ଋଣ ରୁ ପାଆନ୍ତୁ ମୁକ୍ତି କେବଳ ଏହି ଉପାୟରେ…

 

ଋଣ ମାମଲାରୁ ସମସ୍ତେ ମୁକ୍ତି ପାଇବାକୁ ଚାହିଁ ଥାଆନ୍ତି । ଋଣ ଭାର ଯଦି ଆମ ମୁଣ୍ଡ ଉପରେ ଥାଏ ତେବେ ଆମ ଜୀବନରେ କୌଣସି କାର୍ଯ୍ୟ ସୁରୁଖରରେ ସମାପ୍ତ ହୋଇ ନଥାଏ । ଦିବା ରାତି କେବଳ ଗୋଟିଏ ଚିନ୍ତା ଥାଏ କେମିତି ଆମେ ଋଣ ଭାରରୁ ଶୀଘ୍ର ମୁକ୍ତି ପାଇବା । ଶୀଘ୍ର ଋଣ ରୁ ମୁକ୍ତି ପାଇଲେ ହିଁ ଆଗକୁ ବଢିବା ପାଇଁ ଆମେ କୌଣସି ଲକ୍ଷ ସ୍ଥିର କରିପାରୁ । ଋଣ ଏବଂ ରୋଗ ମଣିଷର ସବୁକିଛି ଶେଷ କରିଦିଏ ବୋଲି ଅନେକ ପୁରୁଖା ଲୋକ କହି ଯାଇଛନ୍ତି । 

 

ତେଣୁକରି ଋଣ କରିବା ଆଗରୁ ଅନେକ ଥର ଚିନ୍ତା କରିବା ଉଚିତ୍ ଏବଂ ଯଦି ରୋଗ ଥାଏ ତାହାକୁ ଅବହେଳା କରିବା ଆଦୌ ଉଚିତ୍ ନୁହେଁ ନହେଲେ ଏହା ଆପଣଙ୍କ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ । ସମସ୍ତେ ଋଣ କରିବା ଆଗରୁ ଚିନ୍ତା କରନ୍ତି ଏହି ମଧ୍ୟରେ ଋଣ ଆମେ ପରିଶୋଧ କରିପାରିବା ଏବଂ ତାହାର ଆଧାର ରେ ଋଣ ନେଇଥାଉ । 

 

କିନ୍ତୁ ଥରେ ଋଣ ନେବାପରେ ଆମ ଉପରେ ଏମିତି ବୋଝ ଲଦି ହୋଇଯାଏ ତାହାକୁ ଆମେ ପରିଶୋଧ କରିବା ପାଇଁ ଅନେକ କଷ୍ଟ ହୋଇପଡେ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଆପଣଙ୍କର ନିହାତି ଭାବେ କାମରେ ଲାଗିବ । ଯଦି ଆପଣ ଅତ୍ୟଧିକ ଭାବେ ଋଣ କରିଦେଇଛନ୍ତି ଏବଂ ସେହି ଋଣ ଭାରରୁ ଆପଣ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ କରନ୍ତୁ ଏହି ଉପାୟ । ଆପଣଙ୍କ ଘରର ଦକ୍ଷିଣ ଦିଗରେ ମଙ୍ଗଳ ଙ୍କ ବାସ ହୋଇଥାଏ ।

 

ଯଦି ଆପଣଙ୍କ ଜାତକ ରେ ୧୨.୮.୬ ଘରେ ମଙ୍ଗଳ ବାସ କରିଥାନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ । ଯଦି ଘରର ଦକ୍ଷିଣ ଦିଗରେ ଆମେ ଗୃହ ନିର୍ଣ୍ଣୟ କଲାବେଳେ କୌଣସି ତ୍ରୁଟି କରିଥାଉ ତେବେ ଏହା ଦ୍ଵାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ପରେ ମଧ୍ୟ ଯଦି ଆପଣ ମଙ୍ଗଳ ବାର କେବେ ଋଣ କରନ୍ତି ତେବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

 

ମଙ୍ଗଳବାର ହେଉଛି ମଙ୍ଗଳ ଦେବ ଙ୍କୁ ଉତ୍ସର୍ଗ ତେଣୁକରି ଏହି ବାରରେ ଟଙ୍କା ଦେଣନେଣ କରିବା ଆପଣଙ୍କୁ ସମ୍ପୂର୍ଣ ଭାବେ କମେଇବାକୁ ହେବ । ଋଣ କରିବା ମାତ୍ରେ ଯଦି ଆପଣ ସାଙ୍ଗେ ସାଙ୍ଗେ ସେହି ରୁଣରୁ କିଛି ଟଙ୍କା ଯେମିତି କି ୧୧,୨୧, ୫୧,୧୦୧ ଟଙ୍କା ଠାକୁର ଘରେ ଲାଲ କପଡ଼ାରେ ବାନ୍ଧି କାଚ ଡବାରେ ରଖିଦେବେ ଏହା ପରେ ଦେଖିବେ ଭଗବାନ ଙ୍କ କୃପାରୁ ଆପଣ ଶୀଘ୍ର ସେହି ଋଣ ପରିଶୋଧ କରିବାରେ ସକ୍ଷମ ହେବେ ।

 

 ଆପଣଙ୍କ ସହ ଭଗବାନ ମଧ୍ୟ ସେହି ଟଙ୍କା ପରିଶୋଧ କରିବା ପାଇଁ ଲାଗିବେ । ଋଣ କରିଥିବା ସମୟରେ ଯଦି ଆପଣ ପାରିବେ ଆପଣଙ୍କ ଖାଦ୍ୟର ଏକ ଅଂଶ ଗାଈ ଙ୍କୁ ଦାନ ଦେବେ । ଆମିଷ ଦେବନାହିଁ ଯେତେବେଳେ ନିରାମିଷ ଖାଦ୍ୟ ରନ୍ଧିବେ ସେତେବେଳେ ଆପଣ ଏହି ଖାଦ୍ୟରେ କିଛି ଗୁଡ଼ ମିଶାଇ ଗୋ ମାତାଙ୍କୁ ଅର୍ପଣ କରିବେ । ଏପରି କରିବା ଦ୍ବାରା ଆପଣଙ୍କ ଜୀବନରୁ ଖୁବ୍ ଶୀଘ୍ର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *