ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିବାହ ପୂର୍ବରୁ ଏବଂ ବିବାହ ପରେ ସ୍ବାମୀ-ସ୍ତ୍ରୀ ଛଡ଼ା ଆଉ କାହା ସହ ସମ୍ପର୍କ ରଖିଲେ ହେବ ଜେଲ୍।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ଦୁନିଆ ରେ ବିଭିନ୍ନ ପ୍ରକାର ଦେଶ ରହିଛି।ସବୁ ଦେଶ ରେ ସମାନ ନିୟମ କାନୁନ୍ ରହିନଥାଏ।ସବୁ ଦେଶ ରେ ଭିନ୍ନ ଭିନ୍ନ ନିୟମ ରହିଥାଏ।ଆଉ ସେହି ସବୁ ନିୟମ ସେହି ଦେଶ ର ପ୍ରଶାସନ ତିଆରି କରିଥାଏ।ତେବେ ବିଭିନ୍ନ ଦେଶ ରେ ନିୟମ ପ୍ରଣୟନ କରିଲେ ଦୁନିଆ ର ସବୁ ଲୋକ ଏହି ନିୟମ ବିଷୟ ରେ ଅବଗତ ହୋଇଥାନ୍ତି ନ୍ୟୁଜ୍,ଖବରକାଗଜ ଏବଂ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ।ତେବେ ଏବେ ଯେଉଁ ଖବର ସାମ୍ନା କୁ ଆସିଛି ତାହା ହେଉଛି ଇଣ୍ଡୋନେସିଆ ରେ ଏକ ନୂଆ ନିୟମ ପ୍ରଣୟନ ହେବାକୁ ଯାଉଛି।
ସେହି ନିୟମ ଟି ହେଉଛି ଯେ ସେହି ଦେଶ ରେ କୌଣସି ନାଗରିକ ବିବାହ ପୂର୍ବରୁ ଏବଂ ବିବାହ ପରେ ସ୍ବାମୀ-ସ୍ତ୍ରୀ ଛଡ଼ା ଆଉ କାହା ସହ ସମ୍ପର୍କ ରଖିପାରିବେ ନାହିଁ।ସୂଚନା ଅନୁସାରେ, ଚଳିତ ମାସରେ ଇଣ୍ଡୋନେସିଆର ପାର୍ଲିଆମେଣ୍ଟରେ ଏହି ଆଇନ୍ ଲାଗୁ ହୋଇପାରେ।ଏହି ନୂଆ ଆଇନ୍ ଅନୁସାରେ, ଇଣ୍ଡୋନେସିଆରେ ଉଭୟ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ବିବାହ ପରେ ନିଜ ଜୀବନସାଥିଙ୍କ ବ୍ୟତୀତ ଅନ୍ୟ କାହାସହ ସମ୍ପର୍କ ରଖିବା ବ୍ୟାନ୍ କରାଯିବ ଅର୍ଥାତ୍ ଏହାକୁ ଅପରାଧ ବୋଲି ବିବେଚନା କରାଯିବ।ଏଥିପାଇଁ ଜେଲ୍ ଦଣ୍ଡ ମଧ୍ୟ ମିଳିପାରେ।
ଏକ ନ୍ୟୁଜ୍ ଏଜେନ୍ସି ରିଉଟର୍ସ୍ ଅନୁସାରେ, ଇଣ୍ଡୋନେସିଆରେ କେବଳ ସ୍ୱାମୀ ଓ ସ୍ତ୍ରୀଙ୍କୁ ହିଁ ଶାରୀରିକ ସମ୍ପର୍କ ରଖିବାର ଅଧିକାର ମିଳିବ। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଉପରେ ମଧ୍ୟ ବ୍ୟାନ୍ ଲାଗିବ। ଏହି ଆଇନ୍କୁ ଲାଗୁ କରିବା ଲାଗି ଅନେକ ବର୍ଷ ଧରି ଆଲୋଚନା ଚାଲିଥିଲା ବୋଲି ଇଣ୍ଡୋନେସିଆର ଡେପୁଟି ଆଇନ୍ ମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ, ଇଣ୍ଡୋନେସିଆର ରାଷ୍ଟ୍ରପତି କିମ୍ବା ସରକାରୀ ସଂସ୍ଥାର କେହି ଏହି ଆଇନ୍ ର ଅବମାନନା କରିପାରିବେ ନାହିଁ। ଏନେଇ ଖୁବ୍ଶୀଘ୍ର ଏହି ନୂଆ ଆଇନ୍ ପ୍ରଣୟନ ହୋଇପାରେ।
ଡିସେମ୍ବର ୧୫ରେ ଏହି ନୂଆ ଆଇନ୍ ଲାଗୁ ହେବ ବୋଲି ଆଶା କରାଯାଉଛି। ଏନେଇ ଇଣ୍ଡୋନେସିଆର ଡେପୁଟି ଆଇନ୍ ମନ୍ତ୍ରୀ ସୂଚନା ଦେଇଛନ୍ତି। ଇଣ୍ଡୋନେସିଆରେ ଏହି ଆଇନ୍ ଲାଗୁ ହେବା ପୂର୍ବରୁ ଝଡ଼ ଆରମ୍ଭ ହୋଇଯାଇଛି। କିଛି ଇସଲାମିକ ଗ୍ରୁପ୍ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି। ଏହି ଆଇନ୍ ୨୦୧୯ରେ ଲାଗୁ ହେବାର ଥିଲା, କିନ୍ତୁ ସେହି ସମୟରେ ଇଣ୍ଡୋନେସିଆରେ ଏହାକୁ ବିରୋଧ କରାଯାଇଥିଲା। ହଜାର ହଜାର ସଂଖ୍ୟକ ଲୋକ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନଙ୍କର କହିବା ଅନୁସାରେ, ଏହି ଆଇନ୍ ନାଗରିକଙ୍କ ସ୍ୱତନ୍ତ୍ରତାକୁ କମ୍ କରିଦେବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।