ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପ୍ରସଙ୍ଗରେ ଇଡିକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ତଥ୍ୟ ହସ୍ତାନ୍ତର କଲା ଖଣ୍ଡଗିରି ଥାନା ପୋଲିସ୍ । ଏବେ ଖୋଲିବ କି ଗୁମର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭୁବନେଶ୍ୱର ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ ଗିରଫ ମାମଲାରେ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ପରିସ୍ଥିତି ବାହାରି ପାରୁନି । କୋର୍ଟଙ୍କ ଅନୁମତି ପରେ ଇଡିକୁ ତଥ୍ୟ ପ୍ରଦାନ କଲା ଖଣ୍ଡଗିରି ପୋଲିସ । ଖଣ୍ଡଗିରି ଥାନାର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ତଥ୍ୟ ଗ୍ରହଣ କଲେ ଇଡି ଅଧିକାରୀ । ଖଣ୍ଡଗିରି ଥାନା ପୋଲିସ ଜବତ କରିଥିବା ସାମଗ୍ରୀ ଏବେ ଫୋରେନସିକ୍ ଲ୍ୟାବରେ ରହିଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫରେନସିକ୍ ଲ୍ୟାବରେ ଅଛି ହାର୍ଡଡିକ୍ସ, ଲାପଟପ, ପେନଡ୍ରାଇଭ ଓ ମୋବାଇଲ ।
ଫୋରେନସିକ୍ ଲ୍ୟାବରେ ଥିବା ସାମଗ୍ରୀ ପାଇବା ପାଇଁ କୋର୍ଟରେ ଆବେଦନ କରିଛି ଇଡି । ସେପଟେ ୭ଦି ନିଆ ରିମାଣ୍ଡରେ ଥାଇ କିଛି ଗୁମର ଖୋଲୁନାହାଁନ୍ତି ଅର୍ଚ୍ଚନା । ଇଡି ଯେତେ ଜେରା କଲେ ବି କିଛି କହୁନାହାଁନ୍ତି ଅର୍ଚ୍ଚନା । ଯାହା ଏବେ ଇଡି ପାଇଁ ବଡ ମୁଣ୍ଡବଥାର କାରଣ ପାଲଟିଛି । ତେବେ ଇଡିର ୭ ଦିନିଆ ରିମାଣ୍ଡରେ ରହିଛନ୍ତି ଅର୍ଚ୍ଚନା ନାଗ । ବିଭିନ୍ନ ଦିଗକୁ ନେଇ ଇଡି କରୁଛି ତଦନ୍ତ । ଗୋଟିଏ ପଟେ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ଅର୍ଚ୍ଚନାଙ୍କ ଓକିଲ କହୁଥିବା ବେଳେ ଅନ୍ୟପଟେ ଇଡି ଏହାକୁ ଅସ୍ବୀକାର କରିଛି ।
ଦୁଇ ଦୁଇ ଥର ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଥିବା ଅର୍ଚ୍ଚନା ନାଗ ଇଡି ଆଗରେ କିଛି କହୁ ନାହାନ୍ତି । ଗତ ଦୁଇ ଦିନ ହେବ ଇଡି ତାଙ୍କୁ ପଚରା ଉଚରା କରୁଥିଲେ ମଧ୍ୟ ସେ ସେଭଳି କୌଣସି ସନ୍ତୋଷଜନକ ଉତ୍ତର ଦେଉ ନ ଥିବା ଜଣାପଡ଼ିଛି । ଫଳରେ ଇଡ଼ି ଏବେ ହରଡ଼ଘଣାରେ ପଡ଼ିଛି । ଇଡି ଯେଉଁ ଆଶା ରଖିଥିଲା ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ପାଇ ତଦନ୍ତକୁ ଆଗେଇ ନେବ ତାହା ପାଣି ଫୋଟକା ଭଳି ମିଳାଇ ଯାଇଛି ।
ଅନ୍ୟପକ୍ଷରେ ଗୁରୁବାର ଦିନ ଅର୍ଚ୍ଚନାଙ୍କ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ଇଡି ଜେରା କରିଛି । ଅର୍ଚ୍ଚନାଙ୍କ ଘର ତିଆରେ କେତେ ଟଙ୍କା ଖର୍ଚ ହୋଇଛି । ଅର୍ଚ୍ଚନା ତାଙ୍କୁ ଘର ତିଆରି ପାଇଁ ଟଙ୍କା ନଗଦରେ ଦେଉଥିଲେ ନା ଚେକରେ ସେନେଇ ପଚରା ଉଚରା ଜାରି ରଖିଛି ଇଡି । ଗୋଟେ ପଟରେ ଅର୍ଚ୍ଚନା ପୋଲିସ୍ ଉପରେ ସବୁ ଦୋଷ ଲଦି ଦେଉଥିବା ବେଳେ ଅନ୍ୟପଟେ ଖଣ୍ଡଗିରି ପୋଲିସ୍ ସବୁ ଏଭିଡେନ୍ସ ଇଡିକୁ ହେଣ୍ଡଓଭର୍ କରିଦେଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।