ପୁଣି ଆସୁଛି ବାତ୍ୟା।ଡିସେମ୍ବର ୫ ରେ ଲଘୁଚାପ, ୮ ରେ ବାତ୍ୟା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଆସୁଛି ବାତ୍ୟା।ଡିସେମ୍ବର ୫ ରେ ଲଘୁଚାପ, ୮ ରେ ବାତ୍ୟା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ତେବେ ବନ୍ଧୁଗଣ ବର୍ତମାନ ସମୟରେ ପାଣିପାଗ ସମ୍ବନ୍ଧୀୟ ଯେଉଁ ଏକ ଗୁରୁତ୍ୱପୂର୍ଣ ଖବର ସାମ୍ନାକୁ ଆସିଛି ତାହା ହେଉଛି ବଙ୍ଗୋପସାଗରରେ ପୁଣି ଦେଖାଦେଲା ବାତ୍ୟା ଆଶଙ୍କା ।ଡିସେମ୍ବର ୫ ତାରିଖରେ ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବୀୟ ଲଘୁଚାପଟି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ କ୍ରମେ ଏହା ପଶ୍ଚିମ ଆଉ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆଉ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଆଉ କ୍ରମେ ଏହା ୮ ତାରିଖ ବେଳକୁ ଓ ଦକ୍ଷିଣରେ ତାମିଲନାଡୁ ଆଉ ପୁଡୁଚେରୀ ରେ ଉପକୂଳକୁ ପହଞ୍ଚିପାରେ । 

 

କ୍ରମେ ଏହା ୮ ତାରିଖ ବେଳକୁ ଦକ୍ଷିଣରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପହଞ୍ଚିପାରେ । ଲଘୁଚାପ ନେଇ ଆଇଏମଡି ପୂର୍ବାନୁମାନ କରିଥିବା ବେଳେ ବାତ୍ୟା ହେବା ନେଇ କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ତେବେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଉ ଏହା ନେଇପାରେ ବାତ୍ୟାର ରୂପ । ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ମୁହାଁ ହୋଇ ପ୍ରବଳ ବର୍ଷା କରାଇବ । ରାଜ୍ୟକୁ ନାହିଁ ଡର । ବଙ୍ଗୋପସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବା ଯୋଗୁଁ କମିବ ଶୀତ । ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 

ତେବେ ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁଁ ବର୍ତ୍ତମାନ ରାଜ୍ୟରେ କମିଛି ଶୀତ । ଆଗକୁ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଫଳରେ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତ କମ ଅନୁଭୂତ ହେବ । ମଡେଲ ଅନୁଯାୟୀ ଏହା ବାତ୍ୟାର ରୂପ ନେଇପାରେ । ଯଦିଓ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ବାତ୍ୟା ନେଇ ସ୍ପଷ୍ଟ କରିନାହିଁ କିନ୍ତୁ ଏହା ଅବାପାତ୍ ହେବ ଓ ତାମିଲନାଡୁ ପୁଡୁଚେରୀ ମୁହାଁଇବ ବୋଲି ସ୍ପଷ୍ଟ କରିଛି । ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । 

 

ବର୍ତ୍ତମାନର ସ୍ଥିତି  ଅନୁସାରେ ଏହା ଗଭୀର ଅବପାତ ହୋଇପାରେ । କିନ୍ତୁ ପାଣିପାଗ ବାତ୍ୟା ପାଇଁ ଅନୁକୂଳ ରହିଛି । ୪ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଜ୍ଞ କହିଛନ୍ତି । ୭ ତାରିଖରେ ଏହା ଅବପାତ ରେ ପରିଣତ ହେବା ପରେ ତାମିଲନାଡୁ ଓ ଆନ୍ଧ୍ର ଉପକୂଳ ମୁହାଁଇବ । ଅଧିକ ଘନୀଭୂତ ହେଲେ ଏହା ଉତ୍ତର ଆନ୍ଧ୍ର ଉପକୂଳ ମୁଁହ ହୋଇପାରେ । ଯଦି ଆନ୍ଧ୍ର ଉପକୂଳ ମୁଁହ ହୁଏ ତେବେ ଆମ ରାଜ୍ୟରେ ସାମାନ୍ୟ ବର୍ଷା ପାଇପାରେ ବୋଲି ଆଶା । ନଚେତ୍ ଓଡ଼ିଶା ପ୍ରତି କୌଣସି ପ୍ରକାର ବିପଦ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *