Driving License ଥିଲେ ଦେଖନ୍ତୁ ଆପଣଙ୍କ ପାଇଁ ଆସିଲା ବଡ ଖବର |

 

 

Dl ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଯଦି ଆପଣ କୌଣସି ଯାନ ବହନ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ପାଖରେ ନିହାତି ରହିଥିବ । ଯଦି ଆପଣ ଯାନ ବାହନ ବ୍ୟବହାର କରୁଛନ୍ତି ଏବଂ ଏହା ଆପଣଙ୍କ ପାଖରେ ନାହିଁ ତେବେ ଏହା ଆଇନ ଅନୁଯାୟୀ ଅପରାଧ ଅଟେ । ଆପଣ ଦୁଇ ଚକିଆ ଗାଡ଼ି କିମ୍ବା ଚାରି ଚକିଆ ଗାଡ଼ି ଯାହା ମଧ୍ୟ ଚଲାନ୍ତି ସେହି ନିମନ୍ତେ Dl ନିହାତି ଭାବେ ଆବଶ୍ୟକ ଅଟେ । ତେବେ ଯଦି ଆପଣଙ୍କର Dl ରହିଛି ତେବେ ଆପଣଙ୍କୁ ନେଇ ଆସିଛି ବଡ ଖବର । 

 

୧୮ ବର୍ଷରୁ ଆପଣ ଉର୍ଦ୍ଧ ହେଲେ ଆପଣ Dl ପାଇଁ ଆବେଦନ କରିବାରେ ସକ୍ଷମ ହୁଅନ୍ତି । ଆପଣଙ୍କର ଯଦି କେବେ ଥିବା Dl ହଜିଯାଏ ତେବେ ଜାଣିଛନ୍ତି କି କଣ କରିବେ । ଆପଣ ଘରେ ବସି ବସି ଏହାକୁ ଆବେଦନ କରି ପାରିବେ । ଯଦି ଆପଣଙ୍କର Dl ହଜିଯାଏ ତେବେ ଆପଣଙ୍କୁ ସର୍ବ ପ୍ରଥମେ ଆପଣଙ୍କ ନିକଟସ୍ଥ ପୋଲିସ ଷ୍ଟେସନ କୁ ଯିବାକୁ ହେବ ଏବଂ ଆପଣଙ୍କୁ ଏହା ସମ୍ପର୍କରେ FIR ଦେବାକୁ ହେବ । 

 

ଏହି FIR କପି ଆଗାମୀ ଦିନରେ ଆପଣଙ୍କ କାମରେ ଆସିବ । ଯେତେବେଳେ ଆପଣ ନୂତନ Dl ଆବେଦନ କରିବେ ତେବେ ଏହି ଡକ୍ୟୁମେଣ୍ଟ ଆପଣଙ୍କୁ ଦରକାର ହୋଇ ପାରେ ।ଏହା ପରେ ଯଦି ଆପଣଙ୍କ ପାଖରେ Dl ରହିଛି ଏବଂ ଏହା କଟି ଯାଇଛି ତେବେ ମଧ୍ୟ ଆପଣ ନୂଆ ଆବେଦନ କଲାବେଳେ ଏହାର ଏକ କପି ଡକ୍ୟୁମେଣ୍ଟ ଦେବାକୁ ହେବ । ଏହାକୁ ଆପଣ ଅନଲାଇନ୍ କରିପାରିବେ । 

 

ସଡକ ପରିବହନ ୱେବସାଇଟ ଆପଣଙ୍କୁ ଯିବାକୁ ହେବ ଏବଂ ସେଠାରେ ମାଗିଥିବା ସମସ୍ତ ପ୍ରକାର  ଟିପଣି ଆପଣଙ୍କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଦେବାକୁ ହେବ । ଏହା ପରେ ଆପଣ ଦେଇଥିବା FIR କପିକୁ ମଧ୍ୟ ସେଠାରେ ଦେଇ ଆଗାମୀ ପେଜକୁ ସମ୍ବିଟ କରି ପାରିବେ । ତେବେ ଶେଷରେ ଏହାର ପ୍ରିଣ୍ଟ ଆଉଟ ଆପଣ କାଢି ନେବେ । 

 

ଏହା ପରେ ଆପଣଙ୍କ ନିକଟସ୍ଥ RTO ଅଫିସ ଯାଇ ଏହି ଡୁପ୍ଳିକେଟ୍ କପି ସହ ସମସ୍ତ ପ୍ରମାଣପତ୍ର ଜମା କରିବାକୁ ହେବ। RTO ଅଫିସ ରେ ମଧ୍ୟ ଆପଣ ଯାଇ ଏହାକୁ ଆବେଦନ କରିପାରିବେ ଅନଲାଇନ୍ ମଧ୍ୟରେ ।ଏହା ପରେ RTO ତରଫରୁ ଆପଣଙ୍କୁ ଏକ ରସିଦ ମିଳିବ ଯାହାକୁ ଆପଣ ଅତି ଯତ୍ନର ସହକାରେ ରଖିବେ । ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ଆବେଦନ କରିଥିବା DL ଟି ଯେତେବେଳେ ଆସି ଯାଇଥିବ ତେବେ ଆପଣ ସେହି ରସିଦ ଟି ଦେଖାଇ ସେହି DL କୁ ଆଣି ପାରିବେ ।

Leave a Reply

Your email address will not be published. Required fields are marked *