ଅର୍ଚନା କେସ ରେ ଆସିଲା ନୂଆ ସତ | କମ୍ବଳ ତଳେ ଯିଏ ସୋଇଥିଲା ଧରା ପଡିଲା ତା…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ କୁ ବହୁତ୍ ବହୁତ୍ ସ୍ବାଗତ । ଦର୍ଶକ ବନ୍ଧୁ ଆପଣ ଅର୍ଚ୍ଚନା ନାଗ ଘଟଣାରେ ଅନେକ କଥା ବର୍ତ୍ତମାନ ଶୁଣିବାକୁ ପାଉଥିବା ବେଳେ ସାମ୍ନାକୁ ପ୍ରତିଦିନ ଆସିବାକୁ ଲାଗୁଛି ନୂଆ ନୂଆ ସତ । ଅର୍ଚ୍ଚନା ନାଗ ଙ୍କୁ ଜେରା କୁ ଅଣାଯାଇଥିବା ବେଳେ ଅନେକ ଖୋଲିଥିଲେ ଅନେକ ରହସ୍ୟର ଗୁମର । ଯାହାକୁ ଶୁଣିବା ମାତ୍ରେ ସମସ୍ତେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ । ଅର୍ଚ୍ଚନା ନାଗ କହିଥିଲେ ଯେତେବେଳେ ମୁଁ କହିବି ମାନେ ରାଜ୍ୟ ପରିବର୍ତ୍ତନ ହୋଇଯିବ । ତେବେ ଅର୍ଚ୍ଚନା ନାଗ ଙ୍କ ମୁହଁରୁ ଏମିତି କିଛି ଶୁଣିବାକୁ ମିଳିବ ବୋଲି କେହି ଆଶା କରିନଥିଲେ । 

 

ତେବେ ଅର୍ଚ୍ଚନା ନାଗ ଙ୍କ ଘଟଣାରେ ଅନେକ ଲୋକଙ୍କୁ ଉଡ଼ି ଜେରା କରିବା ସହ ଅର୍ଚ୍ଚନା ନାଗ ଙ୍କୁ ମଧ୍ୟ ଜେରା କରିବାରେ ଲାଗିଛି। ଅର୍ଚ୍ଚନା ନାଗ ଇଡି କୁ ସହଯୋଗ କରୁଥିବାର ଶୁଣିବାକୁ ମିଳିଥିବା ବେଳେ ଅର୍ଚ୍ଚନା ନାଗ ମଧ୍ୟ କହିଥିଲେ ଘଟଣା ଯେତେ ଆଗକୁ ଯିବ ଏବଂ ଯେତେ ବଡ ବଡ ଅଫିସର ଆସିବେ ସେମାନଙ୍କୁ ଅର୍ଚ୍ଚନା ନାଗ ସହଯୋଗ କରିବେ ବୋଲି ମାତ୍ର ପ୍ରକୃତସତ ସାମ୍ନାକୁ ଆସିବା ଦରକାର ।

 

ଅର୍ଚ୍ଚନା ଏହି ଘଟଣାରେ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳି ବେହେରା ଙ୍କୁ ଏହି ଘଟଣାରେ ମାଷ୍ଟର ମାଇଣ୍ଡ କହିଥିବା ବେଳେ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳି ଙ୍କ ପକ୍ଷରୁ ଅର୍ଚ୍ଚନା ନାଗ ଙ୍କ ପ୍ରତି ଭିନ୍ନ ମତ ରହିଥିଲା । ଅର୍ଚ୍ଚନା ନାଗ ଙ୍କୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ରହିଥିବା ବେଳେ ବର୍ତ୍ତମାନ ଅର୍ଚ୍ଚନା ନାଗ ଙ୍କ ସହ ସଂପୃକ୍ତ ଥିବା ଜଣେ ହୋଟେଲ ମାଲିକ ଙ୍କ ଅଶ୍ଵିଳ ଫଟୋ ଭାଇରାଲ ହେବାରେ ଲାଗିଛି । 

 

ତେବେ ସେହି ବ୍ୟକ୍ତି ଙ୍କୁ ଇଡି ବର୍ତ୍ତମାନ ଗତ ସପ୍ତାହ ରେ ଜେରା କରିଥିବାର ସୂଚନା ମିଳୁଛି । ଇଡି ଜେରା କରିବା ଦ୍ଵାରା ଏହି ଘଟଣାରେ କିଛି ତଥ୍ୟ ମିଳିଛି ଯାହାଦ୍ବାରା ଆଗକୁ ଏହି କେସ ରେ ସାହାର୍ଯ୍ୟ କରିବ । ଅର୍ଚ୍ଚନା ନାଗ ଙ୍କ ପାଖରେ ଏତେ କମ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ତାହା ନେଇ ବର୍ତ୍ତମାନ ଖୋଳ ତାଡ଼ ଆରମ୍ଭ କରିସାରିଲାଣି ଇଡି।  

 

ଏହି ଘଟଣାରେ ସଂପୃକ୍ତ ଥିବା ଜଣ ଜଣଙ୍କୁ ସମସ୍ତଙ୍କୁ ଜେରା କରିବା ସହ ଅନେକ ସତ ସାମ୍ନାକୁ ଆସିଥିବାର ଜଣା ଯାଉଛି । ଅର୍ଚ୍ଚନା ନାଗ, ସ୍ଵାମୀ ଜଗବନ୍ଧୁ , ଖଗା, ଶ୍ରଦ୍ଧାଞ୍ଜଳି , ଅକ୍ଷୟ ପରିଜା, ଡ଼୍ରାଇଭର ଚନ୍ଦୂ , ଅମୀୟ କାନ୍ତ ଦାସ , ଗଙ୍ଗାଧର ସାମଲ , ପ୍ରମୋଦ ସ୍ୱାଇଁ ଙ୍କ ସହ ଅନେକ ଲୋକଙ୍କୁ ଜେରା ହୋଇଥିବା ବେଳେ ଅନେକ ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି । ଆଗକୁ ଏହିପରି ଜେରା ହେବାଦ୍ବାରା ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ତଦନ୍ତକାରୀ  ଟିମ୍ ଙ୍କ ପକ୍ଷରୁ ଆଶା ରହିଛି । 

Leave a Reply

Your email address will not be published. Required fields are marked *