ରିୟା ଙ୍କ ବାହାଘର ରେ ପହଞ୍ଚିଲେ ସବ୍ୟସାଚୀ ଅର୍ଚ୍ଚିତା Gift ଦେଲା ସମୟରେ ଏମିତି ହେଇଗଲା …

 

 

 

ରିୟା ଙ୍କ ବିବାହ ଏବଂ ତାଙ୍କ ରିସେପସନ ପାର୍ଟି ସରି ଯାଇଛି । ରିୟା ଙ୍କ ବିବାହ ରିସେପସନ ପାର୍ଟି ରେ ଅନେକ ଭେଟେଟାନ ଅଭିନେତା ତଥା ଅଭିନେତ୍ରୀ ମାନେ ଯୋଗ ଦେଇ ତାଙ୍କର ମାହୋଲ ସମ୍ପୂର୍ଣ ରୂପରେ ସୁନ୍ଦର କରି ଦେଇଥିଲେ।  ରିୟା ଙ୍କ ରିସେପସନ ଭୋଜିରେ ଅନେକ ଅଭିନେତା ଅଭିନେତ୍ରୀ ମାନେ ଭେଟ ହୋଇଥିଲେ ପରସ୍ପର ସହ । ରିୟା ଙ୍କ ବୈବାହିକ ଜୀବନ ସୁଖମୟ ହେବାପାଇଁ ଅନେକ ଶୁଭେଛା ଦେବା ସହ ଆଶ୍ରିବାଦ କାମନା କରିଥିଲେ । ରିୟା ଦେ ସୁନିଲ ଙ୍କ ସହ ବିବାହ ବନ୍ଧନରେ ବାନ୍ଧୀ ହୋଇଛନ୍ତି । 

 

ରିୟା ହେଉଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ । ଅନେକ ଫିଲ୍ମ କରି ସାରିବା ପରେ ଲୋକଙ୍କ ହୃଦୟରେ ରାଜ କରନ୍ତି ରିୟା ଦେ ।  ତେବେ ନିଜର ମନର ମଣିଷ ସୁନିଲ ଙ୍କୁ ବାଛି ରିୟା ମଧ୍ୟ ଖୁବ୍ ଖୁସି । ରିୟା ବାଲେଶ୍ଵର ଝିଅ ହୋଇଥିବା ବେଳେ ବର୍ତ୍ତମାନ ଶ୍ରୀକ୍ଷେତ୍ର ବୋହୂ । ସୁନିଲ ଙ୍କ ଘର ପୁରୀ ରେ ହୋଇଥିବା ବେଳେ ସେ ଜଣେ ବ୍ୟବସାୟୀ । ସୁନିଲ ଙ୍କ ଅନେକ ନାମ ରହିଛି ବ୍ୟବସାୟ ରେ । ତେବେ ଦୁହିଁଙ୍କ ବିବାହ ଧୁମ୍ ଧାମରେ ହେବା ସହ ରିସେପସନ୍ ମଧ୍ୟ ଖୁବ୍ ଭଲ ହୋଇଥିଲା । ରିୟା ସୁନିଲ ଙ୍କୁ ପ୍ରେମ ବିବାହ କରିଥିବା ବେଳେ ବର୍ତ୍ତମାନ ଦୁହେଁ ଦୁହିଁଙ୍କ ସହ ଖୁସିରେ ଥିବାର ଶୁଣିବାକୁ ମିଳିଛି । 

 

ରିୟା ଦେ ଙ୍କ ବିବାହ ଭୋଜିରେ ଅନେକ ବଡ ବଡ କଳାକାର ଯୋଗ ଦେଇଥିବା ବେଳେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ସୁପରହିଟ ଯୋଡ଼ି ସବ୍ୟସାଚୀ ଅର୍ଚ୍ଚିତା ମଧ୍ୟ ଯୋଗ ଦେଇଥିଲେ । ସବ୍ୟସାଚୀ ଅର୍ଚିତା ଯୋଗ ଦେଇ ରିୟା ଏବଂ ସୁନିଲ ଙ୍କୁ ବିବାହ କ୍ଷେତ୍ରରେ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ଉପହାର ପ୍ରଦାନ କରିଥଲେ । ଉପହାର ଦେବା ସମୟରେ ଅର୍ଚ୍ଚିତା ଙ୍କ ହାତରୁ ଉପହାର ଟି ତଳେ ପଡି ଯାଇଥିଲା ଯାହାକୁ ରିୟା ଉଠାଇ ଥିଲେ । ଏହି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । 

 

ସବ୍ୟସାଚୀ ଅର୍ଚିତା ରିୟା ଙ୍କ ବିବାହରେ ଯୋଗ ଦେବା ସହ ଅନେକ କଳାକାର ରିୟା ଙ୍କ ବିବାହ ରିସେପସନ ରେ ଯୋଗ ଦେଇ ଆଗାମୀ ଜୀବନ ଉଜ୍ବଳ ହେବା ପାଇଁ ଅଭିନନ୍ଦନ ଜଣାଇଥିଲେ । ରିୟା ଙ୍କ ବିବାହରେ ବରିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ଯୋଗ ଦେଇଥିଲେ । ସେଠାରେ ଅପରାଜିତା ମହାନ୍ତି ଙ୍କୁ ଦେଖି ଅନେକ ଖୁସି ହେବା ସହ ଅନ୍ୟାନ୍ୟ ଅଭିନେତା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଦେଖିବାକୁ ପାଇଥିଲେ । ରିୟା ଙ୍କ ରିସେପସନ ରେ ଅଭିନେତ୍ରୀ ଭୂମିକା ଦାସ , ପ୍ରକୃତି ମିଶ୍ର , ଶ୍ରଦ୍ଧା ପାଣିଗ୍ରାହୀ ଙ୍କୁ ମଧ୍ୟ ଦେଖା ଯାଇଥିଲେ । 

ହିରୋ ପୁପିନ୍ଦର ମଧ୍ୟ ରିୟା ଙ୍କ ବିବାହ ଭୋଜି ରେ ଯୋଗ ଦେଇଥିଲେ । ଅନେକ ଚଳଚ୍ଚିତ୍ର ନିର୍ମାତା ତଥା କମେଡିଆନ ମାନେ ଏହି ରିସେପ ସନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *