ଅର୍ଚନା ନାଗ ମୁଁହ ଖୋଲି ସବୁ କହିଦେଲେ | କେଉଁ 2 ଜଣ ତାଙ୍କୁ ଫସେଇଛନ୍ତି…ଜାଣନ୍ତୁ…

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ବର୍ତ୍ତମାନ ର ବଡ ଖବର ଯାହାକି ଜାଣି ପାରିଥିବେ ଅର୍ଚ୍ଚନା ନାଗ ଙ୍କ ଚାଞ୍ଚଲ୍ୟ କର ବୟାନ । ଅର୍ଚ୍ଚନା ନାଗ ଙ୍କ ଚାଞ୍ଚଲ୍ୟକର ବୟାନ ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅର୍ଚ୍ଚନା ନାଗ ଙ୍କ ସମ୍ପର୍କରେ ପ୍ରଯୋଜକ ଆଖୟ ପରିଜା ଅଭିଯୋଗ ଆଣିଥିବା ବେଳେ ବର୍ତ୍ତମାନ ଅର୍ଚ୍ଚନା ନାଗ ସାମ୍ନାକୁ ଆସି କରିଛନ୍ତି ପାଲଟା ଅଭିଯୋଗ । 

 

ଅର୍ଚ୍ଚନା ନାଗ ଙ୍କ କହିବା ଅନୁଯାୟୀ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳି ମିଶି କରିଛନ୍ତି ସମ୍ପୂର୍ଣ ଖେଳ ଏବଂ ତାଙ୍କୁ ଫସାଇ ଦେଉଛନ୍ତି । ଅର୍ଚ୍ଚନା ନାଗ ଙ୍କ ମୁଣ୍ଡରେ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳି ପଣସ ଖାଇ ଅଠା ବୋଳୁଛନ୍ତି । ଆଗାମୀ ଦିନରେ ଅର୍ଚ୍ଚନା ନାଗ ପ୍ରମାଣ ସହ କିଛି ଦେଖାଇବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଅର୍ଚ୍ଚନା ନାଗ ଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବାର ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ନାଗ । 

 

ଅର୍ଚ୍ଚନା ନାଗ ଙ୍କ ତରଫରୁ ଇଡି ତଦନ୍ତ ରେ ସମ୍ପୂର୍ଣ ସହଯୋଗ ରହିବ ବୋଲି ଅର୍ଚ୍ଚନା ସମସ୍ତଙ୍କ ଆଗରେ କହିଛନ୍ତି । ଅର୍ଚ୍ଚନା ନାଗ ବର୍ତ୍ତମାନ କେଉଁ ପ୍ରମାଣ ସମସ୍ତଙ୍କ ସାମ୍ନାକୁ ଆଣିବେ ତାହା ନେଇ ଚିନ୍ତାରେ ସମସ୍ତେ। ସମସ୍ତଙ୍କ ମନରେ ଦ୍ଵନ୍ଦ ସୃଷ୍ଟି ହେଉଛି ଅର୍ଚ୍ଚନା ନାଗ ଙ୍କ ପାଖରେ ଏମିତି କଣ ରହିଛି ଯାହାଦ୍ବାରା ବାହାରିବ ବଡ ବଡ଼ିଆ ଙ୍କ ଗୁମର ।ଅର୍ଚ୍ଚନା ଙ୍କ କହିବା ଅନୁଯାୟୀ ସେ ଅକ୍ଷୟ ପରିଜା ଙ୍କ ଠାରୁ କିଛି ମଧ୍ୟ ନେଇ ନାହାନ୍ତି ତାଙ୍କ ଅଭିଯୋଗ ସମ୍ପୂର୍ଣ ମିଛ । 

 

ଅର୍ଚ୍ଚନା ନାଗ ଙ୍କୁ ମିଛରେ ସେମାନେ ଫାସାଇ ଦେବାକୁ ଚେଷ୍ଟା କରି ତାଙ୍କ ମୁଣ୍ଡରେ ପଣସ ଖାଇ ଅଠା ବୋଳି ଖସି ଯିବାକୁ ଚେଷ୍ଟା କରୁଛନ୍ତି ବୋଲି ଦର୍ଶାଇ ଥିଲେ ଅର୍ଚ୍ଚନା ନାଗ । ଏହି ଘଟଣାରେ ତଦନ୍ତ ଦାବି କରିଛନ୍ତି ଅର୍ଚ୍ଚନା ନାଗ । ସିବିଆଇ ତରଫରୁ ଯଦି ତଦନ୍ତ ହୁଏ ତେବେ ସମସ୍ତ ଘଟଣାର ତଥ୍ୟ ସାମ୍ନାକୁ ଆସିବ ବୋଲି ମଧ୍ୟ ଅର୍ଚ୍ଚନା ନାଗ ଥରେ ଦର୍ଶାଇ ଥିଲେ । ଆଜି ଅର୍ଚ୍ଚନା ନାଗ ଙ୍କୁ କହିବାକୁ ସୁଯୋଗ ମିଳିଥିବାରୁ ସେ ରଖିଛନ୍ତି ତାଙ୍କ କଥା ଏବଂ ତାଙ୍କ ପ୍ରତି ଅନ୍ୟାୟ ହେଉଥିବାର ଦର୍ଶାଇଛନ୍ତି। 

 

ତାଙ୍କର ୫ ବର୍ଷର ଛୋଟ ପିଲାଟିଏ ଅଛି ତାର ନିଃଶ୍ୱାସ,ଲୁହ ସେହି ମାନଙ୍କ ଉପରେ ପଡ଼ିବ ଯେଉଁମାନେ ତାଙ୍କୁ ମିଛ କେସ ରେ ଫାସାଇ ଦେଇଛନ୍ତି । ତେବେ ଏହି ଘଟଣାରେ ଆଗାମୀ ଦିନରେ ଅର୍ଚ୍ଚନା ନାଗ କଣ ପ୍ରମାଣ ଦେବେ ତାହା ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି । ଅର୍ଚ୍ଚନା ଙ୍କ ଏହିଭଳି ପ୍ରତିକ୍ରିୟା ରୁ ଏତିକି ଯାହା ଜଣା ପଡୁଥିଲା ଅର୍ଚ୍ଚନା ଙ୍କ ପାଖରେ ବଡ ବଡିଆ ଙ୍କ ପ୍ରତି ପ୍ରମାଣ ରହିଛି ଯାହାକୁ ଆଗାମୀ ଦିନରେ ସେ ସର୍ବ ସମ୍ମୁଖରେ ଆଣିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *