ଅର୍ଚନା ନାଗ କେସ ପବିତ୍ର କୁ 13 ଘଣ୍ଟା ଜେରା ପରେ ଫିଟିଲା ଅସଲ ଗୁମର ଜାଣନ୍ତୁ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅର୍ଚ୍ଚନାଙ୍କ ମାମଲାରେ ୧୩ଘଣ୍ଟାର ଜେରା ପରେ ବାହାରିଲେ ଠିକାଦାର ପବିତ୍ର ପାତ୍ର । କହିଲେ ସବୁ ତଥ୍ୟ ଦେଇଛି । ଏବେ ଫିଟିବ ସବୁ ଗୁମର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଏବେ ପଦାକୁ ଆସିବ ନେତାଙ୍କ କାରନାମା । କାରଣ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜିଠୁ ଅର୍ଥାତ୍ ମଙ୍ଗଳବାରଠାରୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବ । ଗତକାଲି ଅର୍ଚ୍ଚନା କୋର୍ଟରୁ ଜେଲ୍‌ ଯିବା ସମୟରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଥିଲେ । ସେ କହିଥିଲେ, “ମୋତେ କିଛି କହିବାକୁ ସୁଯୋଗ ଦିଆଯାଉନାହିଁ । ପୁଲିସ୍‌ ମୋ ମୁହଁ ବନ୍ଦ କରି କୋର୍ଟ ଚାଲାଣ କରିଛି । ମୁଁ ଚାହୁଁଛି ମାମଲାର ସିବିଆଇ ତଦନ୍ତ ହେଲେ ସବୁ କଥା ବାହାରିବ । 

 

ସିବିଆଇକୁ ମୁଁ ସବୁ କଥା କହିବି । ମୋତେ ଏକତରଫା ଭାବେ ଗିରଫ କରାଯାଇଛି ବୋଲି ସେ କହିଛନ୍ତି” । ତେବେ ସୋମବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ଅର୍ଚ୍ଚନାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ଇଡି ପକ୍ଷରୁ ତାଙ୍କୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା । କୋର୍ଟ ୭ ଦିନ ମଞ୍ଜୁର କରିଛନ୍ତି । ଏହି ୭ ଦିନ ନେତା/ମନ୍ତ୍ରୀ ଲିଙ୍କ୍‌ ସହ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ଖୋଜିବ ଇଡି । ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ସେ ଇଡି ରିମାଣ୍ଡରେ ରହିବେ ବୋଲି ସୂଚନା । 

 

ଅନ୍ୟପଟେ ଅର୍ଚ୍ଚନାଙ୍କ ଆର୍କିଟେକ୍ଟ ରଞ୍ଜିତ ବେହେରାଙ୍କ ସମେତ ଅନ୍ୟ ଜଣେ ସହଯୋଗୀ ପବିତ୍ର ପାତ୍ର ସୋମବାର ଇଡିରେ ହାଜର ହୋଇଥିଲେ । ଯିଏକି ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ଅଟନ୍ତି । ତେବେ ଅର୍ଚ୍ଚନାଙ୍କ ସହ ତାଙ୍କର ଟଙ୍କା କାରବାର ନେଇ ଅଧିକାରୀମାନେ ତାଙ୍କୁ ଦୀର୍ଘ ୧୦ରୁ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ । ଜେରା ସମୟରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । 

 

ତେଣୁ ତାଙ୍କୁ ପୁଣି ଜେରା କରାଯିବ ବୋଲି ଜଣାପଡ଼ିଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ଇଡି ଆଜି ଅର୍ଚ୍ଚନା ନାଗଙ୍କୁ ପଚାରିପାରେ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବ ବୋଳଇ ବି ଜଣାଯାଇଛି । ତା’ଛଡ଼ା ଅର୍ଚ୍ଚନାଙ୍କ ରିମାଣ୍ଡ ସମୟରେ ପ୍ରଯୋଜକ ଅକ୍ଷୟ ପରିଜା ଓ ପ୍ରମୋଦ ସ୍ୱାଇଁଙ୍କୁ ମଧ୍ୟ ଜେରା କରାଯିବ ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଦୁଇ ଜଣଙ୍କୁ ଅର୍ଚ୍ଚନା ସହ ସାମ୍ନାସାମ୍ନି ଜେରା କରାଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *