ବନ୍ଦ ଲଫାପା ରେ ସାଙ୍ଘାତିକ ସତ ଦେଖନ୍ତୁ ଅର୍ଚ୍ଚନା ନାଗ ଙ୍କୁ ଇଡି ଜେରା ରେ ଧରାପଡ଼ିଲା…!

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଚର୍ଚ୍ଚିତ ଖବର ଅର୍ଚ୍ଚନା ନାଗ ମାମଲାରେ ଆସିଛି ନୂଆ ଏକ ଖବର । ଖଗର ଟି ହେଉଛି ବନ୍ଦ ଲଫାପା ରେ ସମସ୍ତ ପ୍ରକାର ତଥ୍ୟ ସହ ଇଡି କୁ ହସ୍ତାନ୍ତର କରିଛି ଖଣ୍ଡଗିରି ପୋଲିସ । ତେବେ ଏହି ବନ୍ଦ ଲଫାପା ରେ  କେଉଁ ପ୍ରକାର ତଥ୍ୟ ଲୁଚି ରହିଛି ତାହା ଶୀଘ୍ର ଜାଣିବାକୁ ପାଇବେ ଗଣ ମାଧ୍ୟମ । 

 

ଖବର ଅନୁଯାୟୀ ଅର୍ଚ୍ଚନା ନାଗ ଯେତେବେଳେ ମିଡ଼ିଆ ସାମ୍ନାକୁ ଆସିଥିଲେ ଇଡି ଆଗରେ ସମସ୍ତ ତଥ୍ୟ ରଖିବେ ବୋଲି କହିଥିଲେ । ଏବଂ ବିସ୍ପୋରକ ବୟାନ ମଧ୍ୟ ଦେଇଥିଲେ ଯେତେବେଳେ ସେ ମୁଁହ ଖୋଲିବେ ସେତେବେଳେ ରାଜ୍ୟ ପରିବର୍ତ୍ତନ ହୋଇଯିବ । ତେବେ ଏହି ବିସ୍ପୋରକ ବୟାନ ଶୁଣିବା ପରେ ରାଜ୍ୟ ବାସୀ ଅପେକ୍ଷା କରି ରହିଥିଲେ ।

 

ଅର୍ଚ୍ଚନା ନାଗ ଏମିତି କିଛି ଗୁମର ର ମୁଁହ ଖୋଲିବେ ଯେଉଁଥିରେ ଘଟଣାରେ କିଛି ନୂଆ ତଥ୍ୟ ମିଳିଯିବ ଏବଂ ଏହି ଘଟଣା ଉପରୁ ସମ୍ପୂର୍ଣ ଭାବେ ପରଦା ଉଠିଯିବ । କିନ୍ତୁ ସମସ୍ତେ ଯାହା ଭାବୁଥିଲେ ବର୍ତ୍ତମାନ ତାହାର ହୋଇଛି ସମ୍ପୂର୍ଣ ଓଲଟା । ଅର୍ଚ୍ଚନା ନାଗ ଯେଉଁ ଜୋର୍ ଦେଇ କହୁଥିଲେ ବର୍ତ୍ତମାନ ଇଡି ଆଗରେ ଦେଖାଇଛନ୍ତି ଆଉ ଏକ ରୂପ । 

 

ଏତେ ଜୋର ଦେଇ ରାଜ୍ୟ ବଦଳାଇ ଦେବାକୁ କହୁଥିବା ଅର୍ଚ୍ଚନା ନାଗ ବର୍ତ୍ତମାନ ଇଡି ଆଗରେ ଧାରଣ କରିଛନ୍ତି ମଉନ ବ୍ରତ । ଅନେକ ତଥ୍ୟ ଅର୍ଚ୍ଚନା ଖୋଲିବା ନେଇ ଆଶା କରି ରହିଥିଲେ ଇଡି ହେଲେ ଏତେ ବିଶେଷ ମାତ୍ରାରେ ଅର୍ଚ୍ଚନା ନାଗ ଙ୍କ ତଥ୍ୟ ଇଡି ଆଗରେ ପ୍ରଭାବିତ କରି ପାରିନଥିଲା । ଅନେକ ଲୋକଙ୍କ ନାମ ଅର୍ଚ୍ଚନା ନାଗ ଙ୍କ ସହ ଯୋଡ଼ି ହୋଇଥିବା ବେଳେ ବର୍ତମାନ କାହିଁକି ଅର୍ଚ୍ଚନା ନାଗ ସେମାନଙ୍କ ନାଁ ସ୍ପଷ୍ଟ କରୁନାହାନ୍ତି ତାହା ପାଲଟିଛି ଚିନ୍ତାର ବିଷୟ। 

 

ଅର୍ଚ୍ଚନା ନାଗ ଙ୍କ ଇଡି ଆଗରେ ଏମିତି ନରମ ପଡ଼ିଥିବା ଜାଣି ଗଣ ମାଧ୍ୟମ ଏହା ମଧ୍ୟ ସନ୍ଦେହ କରିବାରେ ଲାଗିଛନ୍ତି କୌଣସି କ୍ଷେତ୍ରରେ ଚାପରେ ଅଛନ୍ତି କି ଅର୍ଚ୍ଚନା ନାଗ । ସତ କହିବାକୁ ରୋକୁଚି କିଏ । ତେବେ ଏହିପରି ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି। 

 

ଅର୍ଚ୍ଚନା ନାଗ ଙ୍କ ଓକିଲ ଅର୍ଚ୍ଚନା ତଦନ୍ତରେ ସହଯୋଗ କରିଥିବା ଦର୍ଶାଇଥିବା ବେଳେ ଆଗାମୀ ଦିନରେ ଅକ୍ଷୟ ପରିଜା , ପ୍ରମୋଦ ସ୍ୱାଇଁ , ଶ୍ରଦ୍ଧାଞ୍ଜଳି ବେହେରା ଙ୍କ ସହ ଅର୍ଚ୍ଚନା ନାଗ ଙ୍କ ସାମ୍ନା ସାମ୍ନା ଜେରା ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।ତେବେ ଆଗାମୀ ଦିନରେ କେଉଁଭଳି ଭାବେ ସତ ସାମ୍ନାକୁ ଆସିବ ତାହାକୁ ଅପେକ୍ଷା କରି ରହିଛନ୍ତି ସାରା ଓଡ଼ିଶା ବାସୀ । 

Leave a Reply

Your email address will not be published. Required fields are marked *