ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସୁଛି ବାତ୍ୟା! ୧୩ ଜିଲ୍ଲା ପାଇଁ ଜାରି ହେଲା ରେଡ ଆଲର୍ଟ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରାକୃତିକ ବିପର୍ଯ୍ୟୟ କଥା ଶୁଣିଲେ ସମସ୍ତଙ୍କ ମନରେ ଛାନିଆ ପଶିଯାଏ। ଏହି ପ୍ରାକୃତିକ ବିପର୍ଯ୍ୟୟ କୁ ପ୍ରତିସମ କରିବାର କ୍ଷମତା କାହା ବି ନାହିଁ । ଲଗାତାର କିଛି ବର୍ଷ ହେଲା ଓଡ଼ିଶା ବହୁତ୍ ବଡ଼ ବଡ଼ ବାତ୍ୟା ର ସମ୍ମୁଖୀନ ହୋଇଛି।ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଆସନ୍ତା ୮ ତାରିଖରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷାର ପ୍ରକୋପ ଅଧିକ ରହିବ।
ଏହାକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୮ ତାରିଖ ପାଇଁ ତାମିଲନାଡୁର ୧୩ ଜିଲ୍ଲାକୁ ରେର୍ଡ ଆଲର୍ଟ ଜାରି କରିଛି।ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ଆଗକୁ ବଢ଼ିବା ସହ ଆହୁରି ଘନୀଭୂତ ହେବ।ବାତ୍ୟାର ପ୍ରଭାବରେ ତାମିଲନାଡୁର ଭିଲ୍ଲୁପୁରମ, ଚେଙ୍ଗଲପାଟ୍ଟୁ, କୁଡାଲୋର, କାଞ୍ଚିପୁରମ, ତିରୁଭାଲ୍ଲୁର, ଆରିୟାଲୁର, ପେରାମବାଲୁର, ଚେନ୍ନାଇ, କାଲ୍ଲାକୁରିଚି, ମାୟିଲାଦୁଥୁରାଇ, ତାଞ୍ଜାଭୁର, ଥିରୁଭାରୁର ଓ ନାଗାପାଟ୍ଟିନମରେ ପ୍ରବଳ ବର୍ଷା ସହ ପବନ ବହିବ।
ତେଣୁ ଏହି ସବୁ ଜିଲ୍ଲାରୁ ଭାରତୀୟ ପାଣିପାଗ ରେଡ ଆଲର୍ଟରେ ରଖିଛି।ବର୍ତ୍ତମାନ ଅବାପାତ ରୂପ ଧାରଣ କରିଥିବା ସମ୍ଭାବ୍ୟ ବାତ୍ୟା କ୍ରମଶଃ ଶକ୍ତିଶାଳୀ ହେବ। ଏହାପରେ ଏହା ବାତ୍ୟାର ରୂପ ନେଇ ଡିସେମ୍ବର ୮ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ-ପୁଡୁଚେରୀ ଓ ଆନ୍ଧ୍ର ଉପକୂଳରେ ପହଞ୍ଚିବ।ଏହାର ପ୍ରଭାବ ଡିସେମ୍ବର ୭ରୁ ଦେଖିବାକୁ ମିଳିବ। ତାମିଲନାଡୁ, ପୁଡୁଚେରୀ ଓ କାରାଇକଲ ଅଞ୍ଚଳର ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ।
ଏଥିସହ ମଝିରେ ମଝିରେ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ମାରିବାର ଆଶଙ୍କା ରହିଛି।ବାତ୍ୟା ଆସୁଥିବାରୁ ତାମିଲନାଡୁରେ ୬ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି। ଏହି ଟିମ ଗୁଡିକ ଚେନ୍ନାଇ, ମାୟିଲା ଦୁଥୁରାଇ, କୁଡାଲୋର, ତାଞ୍ଜାଭୁର, ଥିରୁଭାରୁର ଓ ନାଗାପାଟ୍ଟିନମରେ ରହିଛନ୍ତି। ସେହିପରି ତାମିଲନାଡୁ ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲି ସ୍ଥିତି ଉପରେ ନଜର ରଖିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।