ସରକାରୀ କର୍ମଚାରୀ ମାନଙ୍କ ପାଇଁ ଆସିଲା ବଡ ସୂଚନା ଦେଖନ୍ତୁ କଣ ?

 

ସରକାରୀ ଚାକିରୀ କରିବାର ସ୍ଵପ୍ନ ସମସ୍ତ ଯୁବପିଢି ମାନଙ୍କ ମଧ୍ୟରେ ରହିଥାଏ । ଏହାକୁ ପାଇବାକୁ ସମସ୍ତେ ଚେଷ୍ଟା କରନ୍ତି । ସମସ୍ତଙ୍କ ମନରେ ଥାଏ ସରକାରୀ ଚାକିରି ସୁରକ୍ଷିତ ଏବଂ ଏହି କ୍ଷେତ୍ରରେ ପେନସନ ମଧ୍ୟ ରହିଥାଏ  ଯାହାଦ୍ବାରା ଚାକିରୀ ପରେ ମଧ୍ୟ ଆର୍ଥିକ ଭାବେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ଦେଖିବାକୁ ମିଳିବନି । ତେଣୁକରି ଅନେକ ଲୋକ ଦିନରାତି ପରିଶ୍ରମ କରି ସରକାରୀ ଚାକିରି ପାଇଁ ପ୍ରୟାସ କରନ୍ତି ।

 

ସରକାର ଚାକିରୀ କ୍ଷେତ୍ରରେ ଅନେକ ପ୍ରତିଯୋଗିତା ଲାଗି ରହିଥିବା ବେଳେ କିଛି ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ଏହା ପାର ହୋଇଥାଏ । କିନ୍ତୁ ଏହା ପରେ ମଧ୍ୟ ସରକାରୀ ଚାକିରି ର ଚାହିଦା କମିନଥାଏ ଯେଉଁମାନେ ବିଫଳ ହୁଅନ୍ତି ସେମାନେ ପୁଣି ଥରେ ସେହି ଚାକିରି ଚେଷ୍ଟାରେ ଲାଗି ପଡନ୍ତି । ତେବେ ବର୍ତ୍ତମାନ ଏହି ସରକାରୀ ଚାକିରି ଏବଂ ପେନସନ କ୍ଷେତ୍ରରେ ଆସୁଛି ବଡ ଖବର ଯାହାକି ପେନସନ ଏବଂ ପେନସନ ଭୋଗି କଲ୍ୟାଣ ବିଭାଗ ଦ୍ଵାରା ନିୟମ କରାଯାଇଛି । ତେବେ ଏହି କ୍ଷେତ୍ରରେ ପେନସନ ରାଶି ପ୍ରତ୍ୟାହାର ସମ୍ପର୍କରେ ସୂଚନା ଦିଆଯାଇଛି । 

 

ଏହା ଦ୍ବାରା ଏହା ଜଣା ଯାଉଛି ଯେ ଆପଣ କେବଳ ଥରେ ହିଁ ଆପଣଙ୍କ ପେନସନ ରାଶି ପ୍ରତ୍ୟାହାର କରି ପାରିବେ । DoPPW ସୂଚନା ଅନୁଯାୟୀ ଯଦି ଜଣେ ବ୍ୟକ୍ତି  ନିଜର ବେଶିକ ବେତନର ଏକ ଅଂଶ ପ୍ରତ୍ୟାହାର କରିଦିଅନ୍ତି ତେବେ ସେ ପୁଣି ଥରେ ନିଜର ପେନସନ ପ୍ରତ୍ୟାହାର କରିପାରିବେ ନାହିଁ । ସରକାର ଙ୍କ ନିୟମ ଅନୁଯାୟୀ ଏକ ରୁ ଅଧିକ ବାର ପେନସନ ପ୍ରତ୍ୟାହାର କରିବାପାଇଁ ଅନୁମତି ଦିଆଯାଏ ନାହିଁ ।

 

୧୯୮୧ ମସିହାରୁ ଏହି ନିୟମ ସିଭିଲ ସର୍ଭିସେସ ନିୟମ ଅନୁଯାୟୀ ଜାରି କରାଯାଇଛି । ଏହାର ଅନୁଯାୟୀ ଆପଣ ଗୋଟିଏ ଥର ୪୦% ହିଁ ପେନସନ ପ୍ରତ୍ୟାହାର କରିପାରିବେ । ୨୦୧୬ ମସିହା ଜାନୁଆରି ୧ ତାରିଖ ଠାରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ଯେଉଁମାନେ ଅବସର ନେଇଛନ୍ତି ସେମାନେ CCS ନିୟମ ୧୦ ଅନୁଯାୟୀ ଅତିରିକ୍ତ ରିହାତି ପାଇ ପାରିବେ । 

 

ଏହା ବ୍ୟତୀତ ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ତରଫରୁ କର୍ମଚାରୀ ମାନଙ୍କୁ ଯେଉଁ ମହଙ୍ଗା ଭତ୍ତା ଏବଂ ବୋନସ ଦେବା ପରେ ବର୍ତ୍ତମାନ ଏହା କ୍ଷେତ୍ରରେ ଆସିବାକୁ ଯାଉଛି ବଡ ପରିବର୍ତ୍ତନ । ଯଦି ଜଣେ ସରକାରୀ କାର୍ଯ୍ୟରେ ଅବହେଳା କିମ୍ବା କୌଣସି ପ୍ରକାର ତ୍ରୁଟି କରନ୍ତି ତେବେ ଚାକିରୀ ପରେ ତାଙ୍କ ପେନସନ ବନ୍ଦ ମଧ୍ୟ ହୋଇ ପାରିବ । ତେଣୁକରି ଏହାଦ୍ବାରା ସରକାରୀ କର୍ମଚାରୀ ମାନଙ୍କୁ ସତର୍କ ରହିବାକୁ ହେବ । 

Leave a Reply

Your email address will not be published. Required fields are marked *