ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭୀଷଣ ବାତ୍ୟାର ରୂପ ନେଲା ‘ମାଣ୍ଡୋସ’ । ଆଜି ପ୍ରାୟ ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଦକ୍ଷିଣ ଭାରତରେ ଭୟଙ୍କର ରୂପରେ ମାଡିଆସୁଛି ବାତ୍ୟା ମାଣ୍ଡୋସ୍ । ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ବର୍ତ୍ତମାନ ଚେନ୍ନାଇ ଠାରୁ ମାତ୍ର ୧୮୦ କିଲୋମିଟର ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ବାତ୍ୟା ଅଧିକ ଘନୀଭୂତ ହେବା ପରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତିକରିବ । ତାମିଲନାଡୁର ମହାବଳିପୁରମ ଠାରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି ।
ଏହା ଆଜି ମଧ୍ୟରାତ୍ରରେ ଅର୍ଥାତ୍ ୯ ତାରିଖ ଶୁକ୍ରବାର ଭୀଷଣ ବାତ୍ୟାର ରୂପ ନେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଆଇ-ଏମ-ଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୂର୍ବ ସୂଚନା ମୁତାବକ ଓଡ଼ିଶାରେ ବାତ୍ୟାର ସିଧା ସଳଖ ପ୍ରବାହ ନଥିବା ବେଳେ ବାତ୍ୟାର ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ କୋରାପୁଟରେ ମେଘୁଆ ଆକାଶ ସହ କୋହଲା ପାଗ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଗୋଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ବର୍ଷା ସହ ମେଘୁଆ ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପିଗ ବିଭାଗ । ଏହାସହ ଉତ୍ତର ପବନ ପ୍ରବାହରେ ରାଜ୍ୟରେ ଶୀତ ବଢିଛି । ଫୁଲବାଣୀରେ ସର୍ବନିମ୍ନ ୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହା ଭୀଷଣ ରୂପ ନେଇପାରେ ।
ତେବେ ଏହା ଗତି କରିବାବେଳେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବହିବାର ସମ୍ଭାବନା ରହିଛି । ଏହା ବେଳେବେଳେ ୮୫ କିଲୋମିଟର ମଧ୍ୟ ହେବ । ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ତାମିଲନାଡୁର ୩ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଛି । ସେପଟେ ବର୍ତ୍ତମାନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚମ ଦିଗରେ ଗତିକରି ପୁ଼ଡୁଚେରୀ- ଶ୍ରୀହରିକୋଟା ମୁହାଁ ହେଉଛି । ବର୍ତ୍ତମାନ ବାତ୍ୟା ମାଣ୍ଡସ କରାଇକାଲର ୨୪୦ କିଲୋମିଟର ପୂର୍ବଦକ୍ଷିଣ ପୂର୍ବରେ ରହିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।