ଅର୍ଚ୍ଚନାଙ୍କ ହନିଟ୍ରାପ ମାମ-ଲାରେ ମାଷ୍ଟର ମାଇଣ୍ଡ କିଏ ? ସବୁ କହିଲେ ଅର୍ଚ୍ଚନା ଜାଣନ୍ତୁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅର୍ଚ୍ଚନାଙ୍କ ହନିଟ୍ରାପ ମାମ-ଲାରେ ମାଷ୍ଟର ମାଇଣ୍ଡ କିଏ ? ସବୁ କହିଲେ ଅର୍ଚ୍ଚନା ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ୍ ସମୟରେ ଜୋର୍ ସୋର ଚର୍ଚ୍ଚା ଚାଲିଥିବା ବିଷୟ ହେଉଛି ଆମ ସମାଜର ଭଦ୍ରା ମୁଖା ତଳେ ଲୁଚି ରହିଥିବା  ବଡ଼ ବଡ଼ ଲୋକଙ୍କ କଳା କାରନାମା ଏବେ ଧୀରେ ଧୀରେ ଗୋଟେ ପରେ ଗୋଟେ ଲୋକଙ୍କ ସାମ୍ନାକୁ ଆସିଛି ଏବଂ କେଉଁ ମାନେ ଏଥିରେ ସାମିଲ୍ ହୋଇଛନ୍ତି ସେ ସବୁ ମଧ୍ୟ ଧୀରେ ଧୀରେ ଲୋକଲୋଚନକୁ  ଆସୁଛି।

ତେବେ ବନ୍ଧୁଗଣ କୋର୍ଟରେ ହାଜର ପରେ ଅର୍ଚ୍ଚନା ନାଗଙ୍କ ବଡ ବୟାନ । ଗଣମାଧ୍ୟମ ସାମ୍ନାରେ ଅର୍ଚ୍ଚନା ନାଗଙ୍କ ପ୍ରତିକ୍ରିୟା । ତଦନ୍ତ ହେଲେ ବାହାରିବ ସତ । ଶୋ କଲଡ୍ ଭିକଟିମ୍ କେଉଁଠି ଲୁଛିଛନ୍ତି ବୋଲି ଗଣ ମାଧ୍ୟମକୁ ପ୍ରଶ୍ନ କଲେ ଅର୍ଚ୍ଚନା ନାଗ । ଆଖି ପାଟି ବନ୍ଦକରି ତାଙ୍କୁ କୋର୍ଟକୁ ଅଣାଯାଇଛି ବୋଲି ରାଗିକି କହିଲେ ଅର୍ଚ୍ଚନା । 

 

ତେବେ ଅର୍ଚ୍ଚନା ନାଗଙ୍କ ଏହିପରି ମନ୍ତବ୍ୟରେ ବର୍ତ୍ତମାନ ସନ୍ଦେହ ଘେରରେ ରହିଛି ବାଲିଅନ୍ତା ପୋଲିସ ଷ୍ଟେସନ । 

 

ତେବେ ତାଙ୍କୁ କୋର୍ଟ ଚାଲାଣ ବେଳେ କାହିଁକି ସେଠାକୁ ନିଆ ଯାଇଥିଲା ତାହା ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନା ।କାରଣ ପାଞ୍ଚ ତାରିଖ ଦିନ ହିଁ ଧାର୍ଯ୍ୟ କରା ଯାଇଥିଲା ଯେ ସେ ସିଧା ସଳଖ ଯାଇ ପହିଁଚିବେ କୋର୍ଟରେ । ଆଉ ଇଡି ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ଯେହେତୁ ସମୟ ମିଳି ନଥିଲା ଅର୍ଚ୍ଚନା ନାଗ ପୁଣିଥରେ କୋର୍ଟରୁ ସିଧା ସଳଖ ବାହାରିଥିଲେ ଝାଡପଡ଼ା ଜେଲକୁ ଯାଇଛନ୍ତି । ଆଉ ତା ଭିତରେ ସେ ଗଣମାଧ୍ୟମ ସାମ୍ନାରେ କିଛି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଶ୍ରଦ୍ଧାଞ୍ଜଳିକୁ ଜାଣିଛନ୍ତି କିନ୍ତୁ ଖାଲି ଶ୍ରଦ୍ଧାଞ୍ଜଳିଙ୍କୁ ଦୋଷ ଦେଲେ ହେବ ନାହିଁ ।  

 

ଏହି ରାକେଟରେ ଆଉ ଯେଉଁମାନେ ସଂପୃକ୍ତି ରହିଛନ୍ତି ସେମାନଙ୍କୁ କାହିଁକି ଧରା ଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା ନାଗ । ଅର୍ଚ୍ଚନା କହିଛନ୍ତ କି ତଦନ୍ତ କରା ଗଲେ ପ୍ରକୃତ ସତ ଜଣା ପଡ଼ିବ । ଅର୍ଚ୍ଚନା କହିଛନ୍ତି କି ମୋ ଆଖି ପାଟି ବନ୍ଧାଯାଇ ମୋତେ ନିଆ ଯାଇଥିଲା କୋର୍ଟ ଭିତରକୁ । ତାଙ୍କୁ କୋର୍ଟ ନିଆ ଯାଉଛି ବୋଲି ତାଙ୍କୁ ଜଣା ମଧ୍ୟ ଯାଇ ନଥିଲା । ଏକଥା ମଧ୍ୟ ସେ କହିଛନ୍ତି ଯେ ଶୋ କଲଡ ଭିକ୍ଟମ ମାନେ କାହିଁକି ସାମ୍ନାକୁ ଆସୁନାହାଁନ୍ତି ଯଦି ମୁଁ ତାଙ୍କ ପ୍ରତି ଅନ୍ୟାୟ କରିଛି । ସେହିଭଳି ତାଙ୍କ ପରିବାରକୁ ନଜର ବନ୍ଦୀ କରାଯାଇଥିବା ବେଳ ୬ ଦିନ କଣ ହୋଇଛି କିଛି ଜାଣି ପାରିନଥିବା କହିଛନ୍ତି ଅର୍ଚ୍ଚନା । 

 

ଆପଣମାନେ ଏମିତି କାହିଁକି କରୁଛନ୍ତି ବୋଲି ଗଣ ମାଧ୍ୟମକୁ ମଧ୍ୟ ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ନାଗ । ପୂର୍ବପରି ଏଥର ମଧ୍ୟ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ଅର୍ଚ୍ଚନା ।ଏମିତି ଅନେକ କଥା କହିଛନ୍ତି ବ୍ଲାକ୍ ମେଲିଂ କୁଇନ ଅର୍ଚ୍ଚନା । ତେବେ ଅର୍ଚ୍ଚନା ଏପରି କାହିଁକି କହିଛନ୍ତି ନିଜ ଦୋଷ ଘୋଡାଇବାକୁ ଏପରି କହିଛନ୍ତି ନା ଏଥିରେ ସଂପୃକ୍ତି ରହିଥିବା ଅନ୍ୟ ଗୁମର ଖୋଲିବାକୁ ଚାହୁଁଛନ୍ତି ଅର୍ଚ୍ଚନା ତାକୁ ନେଇ ପ୍ରଶ୍ନ ଉଠୁଛି । ତେବେ ଏହି ଘଟଣାର ଯାଞ୍ଚ ହେଲେ କୌଣସି ତଥ୍ୟ ଅର୍ଚ୍ଚନା ନାଗଙ୍କ ସପକ୍ଷରେ ମିଳିପାରିବ କି ? ତେବେ ଏହା ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *