ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ମାନେ ଅର୍ଚ୍ଚନା ନାଗ ଘଟଣା ବର୍ତ୍ତମାନ ଜାଣିବାକୁ ପାଇ ସାରିଥିବେ । ଦିନକୁ ଦିନ ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼ ଆସୁଥିବା ବେଳେ ଅନେକ ପ୍ରକାର ଲୁଚି ରହିଥିବା ତଥ୍ୟ ସମ୍ନାକୁ ଆସିବାରେ ଲାଗୁଛି । ଇଡି ଅନେକ ଙ୍କୁ ଏହି ମାମଲାରେ ଜେରା କରିବା ସହ ଦିନକୁ ଦିନ ଅନେକ ତଥ୍ୟ ହାସଲ କରିବାରେ ସକ୍ଷମ ହୋଇପାରିଛି । ତେବେ ଅର୍ଚ୍ଚନା ନାଗ ଇଡି ପାଖକୁ ଜେରା ପାଇଁ ବାହାରିଥିବା ବେଳେ ଗଣ ମାଧ୍ୟମ ସାମ୍ନାରେ ଏମିତି କିଛି ତଥ୍ୟ ରଖିଥିଲେ ଯାହା ଜାଣିବା ଦ୍ଵାରା ଆପଣ ମଧ୍ୟ ଆଶ୍ଚର୍ୟ୍ଯ ହୋଇଥିବେ ।
ଅର୍ଚ୍ଚନା ନାଗ ଗଣ ମାଧ୍ୟମ ସାମ୍ନାରେ କହିଥିଲେ ଯେତେବେଳେ ସେ କହିବା ଆରମ୍ଭ କରିବେ ସେତେବେଳେ ରାଜ୍ୟ ପରିବର୍ତ୍ତନ ହୋଇଯିବ । ତେବେ ଅର୍ଚ୍ଚନା ନାଗ ଙ୍କ ଏମିତି ବିସ୍ପୋରଣ ବୟାନ ଦେଖିବା ପରେ ଅନେକ ଲୋକ ଭାବିଥିଲେ କିଛି ଗୁରୁତ୍ଵପୂର୍ଣ୍ଣ ଖବର ବୋଧ ହୁଏ ଆଗାମୀ ସମୟରେ ଦେବେ ଅର୍ଚ୍ଚନା ଯେଉଁଥିରେ ଚାଲିଥିବା ଘଟଣାରେ ପରିବର୍ତ୍ତନ ଆସିବ ଏବଂ ଅନେକ ସତ ସାମ୍ନାକୁ ଆସି ପାରିବ ।
କିନ୍ତୁ ଲୋକମାନେ ଯାହା ଭାବିଥିଲେ ଘଟିଲା ତାହାର ଠିକ୍ ଓଲଟା । ଅର୍ଚ୍ଚନା ନାଗ ଙ୍କୁ ଇଡି ଜେରା କଲାବେଳେ ଯେଉଁ ଯୋରେ କହିଥିଲେ ଅର୍ଚ୍ଚନା ସବୁ ସତ କହିଦେବେ ବୋଲି ଇଡି ଆଗରେ ସମ୍ପୂର୍ଣ ନୀରବ ପଡ଼ି ଯାଇଥିଲେ ଅର୍ଚ୍ଚନା ନାଗ । ବିଶେଷ ତଥ୍ୟ ଆଶା ଅନୁଯାୟୀ ଅର୍ଚ୍ଚନା ନାଗ ରହସ୍ୟ ଖୋଲି ନଥିଲେ । ତେବେ ଏହି ସବୁ ଘଟଣାକୁ ଆଧାର କରି ବର୍ତ୍ତମାନ ସୁର ରାଉତରାୟ ନିଜର ମନ୍ତବ୍ୟ ଦେଇଛନ୍ତି ।
ସୁର ରାଉତର ଙ୍କୁ ତ ଆପଣ ସମସ୍ତେ ଜାଣିଛନ୍ତି । ସୁର ରାଉତରାୟ ଙ୍କ କହିବା ଅନୁଯାୟୀ ଇଡି ସବୁ କରୁଛି ହେଲେ ନାଗ ପେଡ଼ି ଖୋଲି ପାରୁନି । ସୁନ୍ଦରୀ ଅର୍ଚ୍ଚନା ନାଗ ଘଟଣାରେ ପରଦା ସମ୍ପୂର୍ଣ ରୂପେ ହଟି ପାରୁନାହିଁ । ଇଡି କଣ କରୁଛି ଯେ ଅର୍ଚ୍ଚନା ନାଗ ର ନାଗପେଡି ରୁ ରହସ୍ୟ ଖୋଲି ପାରୁନି ତାହା ସମ୍ପର୍କରେ ଯୁକ୍ତି କରିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ। ସୁର ରାଉତରାୟ ଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅର୍ଚ୍ଚନା ନାଗ ଘଟଣାରେ ନିହାତି ସତ ସାମ୍ନାକୁ ଆସିବା ଦରକାର ବୋଲି ସୁର ରାଉତରାୟ ନିଜର ମତାମତ ଦେଇଛନ୍ତି । କେତେ ସବୁ ସେହି ନାଗ ପେଡିରେ ଅର୍ଚ୍ଚନା ସହ ଅଛନ୍ତି ତାହା ଗଣମାଧ୍ୟମ ଜାଣିବା ନିହାତି ଜାଣିବା ଜରୁରୀ ବୋଲି ନିଜର ମତାମତ ରଖିଛନ୍ତି ସୁର ରାଉତରାୟ ।