ଜେଲ ଗଲେ ଏହି ଅଭିନେତ୍ରୀ ଘରୁ ବାହାରିଲା ୨୦ କୋଟି ଟଙ୍କା…

 

 

ଆଜିକାଲି ଦୁନିଆରେ ଯୁଆଡ଼େ ଦେଖନ୍ତୁ ସେହି ଆଡେ କ୍ରାଇମ୍ । ଅନ୍ୟାୟ ଅନୀତି ରେ ଅନେକ ଘଟଣା ସାମ୍ନାକୁ ଆସୁଛି । ତେବେ ଏବେ ଜଣେ ଅଭିନେତ୍ରୀ ଙ୍କୁ ନେଇ ଆସିଲା ବଡ ଖବର । ଆପଣ ମାନେ ଅର୍ପିତା ମୁଖାର୍ଜୀ ଙ୍କୁ ବହୁତ୍ ଭଲ ଭାବେ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନାଁ ଜମାଇଥିବା ଅର୍ପିତା ମୁଖାର୍ଜୀ ପଶ୍ଚିମ ବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲାରେ ସଂପୃକ୍ତ ଥିବାବେଳେ ତାଙ୍କ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ ସମ୍ପୂର୍ଣ ସତ । 

 

ଏହି ଘଟଣାରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ସଂପୃକ୍ତ ଥିବାବେଳେ ତାଙ୍କୁ ଇଡି ତରଫରୁ  ଗିରଫ କରାଯାଇଛି । ଏହି ଘୋଟାଲାରେ ମମତା ବାନାର୍ଜୀ ଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ମଧ୍ୟ ସାମିଲ ଥିବାର ଦେଖା ଯାଇଥିଲା । ପ୍ରଥମେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଙ୍କୁ ଗିରଫ କରିଥିବା ବେଳେ ପରେ ତାଙ୍କ ସହ ସଂପୃକ୍ତ ଥିବା ଅର୍ପିତା ମୁଖାର୍ଜୀ ଙ୍କୁ ଗିରଫ କରିଥିଲା । ଅର୍ପିତା ମୁଖାର୍ଜୀ ଙ୍କ ଘର ରେଡ ହେବା ପରେ ନଗଦ ୨୧ କୋଟି ଟଙ୍କା ଜବତ ହୋଇଥିଲା । 

 

ଅର୍ପିତା ମୁଖାର୍ଜୀ ପାର୍ଥ ଚାଟାର୍ଜୀ ଙ୍କ ସମ୍ପର୍କୀୟ ହୋଇଥିବା ବେଳେ ପାର୍ଥ ଚାଟାର୍ଜୀ ପ୍ରଥମେ ଗିରଫ ହୋଇଥିଲେ ଏହା ପରେ ତାଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀ ଙ୍କୁ ଗିରଫ କରାଯାଇଥିଲା । ଅର୍ପିତା ମୁଖାର୍ଜୀ ଆଗରୁ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସାମିଲ ଥିବା ବେଳେ ଅନେକ ବରିଷ୍ଟ ଅଭିନେତା ଙ୍କ ସହ ଅର୍ପିତା କାମ କରି ସାରିଛନ୍ତି । ଅନୁଭବ , ବୁଦ୍ଧାଦିତ୍ୟ , ଆକାଶ ଏବଂ ସବ୍ୟସାଚୀ ଙ୍କ ସହ ସାମ୍ନାକୁ ଆସିଛନ୍ତି । ନିଜର ଦମଦାର ଅଭିନୟ ରେ ସମସ୍ତଙ୍କୁ ନିଜର ଫ୍ୟାନ କରିଦେବାର ସକ୍ଷମ ହୋଇଥିଲେ ।  

 

ପ୍ରଥମେ ସେ ବନ୍ଦେ ଉତ୍କଳଜନନୀ ଚଳଚିତ୍ର ରେ ସାମ୍ନାକୁ ଆସିଥିଲେ। ଏହି ଫିଲ୍ମ ଏତେ ମାତ୍ରାରେ ଲୋକମାନେ ଏତେ ମାତ୍ରାରେ ଆକୃଷ୍ଟ ହୋଇ ପାରି ନଥିଲେ । ଯାହାଫଳରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ସେ ବେଶୀଦିନ ରହି ପାରିନଥିଲେ । ତେବେ ଏବେକା ପରିସ୍ଥିତି ରେ  ଅର୍ପିତା ମୁଖାର୍ଜୀ ଙ୍କୁ ପୋଲିସ ଆରେଷ୍ଟ କରିବା ସହ ତାଙ୍କ ସହ ଅନ୍ୟ ଭାବେ ଜଡ଼ିତ ଥିବା ଲୋକମାନଙ୍କୁ ଖୋଜିବା ଆରମ୍ଭ ହୋଇ ସାରିଲାଣି । 

 

ଅର୍ପିତା ମୁଖାର୍ଜୀ ଆଉ କେଉଁ କେଉଁ ଚଳଚ୍ଚିତ୍ର ରେ ଟଙ୍କା ଏବଂ କେତେ ମାତ୍ରାରେ ଲଗାଇ ଛନ୍ତି ତାହା ଉପରେ ବର୍ତ୍ତମାନ ତଦନ୍ତ ଜୋର୍ ଧରିଛି । ଏହି ଘଟଣାରେ ଅଧିକ ଜାଣିବା ପାଇଁ ଇଡି ତରଫରୁ ଚେଷ୍ଟା ଜାରି ରହିଛି । ଅର୍ପିତା ମୁଖାର୍ଜୀ ଙ୍କ ସହ ଜଡ଼ିତ ଲୋକମାନଙ୍କୁ ଜେରା ହେବାରେ ଲାଗିଛି ଅଧିକ ସତ୍ୟ ସାମ୍ନାକୁ ଆସିବା ନିମନ୍ତେ ଏହି ପ୍ରୟାସ ଜାରି ରହିଛି । 

Leave a Reply

Your email address will not be published. Required fields are marked *