କେମିତି ନିଜ ପ୍ରେମ ସଫଳ କଲେ ଅଶ୍ଵିନୀ ପ୍ରେରଣା ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ…

 

 

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଅନେକ ଅଭିନେତା ଅଭିନେତ୍ରୀ ମାନେ ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇ ପ୍ରେମ କରି ବିବାହ କରିଛନ୍ତି । ଅନେକ ଲୋକପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଦମଦାର ଅଭିନୟ ରିଲ ଦୁନିଆରେ ଚାଲେ ଏବଂ ରୀୟଲ ଦୁନିଆରେ ମଧ୍ୟ ଚାଲେ । ଏହି ଯୋଡ଼ି ଖୁବ୍ ଲୋକପ୍ରିୟ ହେବା ସହ ବାସ୍ତବ ଦୁନିଆରେ ଏମାନଙ୍କ ଖୁବ୍ ନାଁ ଏବଂ ଭଲ ପାଇବା ରହିଥାଏ । ମାମା ମିଶ୍ର, ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଓଡ଼ିଶାର ଜଣେ ଲୋକପ୍ରିୟ ଯୋଡ଼ି ।

 

ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇ ଦୁହେଁ ସାତ ଜନ୍ମର ସାଥି ହୋଇଥିଲେ । ବାସ୍ତବ ଜୀବନରେ ଆଜି ପର୍ଯ୍ୟନ୍ତ ଖୁସିରେ ଅଛନ୍ତି ଏହି ଲୋକପ୍ରିୟ ଯୋଡ଼ି । ଠିକ୍ ସେମିତି ସବ୍ୟସାଚୀ ଅର୍ଚିତା ମଧ୍ୟ ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇ ପରସ୍ପର କୁ ଭଲ ଭାବେ ଜାଣି ୭ ଜନ୍ମର ସାଥି ହୋଇଛନ୍ତି । ବାହାଘର ପରେ ଦୁହେଁ ଖୁସିରେ ଥିବାର ଅନେକ ମାତ୍ରାରେ ଦେଖାଯାଏ । ତେବେ ଆଉ ଏକ ଲୋକପ୍ରିୟ ଯୋଡ଼ି ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। 

 

ଅଶ୍ଵିନୀ ଏବଂ ପ୍ରେରଣା ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଆଲବମ୍ ଏବଂ ଫିଲ୍ମ ରେ ଆପଣ ଅଶ୍ଵିନୀ ପ୍ରେରଣା ଙ୍କୁ ଅନେକ ମାତ୍ରାରେ ଦେଖିବାକୁ ପାଇଥିବେ । ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ଅଭିନୟ ଦେଖିବାକୁ ଖୁବ୍ ଭଲ ପାଆନ୍ତି ଏବଂ ଏହି ଯୋଡ଼ି କୁ ସୋସିଆଲ ମିଡିଆରେ ଅନେକ ଭଲ ପାଇବା ମଧ୍ୟ ମିଳିଥାଏ।  ଅଶ୍ଵିନୀ ଅନେକ ରିଆଲିଟି ଶୋ ରେ ଆଙ୍କରିଂ କରିଥିବା ବେଳେ ପ୍ରେରଣା ମଧ୍ୟ ଅନେକ ରିଆଲିଟି ଶୋ ରେ ଆଙ୍କରିଂ କରିଥାନ୍ତି । ତେବେ ଏହି ଯୋଡ଼ି ଙ୍କ ସମ୍ପର୍କ ଅତି ଘନିଷ୍ଟ ବୋଲି ଶୁଣିବାକୁ ମିଳେ । 

 

ଏହି ଯୋଡ଼ି ୨୦୨୧ ମସିହା ରେ ଏଙ୍ଗେଜେମେଣ୍ଟ କରିଥିବା ବେଳେ ଅନେକ ଲୋକଙ୍କ ଭଲ ପାଇବା ମିଳିଥିଲା । ତେବେ ଗତ କାଲି ରାତିରେ ଏ ସୁପରହିଟ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିବାର ଦେଖା ଯାଇଥିଲା । ଅନେକ ବଡ ବଡ଼ କଳାକାର ତଥା ପ୍ରତିଷ୍ଠିତ ବ୍ୟକ୍ତି ମାନେ ଏହି ବିବାହ ଭୋଜିରେ ଯୋଗ ଦେଇ ପ୍ରେରଣା ଅଶ୍ଵିନି ଙ୍କୁ ଆଶ୍ରିବାଦ ଦେବା ସହ ଆଗାମୀ ଜୀବନ ସୁଖମୟ ହେଉ ବୋଲି ଶୁଭେଛା ଦେଇଥିଲେ ।

 

ଅନେକ ବର୍ଷର ବନ୍ଧୁତା ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଲୋକପ୍ରିୟ ଯୋଡ଼ି । ଦୁହିଁଙ୍କୁ ବିବାହରେ ଅନେକ ଫ୍ୟାନ ମାନେ ଖୁସି ଥିବା ବେଳେ ଏହି ଯୋଡ଼ି ଆଗାମୀ ଦିନରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆହୁରି ନାଁ କରିପାରିବେ ବୋଲି ଅନେକ ଲୋକ ସୋସିଆଲ ମିଡ଼ିଆ ପୋଷ୍ଟ ରେ କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି । 

Leave a Reply

Your email address will not be published. Required fields are marked *