ଆପଣଙ୍କ ପ୍ରିୟ ହିରୋ ବାବୁଶାନ୍ ମହାନ୍ତି ଙ୍କୁ ମିଳିଲା ତେଲଗୁ ଫିଲ୍ମ୍ ଅଫର

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ସାଉଥ୍ ଇଣ୍ଡଷ୍ଟ୍ରି ଖୁବ୍ ବଡ଼ ହୋଇଥିବା ବେଳେ ସାଉଥ୍ ଦ୍ଵାରା ନିର୍ମାଣ ହୋଇଥିବା ଅନେକ ଫିଲ୍ମ ସୁପରହିଟ୍ ହୋଇଥାଏ।  ଏବଂ ସେହି ଫିଲ୍ମ୍ ପରେ ହିନ୍ଦୀ ଭାଷାରେ ତିଆରି ହୋଇ ବଡ ପରଦାରେ ଆସେ । ଆପଣ ମାନେ ବର୍ତ୍ତମାନ ଏକ ଖବର ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ ଯେଉଁଥିରେ ତେଲଗୁ ସୁପରଷ୍ଟାର ଅଲୁ ଅର୍ଜୁନ ବାବୁଶାନ୍ ଙ୍କୁ ନେଇ କିଛି ତଥ୍ୟ ରଖିଛନ୍ତି । ଆଜ୍ଞା ହିଁ ସୁପରଷ୍ଟାର ବାବୁଶାନ୍ ମହାନ୍ତି ଙ୍କ ଚର୍ଚ୍ଚା ଏବେ ଜୋର ଧରୁଛି । 

 

ଓଡ଼ିଆ ଫିଲ୍ମ ଦମନ ସୂପରହିଟ ହେବା ପରେ ପରେ ଅନେକ ଦିଗରୁ ଏହି ଫିଲ୍ମ ନିମର୍ତା ଏବଂ କଳାକାର ମାନଙ୍କୁ ପ୍ରଶଂସା ମିଳିବାରେ ଲାଗୁଛି । ଏହି ଫିଲ୍ମ ହିନ୍ଦୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ଏହାର ହିନ୍ଦି ଡବିଂ ଶେଷ ହୋଇ ସରିଲାଣି । ଓଡ଼ିଶାରେ ଏହି ଫିଲ୍ମ ଖୁବ୍ ଚର୍ଚ୍ଚିତ ହେବା ଦ୍ଵାରା ଏହାକୁ ହିନ୍ଦୀ ରେ ପରିବର୍ତ୍ତିତ କରିବା ପାଇଁ ଚେଷ୍ଟା କରାଗଲା । ଏହି ହିନ୍ଦୀ ଫିଲ୍ମ୍ ରେ ଜାଭେଦ ଅଲି ନିଜର କଣ୍ଠ ଦାନ କରିଛନ୍ତି । ଓଡ଼ିଆ ଫିଲ୍ମ ହିନ୍ଦୀ ହେବା ସହ ବଡ ପରଦାରେ ଏହି ଫିଲ୍ମ ଦେଖିବାକୁ ମିଳୁଥିବା ବେଳେ ଏହା ନେଇ ସମସ୍ତଙ୍କ ମନରେ ଆଗ୍ରହ ରହିଛି । 

 

ଏହି ଫିଲ୍ମ ସୂପରହିଟ ହେବା ପରେ ଅଲୁ ଅର୍ଜୁନ ତେଲଗୁ ସୁପରଷ୍ଟାର ମଧ୍ୟ ଏହି ଫିଲ୍ମ ପ୍ରତି ନିଜର ମତ ରଖିଛନ୍ତି। କିଛିଦିନ ତଳେ ଅଲୁ ଅର୍ଜୁନ ଙ୍କ ଦ୍ଵାରା ହୋଇଥିବା ଫିଲ୍ମ ପୁଷ୍ପା ଖୁବ୍ ଲୋକପ୍ରିୟ ହେବା ସହ ସାରା ଭାରତରେ ଲୋକପ୍ରିୟ ହୋଇ ପାରିଥିଲା । ଅଲୁ ଅର୍ଜୁନ ଙ୍କୁ ଅନେକ ଫିଲ୍ମ ରେ କାମ କରିବାକୁ ସୁଯୋଗ ମିଳୁଥିବା ବେଳେ ସେ ବାବୁଶାନ୍ ମହାନ୍ତି ଙ୍କୁ ନିଜ ଆଗାମୀ ଫିଲ୍ମ ରେ ସୁଯୋଗ ଦେବେ ବୋଲି ଦର୍ଶାଇଛନ୍ତି । 

 

ଜଣେ ଅଭିନେତା ହିଁ ଅନ୍ୟ ଅଭିନେତାର ପରିଶ୍ରମ ଦେଖି ପାରେ ତେଣୁକରି ଅଲୁ ଅର୍ଜୁନ ବାବୁଶାନ୍ ଙ୍କ ପରିଶ୍ରମ ଫିଲ୍ମ ଦମନ ପ୍ରତି ଦେଖି ପାରିଛନ୍ତି । ଅନେକ ଆଡୁ ମଧ୍ୟ ଶୁଣିବାକୁ ପାଇଛନ୍ତି ବାବୁଶାନ୍ ମହାନ୍ତିଙ୍କ ଦ୍ୱାରା ଫିଲ୍ମ ଦମନ ସୂପରହିଟ ହୋଇଛି । ତେଣୁକରି ତାଙ୍କ ପକ୍ଷରେ ଯାହା ସମ୍ଭବ ସେ ନିଶ୍ଚିନ୍ତ ବାବୁଶାନ୍ ମହାନ୍ତି ଙ୍କ ପାଇଁ କରିବାକୁ ଆଗକୁ ଆସିବେ ବୋଲି ନିଜର ମତାମତ ଦେଇଛନ୍ତି ।

 

ତେବେ ଅଲୁ ଅର୍ଜୁନ ଙ୍କ ଏହିପରି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାଦ୍ବାରା ଲୋକମାନେ ବାବୁଶାନ ମହାନ୍ତି ଙ୍କ ତେଲଗୁ ରେ ଏଣ୍ଟ୍ରି ନେଇ ଚର୍ଚ୍ଚା କରୁଛନ୍ତି । ତେବେ ଆଗାମୀ ଦିନରେ ବାବୁଶାନ୍ ମହାନ୍ତି ଙ୍କୁ କେଉଁ କେଉଁ କ୍ଷେତ୍ରରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ମିଳୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *