ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆଖିବୁଜିଲେ KGF ଫେମ ଷ୍ଟାର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସାଉଥ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆଖିବୁଜିଲେ କେଜିଏଫ୍ ଷ୍ଟାର୍ ଅଭିନେତା କ୍ରିଷ୍ଣା ଜି ରାଓ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ୟଶ୍‌ଙ୍କ ଅଭିନୀତ ‘କେଜିଏଫ୍‌’ ଚଳଚ୍ଚିତ୍ରରେ ଅନ୍ଧ ବୁଢ଼ା ଭୂମିକାରେ ଅଭିନୟ କରିଥିବା ବୟୋଜ୍ୟେଷ୍ଠ ଅଭିନେତା କ୍ରିଷ୍ଣା ଜି. ରାଓଙ୍କର ବୁଧବାର ଦିନ ୭୦ ବର୍ଷ ବୟସରେ ବେଙ୍ଗାଲୁରୁରେ ଦେହାନ୍ତ ହୋଇଯାଇଛି । ରିପୋର୍ଟ ଅନୁସାରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ବାଙ୍ଗାଲୋର୍‌ସ୍ଥିତ ସୀତା ସର୍କଲ୍‌ ନିକଟରେ ଥିବା ବିନାୟକ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା । ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ସେଠାରେ ‘ଆଇସିୟୁ’ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । 

 

ଜଣେ ଆତ୍ମୀୟଙ୍କ ଘରେ ଥିବା ବେଳେ ମଧ୍ୟରାତ୍ରରେ କ୍ରିଷ୍ଣା ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ‘କେଜିଏଫ୍‌’ରେ କ୍ରିଷ୍ଣା ଜି. ରାଓ ଅତି ନଗଣ୍ୟ ଭୂମିକାରେ ଅଭିନୟ କରିଥିଲେ । ତାହା ହେଉଛି, ନରାଚିର ଖଳନାୟକଙ୍କ ସହିତ ୟଶ୍‌ଙ୍କର ‘ଫାଇଟ୍‌’ ପୂର୍ବର ଦୃଶ୍ୟ । ଖଳନାୟକମାନେ ଅନ୍ଧବୁଢ଼ାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ରକି ଭାଇ ତାଙ୍କୁ ରକ୍ଷା କରିବାକୁ ଆସୁଛନ୍ତି । ତେବେ କେଜିଏଫ୍‌ ଚାପ୍ଟର୍‌-୨’ରେ ତାଙ୍କର ସଂଳାପ ‘ସେମାନଙ୍କୁ ବାଧା ଦିଅନ୍ତୁ ନାହିଁ, ସାର୍‌’ ଖୁବ୍‌ ଜନପ୍ରିୟ ହୋଇଥିଲା । 

 

ସୂଚନଯୋଗ୍ୟ ୨୦୧୮ରେ କେଜିଏଫ୍‌ ଚାପ୍ଟର୍‌ ୧ ମୁକ୍ତିଲାଭ କରିବା ପରେ ସେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଶିଳ୍ପରେ ସେ ଅନେକ ବର୍ଷ ଧରି ସହାୟକ ଭୂମିକାରେ ଅଭିନୟ କରି ଆସୁଥିଲେb। ଜଣେ ସହକାରୀ ନିର୍ଦେଶକ ଭାବେ ମଧ୍ୟ ସେ ଅନେକ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅଳ୍ପ ଦିନ ତଳେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ନାନୋ ନାରାୟଣପ୍ପା’ର ଟ୍ରେଲର୍‌ ‘ୟୁଟ୍ୟୁବ୍‌’ରେ ଲଞ୍ଚ୍‌ ହୋଇଥିଲା । ଏଥିରେ ସେ ରାବଣ ପରି ଗୋଟାଏ ଦଶମୁଣ୍ଡିଆ ଚରିତ୍ରରେ ଅଭିନୟ କରିଛନ୍ତି । 

 

କିନ୍ତୁ ଗତ କିଛିଦିନ ଧରି ସେ ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରି ଆସୁଥିଲେ କ୍ରୀଷ୍ଣା ରାଓ । ଆଉ ଅଜି ଶେଷରେ ସେ ହାରି ଯାଇଛନ୍ତି ସେ । ବେଙ୍ଗାଲୁରୁ ସ୍ଥିତ ଏକ ହସ୍ପିଟାଲରେ କ୍ରିଷ୍ଣା ଜି ରାଓଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ପୂରା ସାଉଥ ଇଣ୍ଡଷ୍ଟ୍ରିକୁ ବଡ ଝଟ୍‌କା ଲାଗିଛି । ସମସ୍ତଙ୍କ ହୃଦୟ ଜିତୁଥିବା ଜଣେ ଏତେ ବରିଷ୍ଠ କଳାକାରଙ୍କ ମୃତ୍ୟୁକୁ ନେଇ ଅନେକ ଲୋକେ ଶୋକ ବ୍ୟକ୍ତ କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *