସମସ୍ତ ଅନ୍ତରଙ୍ଗ ଫଟୋ ଭିଡିଓ ଭାଇରାଲ କରିଦେବା ପାଇଁ ଧମକ ଦେଉଛନ୍ତି । 

ମହିଳା ଜଣଙ୍କୁ ବିବାହ କରିଥିବା ବେଳେ ତାଙ୍କ ମଥାରୁ ସିନ୍ଦୁର ଏବଂ ବେକରୁ ମଙ୍ଗଳସୂତ୍ର ଖୋଲିଦେବାପାଇଁ ବାଧ୍ୟ କରୁଛନ୍ତି ସଞ୍ଜୀବ । ତେବେ ପୂର୍ବ ପରି ତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଛନ୍ତି କିନ୍ତୁ ଯେଉଁ ସ୍ତ୍ରୀ ର ମାନ୍ୟତା ଦେଇ ସାରିଛନ୍ତି ତାହା ଛଡ଼େଇ ନେବାକୁ ଚାହୁଁଛନ୍ତି । ତେବେ ଏହି କ୍ଷେତ୍ରରେ ତୃପ୍ତି ରାଜି ନହେବାରୁ ତାଙ୍କୁ ମିଳୁଛି ଧମକ ଉପରେ ଧମକ। ତେବେ ଏହି କ୍ଷେତ୍ରରେ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି ତୃପ୍ତି ।

Leave a Reply

Your email address will not be published. Required fields are marked *