ଆଗକୁ ଆସୁଛି ଆପଣଙ୍କ ପ୍ରିୟ ହିରୋ ସିଦ୍ଧାନ୍ତ ମହାପାତ୍ର ଙ୍କ ସହ ରଚନା ବାନାର୍ଜୀ ଙ୍କ ଫିଲ୍ମ…

 

ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଜଣେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ କଳାକାର । ଆଜିବି ସିଦ୍ଧାନ୍ତ ମହାପାତ୍ର ଙ୍କୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି । ଏହାର ପ୍ରମାଣ ଆପଣ ଜି ସାର୍ଥକ ଶୋ ରେ ଚାଲିଥିବା ” ତୁ କହିବୁ ନା ମୁଁ ” ଧାରାବାହିକରେ ଜାଣି ପାରିଥିବେ । ସିଦ୍ଧାନ୍ତ ମହାପାତ୍ର ଙ୍କ ଫିଲ୍ମ ଦେଖିବାକୁ ଲୋକମାନେ ଆଜିବି ଚାହିଁ ବସିଛନ୍ତି । କାହିଁକି ନା ସିଦ୍ଧାନ୍ତ ମହାପାତ୍ର ଙ୍କ ଅଭିନୟ ସମ୍ପୂର୍ଣ ରୂପେ ବାସ୍ତବ ପ୍ରକାର ଅଟେ । ଆଜିବି ଲୋକମାନେ ସିଦ୍ଧାନ୍ତ ମହାପାତ୍ର ଙ୍କ ଫିଲ୍ମ ଦେଖିବାକୁ ବସି ଯାଆନ୍ତି ଟିଭି ସାମ୍ନାରେ । 

 

ତେବେ ସିଦ୍ଧାନ୍ତ ଏବଂ ରଚନା ଙ୍କ ଯୋଡ଼ି ଆଜିବି ଏଭରଗ୍ରୀନ ଯୋଡ଼ି ଭାବେ ଜଣାଯାଏ । ଅନେକ ଦର୍ଶକ ଏହି ଯୋଡ଼ି ଙ୍କୁ ଦେଖିବା ପାଇଁ ଖୁବ୍ ପସନ୍ଦ କରନ୍ତି । ରଚନା ବାନାର୍ଜୀ ଓଡ଼ିଶାରେ ଅନେକ ଓଡ଼ିଆ ଫିଲ୍ମ କରିଥିବା ବେଳେ ସବୁ ଫିଲ୍ମ ସୁପରହିଟ ହୋଇ ସାରିଛି । ସିଦ୍ଧାନ୍ତ ମହାପାତ୍ର ଅନେକ ଫିଲ୍ମ ରେ ରଚନା ବାନାର୍ଜୀ ଙ୍କ ସହ ସାମ୍ନାକୁ ଆସିଛନ୍ତି ଯାହାଦ୍ବାରା ଏହି ଯୋଡ଼ିର ଖୁବ୍ ଡିମାଣ୍ଡ ରହିଛି । କିନ୍ତୁ ଅନେକ ବର୍ଷ ହେବ ସିଦ୍ଧାନ୍ତ ଏବଂ ରଚନା ବାନାର୍ଜୀ ଙ୍କୁ ଏକାଠି ଦେଖାଯାଇନାହିଁ । 

 

ରଚନା ବାନାର୍ଜୀ ବଡ ପରଦାରେ ମଧ୍ୟ  ନିଜର ପ୍ରତିଭାକୁ ଦେଖାଇ ସାରିଛନ୍ତି । ଅନେକ ବେଙ୍ଗଲି ଫିଲ୍ମ ତଥା ଓଡ଼ିଆ ଫିଲ୍ମ ସମେତ ହିନ୍ଦୀ ଫିଲ୍ମ୍ ରେ ମଧ୍ୟ ସାମ୍ନାକୁ ଆସିଛନ୍ତି ରଚନା ବାନାର୍ଜୀ । ଓଡ଼ିଶାବାସୀ ଖୁବ୍ ପାରିବାରିକ ଫିଲ୍ମ ପ୍ରିୟ ହୋଇଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ପାଇଁ ଆସି ଯାଇଛି ଖୁସି ଖବର । ଯାହା ଦେଖିବା ପାଇଁ ଆପଣ ମାନେ ଚାହିଁ ବସିଥିଲେ ତାହା ଖୁବ୍ ଶୀଘ୍ର ଦେଖିବାକୁ ପାଇ ପାରନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ଟୁଟୁ ନାୟକ ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବେ ଜାଣିଥିବେ । 

 

ବର୍ତ୍ତମାନ ଟୁଟୁ ନାୟକ ଏକ ସାକ୍ଷାତକାର ରେ ସିଦ୍ଧାନ୍ତ ଏବଂ ରଚନା ଙ୍କୁ ନେଇ ଆଗାମୀ ଦିନରେ ପୁଣି ଏକ ଫିଲ୍ମ ଆଣିବାପାଇଁ ଚେଷ୍ଟା କରୁଛନ୍ତି । କୌଣସି ଭଲ ଷ୍ଟୋରୀ ପାଇଁ ଚେଷ୍ଟା କରି ଏହି ସୁପରହିଟ ଯୋଡ଼ି ଙ୍କୁ ନେଇ ଫିଲ୍ମ କରିବାକୁ ଚେଷ୍ଟା କରିବେ ଟୁଟୁ ନାୟକ ବୋଲି କହିଛନ୍ତି । ଓଡ଼ିଶାରେ କପି ନୁହେଁ ପ୍ରକୃତ ଷ୍ଟୋରୀ ଚାଲେ ବୋଲି ଏହା ପ୍ରମାଣ ହୋଇ ସାରିଲାଣି । ତେବେ ଏହା ଆପଣ ବର୍ତ୍ତମାନ ଚାଲୁଥିବା ଦମନ ଏବଂ ପ୍ରତୀକ୍ଷା ଫିଲ୍ମ ରୁ ଜାଣି ପାରିଥିବେ । ଠିକ୍ ସେହିପରି ଦର୍ଶକ ଙ୍କ ଚାହିଦା କୁ ନେଇ ହିଁ ଫିଲ୍ମ କଲେ ଓଡ଼ିଆ ଇଣ୍ଡଷ୍ଟ୍ରି ମଧ୍ୟ ବହୁତ୍ ଆଗକୁ ଯିବା ବୋଲି ସମସ୍ତଙ୍କର ଆଶା ଏବଂ ବିଶ୍ୱାସ ରହିଛି । 

 

ଯଦି କୌଣସି ଭଲ ଷ୍ଟୋରୀ ମିଳିଲା ତେବେ ଆଗାମୀ ଦିନରେ ଅର୍ଥାତ୍ ବ୍ରଜରାଜ ମୁଭି ପ୍ରଡକ୍ସନ ରେ ଆସିବ ସିଦ୍ଧାନ୍ତ ରଚନା ବାନାର୍ଜୀଙ୍କ ଫିଲ୍ମ । ତେବେ ଏହି ସମ୍ପର୍କରେ ନିଜର ବେଷ୍ଟ ଦେଇ ଚେଷ୍ଟା କରିବେ ବୋଲି କହିଛନ୍ତି  ଟୁଟୁ ନାୟକ ଏବଂ ଦର୍ଶକ ମାନଙ୍କ ସମସ୍ତ ଡିମାଣ୍ଡ ପୁରଣ ନିହାତି ହେବ ବୋଲି ନିଜର ପ୍ରସ୍ତାବ ରଖିଛନ୍ତି ।

Leave a Reply

Your email address will not be published. Required fields are marked *