ଫୁଣି ହେବ ମ୍ୟାଚ India Vs Pakistan । ଜାଣନ୍ତୁ କେବେ ଦେଖିବାକୁ ପାଇବେ ପଡ଼ିଆରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ…

 

ଟି – 20 ବିଶ୍ୱକପ୍ ରେ ଭାରତ ବନାମ ପାକିସ୍ତାନ କୁ ମ୍ୟାଚ୍ କୁ କ୍ରିକେଟ୍ ପ୍ରେମୀ ମାନେ ଚାତକ ପରି ଚାହିଁ ରହିଥିଲେ କିନ୍ତୁ ସେହି ମୁକାବିଲା ରେ ପାକିସ୍ତାନ ୧୦ ଟି ୱିକେଟ ରେ ଲଜ୍ୟାଜନକ ଭାବେ ଟିମ୍ ଇଣ୍ଡିଆ କୁ ପରାସ୍ତ କରିଥିଲା । ଟି – 20 ବିଶ୍ୱକପ୍ ର ମ୍ୟାଚ୍ ରେ ଭାରତ କୁ ପ୍ରଥମ ଥର ପାଇଁ ହରାଇବାର ସଫଳ ହୋଇଛି ପାକିସ୍ତାନ ।ଆଗକୁ ହେବାକୁ ଯାଉଛି ଭାରତ ପାକିସ୍ତାନ ମୁଁହା ମୁହିଁ ।

 

ବର୍ତ୍ତମାନ ୟୁଏଇରେ ଖେଳାଯାଉଥିବା ରେ ଟି -୨୦ ବିଶ୍ୱକପ୍ ରୁ ଟିମ୍ ଇଣ୍ଡିଆ ବିଦା ହୋଇ ସାରିଛି । ଗତ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ଠାରୁ ଶୋଚନୀୟ ଭାବରେ ହାରି ଫାଇନାଲ୍‌ରେ ପହଞ୍ଚି ପାରି ନାହିଁ ଭାରତ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମୁକାବିଲା ହେବାର ଆଶା ମଧ୍ୟ ବର୍ତ୍ତମାନ ଧୂଳିସାତ ହୋଇ ଯାଇଛି ।ଆଜି ନାମିବିୟା ସହ ଶେଷ ମ୍ୟାଚ୍‌ ଖେଳି ଭାରତ ନିଜର ସ୍ଵଦେଶ ଫେରିବ ଏବଂ ଏହି ମ୍ୟାଚ୍ ଟି  ବିରାଟ କୋହଲି ଙ୍କ ପାଇଁ ଅଧିନାୟକ ଭାବେ ଶେଷ ଟି-୨୦ ମ୍ୟାଚ୍ ହେବ ।

 

 ଆସନ୍ତା ବର୍ଷ ୨୦୨୨ ରେ ଏସିଆ କପ୍ ଶ୍ରୀଲଙ୍କା ରେ ଖେଳାଯିବ ଏବଂ ସେହି ଟି-୨୦ ଟୁର୍ଣ୍ଣାମେଣ୍ଟ ରେ ଖେଳିବେ ଉଭୟ ଭାରତ ଏବଂ ପାକିସ୍ତାନ । ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିଶ୍ଚିନ୍ତ ଭାବରେ ମହା ମୁ-କା-ବି-ଲା ଦେଖିବାକୁ ମିଳିବ । ଏହି  ଏସିଆ କପ୍ ୧୯୮୩ ରୁ ଆରମ୍ଭ ହୋଇଥିଲା ଏବଂ ଏହା ଶେଷ ଥର ପାଇଁ ୨୦୧୮ ମସିହା ରେ ହୋଇଥିଲା। ସେହି ବର୍ଷ ଫାଇନାଲ ରେ ବାଂଲାଦେଶ କୁ ହରାଇ ଭାରତ ଟାଇଟଲ୍ ଜିତିଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ମୁ-କା-ବି-ଲା ହୋଇଥିଲା ହେଲେ ରୋହିତ ଶର୍ମାଙ୍କ ନେତୃତ୍ଵରେ ପାକିସ୍ତାନକୁ ୯ ଓ୍ଵିକେଟ୍‌ରେ ପ-ରା-ସ୍ତ କରିଥିଲା ଭାରତ ।

 

 

 ରିପୋର୍ଟ ଅନୁଯାୟୀ, ୨୦୨୩ ମସିହା ରେ ପାକିସ୍ତାନ ଗସ୍ତ କରିପାରେ ଟିମ୍ ଇଣ୍ଡିଆ ।୨୦୨୩ ମସିହା ରେ ହେବାକୁ ଥିବା ଏସିଆ କପର ଦାୟିତ୍ଵ ପାକିସ୍ତାନକୁ ଦିଆଯାଇଛି।୨୦୨୩ ରେ ଭାରତ ରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ରେ ମଧ୍ୟ ପାକିସ୍ତାନ କୁ ଭାରତ ଗସ୍ତ ରେ ଆସିବାକୁ ହେବ ।ପାକିସ୍ତାନ ନିଜର ଘରୋଇ ମୁକାବିଲା କୁ କୌଣସି ନିରପେକ୍ଷ ସ୍ଥଳରେ ଆୟୋଜନ କରିବ ନାହିଁ ବୋଲି ସ୍ପଷ୍ଟ କରି ସାରିଛି। ବିସିସିଆଇ ଓ ପିସିବି ବୋର୍ଡ ଶୀଘ୍ର ନିଷ୍ପତ୍ତି ନେବେ ଏବଂ ଯଥା ଶୀଘ୍ର କାର୍ଯ୍ୟସୂଚୀ ଜାରି କରାଯିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆ ରେ ଟି-୨୦ ବିଶ୍ଵ କପ୍ ଖେଳାଯିବ। ତେବେ ଭାରତ ଏବଂ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପ-ର-ଷ୍ପ-ର ର ମୁ-ହାଁ-ମୁ-ହିଁ ହୋଇ ପାରନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *