ବାତ୍ୟା ପ୍ରଭାବ : IMD ଦେଲା ସୂଚନା | ଓଡିଶା ର ଏହି 10 ଜିଲ୍ଲାକୁ ପ୍ରବଳ ବର୍ଷା…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ବର୍ତ୍ତମାନ ବାତ୍ୟାର ପରିବେଶ ଥିବା ବେଳେ ୨ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବାତ୍ୟା ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ଏତେ ମାତ୍ରାରେ ପ୍ରଭାବ ଓଡ଼ିଶାରେ ନଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ସୂଚନା ରହିଥିଲା। ଏହି ବାତ୍ୟା ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ବେଳେ ବାତ୍ୟାର ପ୍ରଭାବରେ ବର୍ଷା ଏବଂ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । 

 

ଏହି ବାତ୍ୟା ପ୍ରଭାବରେ ବର୍ତ୍ତମାନ ପାଗ ସାଧାରଣ ଭାବେ ଶୁଖିଲା ରହିଛି । ଏହି ବାତ୍ୟାରେ ଅନେକ ସ୍ଥାନରେ ଥଣ୍ଡା ପରିବେଶ ଦେଖିବା ସହ ଅନେକ ସ୍ଥାନରେ କୁହୁଡି ପରିବେଶ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବାତ୍ୟାର ନାମ ମିଣ୍ଡୋସ ହୋଇଥିବା ବେଳେ ଏହି ବାତ୍ୟାର ପ୍ରଭାବ ସିଧା ସଳଖ ଭାବେ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିନାହିଁ ।

 

ଏହାର ପ୍ରଭାବ ଅଳ୍ପ କିଛି ମାତ୍ରାରେ ଦେଖା ଦେବା ସହ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସିଧା ସଳଖ ପ୍ରଭାବ ନଥିବାରୁ ଏହା ଦ୍ବାରା ଅତ୍ୟଧିକ ପ୍ରଭାବିତ ହେବେନାହିଁ ଓଡ଼ିଶା ବାସୀ । 

 

ଓଡ଼ିଶାରେ ୯ ଏବଂ ୧୦ ତାରିଖରେ ଏହି ବାତ୍ୟାର ସାମାନ୍ୟ ପ୍ରଭାବ କିଛି ଅଞ୍ଚଳରେ ଦେଖାଦେବା ସହ ଅନେକ ମାତ୍ରାରେ ପ୍ରଭାବିତ ହେବେ । ଏହି ବାତ୍ୟାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ସାମାନ୍ୟ ଭାବେ ଦେଖାଦେବ ବୋଲି ସୂଚନା ରହିଛି । ୯ ତାରିଖରେ ଗଜପତି , ଗଞ୍ଜାମ , ମାଲକାନଗିରି, କୋରାପୁଟ,  ରାୟଗଡ଼ା,କନ୍ଧମାଳ, କଳାହାଣ୍ଡି , ନବରଙ୍ଗପୁର ଆଦି ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବ ବୋଲି ସୂଚନା ମିଳୁଛି 

 

୧୦ ତାରିଖରେ ମାଲକାନଗିରି , କୋରାପୁଟ , ରାୟଗଡ଼ା , ନବରଙ୍ଗପୁର , ଗଜପତି ଆଦି ଅଞ୍ଚଳରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହି ବାତ୍ୟାରେ ଉଷ୍ମ ପବନ ରାଜ୍ୟରେ ପ୍ରବେଶ କରିବାର ମଧ୍ୟ ସମ୍ଭାବନା ରହୁଛି ।

 

ଆଗାମୀ ୨୪ ଘଣ୍ଟା ମଧ୍ୟରେ କୌଣସି ତାପମାତ୍ର ମଧ୍ୟରେ ପରିବର୍ତ୍ତନ ନଥିବା ବେଳେ ଏହା ପରେ ୨-୪ ଡିଗ୍ରୀ ରେ ତାପମାତ୍ରା ରାତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛ । ବର୍ତ୍ତମାନ ଓଡିଶାରେ ଯେଉଁପରି ଭାବରେ ଥଣ୍ଡା ପରିବେଶ ରହୁଛି ତାହା ମଧ୍ୟରେ ପରିବର୍ତ୍ତନ ଆସିବ । ଆଗାମୀ ଦିନରେ ଏହି ବାତ୍ୟା ପ୍ରଭାବରୁ ଶୀତର ପ୍ରଭାବ କମ ରହିବ ବୋଲି ପାଣିପାଗ ତରଫରୁ ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *